ମୁମ୍ବାଇ,୦୬/୧୨: ଅଲ୍ଲୁ ଅର୍ଜୁନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ପୁଷ୍ପା ୨: ଦ ରୁଲ'  । ଗତକାଲି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଜିତିଛି ଫ୍ୟାନ୍ସଙ୍କ ମନ । ବକ୍ସ ଅଫିସରେ କରିଛି ଧମାକା । ଶାହାରୁଙ୍କ ଫିଲ୍ମ  'ଜବାନ'କୁ ପଛରେ ପକାଇଛି ପୁଷ୍ପା ୨ । ଫିଲ୍ମଟି ପ୍ରଥମ ଦିନରେ ବମ୍ପର କଲେକ୍ସନ ସହ ସମସ୍ତ ଫିଲ୍ମ ରେକର୍ଡକୁ ଭାଙ୍ଗିଛି ।  ଏଥିସହ ଫିଲ୍ମ ବିଶ୍ୱ ବକ୍ସ ଅଫିସରେ ସର୍ବ ବୃହତ ଓପନର ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି ।

ତେବେ 'ପୁଷ୍ପା ୨' ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼, ମାଲାୟାଲମ ଭାଷାରେ ରିଲିଜ ହୋଇଛି। ଅଲ୍ଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକଙ୍କୁ ପ୍ରଶଂସାରେ ପୋତି ଫିଲ୍ମକୁ ବ୍ଲକବଷ୍ଟର ଟ୍ୟାଗ ଦେଇଛନ୍ତି ଦର୍ଶକ। ପ୍ରଥମ ଦିନରେ ବମ୍ପର କଲେକ୍ସନ ହୋଇତିବା ବେଳେ ପ୍ରଥମ ଦିନରେ ପାର୍ କରିଛି ୧୦୦ କୋଟି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ପୁଷ୍ପା ୨' ପ୍ରଥମ ଦିନରେ ୧୭୫ କୋଟି ଟଙ୍କା କଲେକ୍ସନ କରିଛି। ପ୍ରିମିୟର ସୋରୁ ୧୦ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ 'ପୁଷ୍ପା ୨' ପ୍ରାୟ ୧୭୫ କୋଟି ଟଙ୍କା ସହ ବକ୍ସ ଅଫିସରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି। ଏହା ଜୁନିୟର ଏନଟିଆରଙ୍କ ଫିଲ୍ମ  'ଆର୍‌ଆର୍‌ଆର୍‌' ଏବଂ ଶାହାରୁଖ ଖାନଙ୍କ 'ଜବାନ'କୁ ପକାଇଛି ପଛରେ  ।  ତେବେ ୨୦୨୩ ରେ ମୁକ୍ତିଲାଭ କରିଥିବା  'ଜବାନ' ଓପନିଂ ଦିନରେ ସମସ୍ତ ଭାଷାରେ ୭୫ କୋଟି ଟଙ୍କା ଆୟ କରିଥିଲା । ଯାହା ହିନ୍ଦୀରେ ସବୁଠାରୁ ବଡ ଓପନିଂ ଭାରତୀୟ ଚଳଚ୍ଚିତ୍ର ହୋଇଥିଲା । କିନ୍ତୁ ବର୍ତ୍ତମାନ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ କିଙ୍ଗ ଖାନଙ୍କ ଏହି ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି ।