କୋଣାର୍କ,୧୦/୦୭: ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁବାର କୋଣାର୍କରୁ ବରମୁଣ୍ଡା ୭୧ନମ୍ବର ରୁଟରେ 'ଆମ' ବସ୍ ଚଳାଚଳ ବନ୍ଦ ରହିଛି । କୋଣାର୍କ ବସଷ୍ଟାଣ୍ଡରେ ଘରୋଇ ବସ୍ ଡ୍ରାଇଭରମାନେ 'ଆମ' ବସ୍ ନ ଚଳାଇବା ପାଇଁ ଅନୁରୋଧ କରିଥିଲେ। ଫଳରେ ବସ୍ ବନ୍ଦ ହେବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଗତ ୩ଦିନ ହେଲା ଭୁବନେଶ୍ୱରରୁ କୋଣାର୍କ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଛି ।ଲୋକେ ଯାତାୟାତ କରିବାରେ ସମସ୍ୟା ଭୋଗୁ । ସେପଟେ ଆଜି 'ଆମ' ବସ୍ ବନ୍ଦ ହେବା ପରେ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି ପର୍ଯ୍ୟଟକ ଶୂନ୍ୟ ହୋଇଛି ।