ଜୟପୁର, ୨୦/୦୫: ନିରାପତ୍ତା ଦୃଷ୍ଟିରୁ ମେ’ ଏବଂ  ଜୁନ୍‌ରେ ମୋଟ ୧୨ ଦିନ ବନ୍ଦ ରହିବ ସମଲେଶ୍ୱରୀ ଏକ୍ସପ୍ରେସ । ଅପ୍‌ ଏବଂ ଡାଉନ୍‌ ରୁଟ୍‌ରେ ୬ ଦିନ ଲେଖାଏଁ ଚଳାଚଳ ବାତିଲ କରିଛି ରେଳ ବିଭାଗ । ମେ’ ଓ ଜୁନ୍‌ରେ  ହାଓଡ଼ା-ଜଗଦଲପୁର ରୁଟ୍‌ରେ ପ୍ରତି  ମଙ୍ଗଳବାର ଏବଂ ଜଗଦଲପୁର-ହାଓଡ଼ା  ରୁଟ୍‌ରେ ପ୍ରତି ଗୁରବାର ଟ୍ରେନ୍‌ ଯାତାୟାତ  କରିବନି । ଏ ସମ୍ପର୍କରେ ଦକ୍ଷିଣ-ପୂର୍ବ ରେଲୱ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗୀୟ ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ  ରେଲୱେର ଚକ୍ରଧରପୁର ଡିଭିଜନ୍‌ ଗହ୍ମାରିଆ-ସିନ୍ନି ସେକ୍ସନ୍‌ରେ  ନିରାପତ୍ତା କାମ ଜାରି ରହିଛି । ସୁରକ୍ଷିତ ଏବଂ ବାଧାହୀନ ଟ୍ରେନ  ଚଳାଚଳ ଲାଗି ନିରାପତ୍ତା ସମ୍ବନ୍ଧୀୟ କାମ ଜରୁରି । ଏହାକୁ  ଆଖିରେ ରଖି ୧୮୦୦୫ ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ  ଏକ୍ସପ୍ରେସ୍‌ ମେ’ ୨୦, ୨୭, ଜୁନ ୩, ୧୦, ୧୭  ଏବଂ ୨୪(ପ୍ରତି ମଙ୍ଗଳବାର)ରେ ବନ୍ଦ ରହିବ ।  ଫେରନ୍ତା ରୁଟ୍‌ ଅର୍ଥାତ ଜଗଦଲପୁର-ହାଓଡ଼ା  ୧୮୦୦୬ ସମଲେଶ୍ୱରୀ ଏକ୍ସପ୍ରେସ୍‌ ମେ’ ୨୨,  ୨୯, ଜୁନ ୫, ୧୨, ୧୯ ଏବଂ ୨୬(ପ୍ରତି ଗୁରବାର) ଚଳାଚଳ  କରିବନି । ଉପରୋକ୍ତ ଦିନରେ ଯାତାୟାତ କରିବାକୁ ଥିବା  ଯାତ୍ରୀମାନେ ବିକଳ୍ପ ଚିନ୍ତା କରିବାକୁ ଅନୁରୋଧ କରାଯାଇଛି ।