ଭୁବନେଶ୍ୱର,୨୮।୭ : ୧୯୯୮ ବ୍ୟାଚ ଭାରତୀୟ ରେଳ ଟ୍ରାଫିକ୍ ସେବା (IRTS)ର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ନୂତନ ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଚ୍.ଏସ୍. ବାଜୱାଙ୍କଠାରୁ ଶ୍ରୀ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସମୟରେ ରେଳମଣ୍ଡଳର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ତ୍ରିପାଠୀଙ୍କୁ ସ୍ୱାଗତ କରିଥିଲେ।
ଏହା ପୂର୍ବରୁ ଶ୍ରୀ ତ୍ରିପାଠୀ ନୂଆଦିଲ୍ଲୀର ରେଳ ବୋର୍ଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଫ୍ରେଟ ମାର୍କେଟିଂ) ଭାବେ କାର୍ଯ୍ୟ କରୁଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ରେଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବାରୁ ତାଙ୍କର ବ୍ୟାପକ ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ରହିଛି। ଶ୍ରୀ ତ୍ରିପାଠୀ ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ ଲିମିଟେଡ୍ (NHSRCL) ରେ ଜେନେରାଲ ମ୍ୟାନେଜର ରହିବା ସହ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ (MOPNG ) ମନ୍ତ୍ରଣାଳୟରେ ଡେପୁଟେସନରେ ମଧ୍ୟ କାର୍ଯ୍ୟ କରିଛନ୍ତି ।