ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଘାଟି ରାସ୍ତାରେ ଖରାପ ହେଲା ଆମ୍ୱୁଲାନ୍ସ, ୩ ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ

Published By : Harapriya Sethi | July 4, 2025 2:45 PM

ଖଲ୍ଲିକୋଟ,୦୪/୦୭: ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ନେଇ ଯାଉଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ। କୋଦଳାରୁ ଆଉ ଏକ ଆମ୍ବୁଲାନ୍ସ ପ୍ରାୟ ୩ ଘଣ୍ଟା ପରେ ପହଞ୍ଚି ରୋଗୀଙ୍କୁ ନେଇ ବ୍ରହ୍ମପୁର ଗଲା । କିନ୍ତୁ ରାସ୍ତାରେ ପ୍ରାଣ ହରାଇଲେ ରୋଗୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗାଁର ଶଙ୍କର ମହାରଣା (୧୯ ବର୍ଷ) ନାମକ ଜଣେ ଯୁବକ ଗୁରୁବାର ଘର ନିକଟରେ କ୍ରିକେଟ ଖେଳୁଥିଲେ । ଖେଳିବା ବେଳେ ତାଙ୍କ ପେଟର ତଳଭାଗରେ ବଲ୍‌ ବାଜିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଶଙ୍କଟାପନ୍ନ ହେବାରୁ ରାତିରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ହେଲେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ହଠାତ ଆମ୍ବୁଲାନ୍ସଟି ଖରାପ ହୋଇ ଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ କୋଦଳାରୁ ଆଉ ଏକ ଆମ୍ବୁଲାନ୍ସ ଆସି ରୋଗୀକୁ ନେଇ ବ୍ରହ୍ମପୁର ଅଭିମୁଖେ ଯାଇଥିଲା। କିନ୍ତୁ ୩ ଘଣ୍ଟା ଆମ୍ବୁଲାନ୍ସରେ ରହି ଛଟପଟ ହେଉଥିବା ରୋଗୀର ରାସ୍ତାରେ ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସ ଖରାପ ହୋଇ ୩ ଘଣ୍ଟା ରାସ୍ତାରେ ଅଟକି ରହିବାରୁ ମେଡିକାଲରେ ପହଞ୍ଚିବା ବିଳମ୍ବ ହୋଇଗଲା। ଯାହା ଫଳରେ ରାସ୍ତାରେ ଶଙ୍କରଙ୍କ ମୃତ୍ୟୁ ଘଟିଲା ବୋଲି ତାଙ୍କ ଭାଇ ଶିବ ମହାରଣା ଅଭିଯୋଗ କରିଛନ୍ତି । ଶଙ୍କରଙ୍କ ମୃତ୍ୟୁ ଖବର ପାଇ ବଡ଼ ମେଡିକାଲରେ ମାଆ ଓ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାକ୍ଷଣାବେକ୍ଷଣ ଅଭାବରୁ ୧୦୮ ଆମ୍ବୁଲାନ୍ସ ଗାଡିଗୁଡିକ ପଡ଼ି ରହୁଛି । ରୋଗୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାରେ ଖରାପ ହୋଇ ଯାଉଥିବାରୁ ବହୁ ନିରୀହ ଜୀବନ ଚାଲି ଯାଉଛି । ତେଣୁ ଖୁବଶୀଘ୍ର ୧୦୮ ଆମ୍ବୁଲାନ୍ସ ଗାଡି ଗୁଡିକର ମରାମତି କରିବା କିମ୍ବା ପୁରୁଣା ଗାଡିଗୁଡିକୁ ବଦଳା ଯାଇ ନୂତନ ଗାଡି ଆଣିବାକୁ ସାଧାରଣରେ ଦାବି ହେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.