ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ରାଷ୍ଟ୍ରପତି ହେବାମାତ୍ରେ ଟ୍ରମ୍ପଙ୍କ ବଡ଼ ଝଟକା, ପୁରା ବିଶ୍ବକୁ ଆମେରିକା ଦେଉଥିବା ଆର୍ଥିକ ସହାୟତା ଉପରେ ଲଗାଇଲେ ରୋକ

Published By : Anindita | January 25, 2025 2:36 PM

ଓ୍ବାଶିଂଟନ,୨୫।୧:  ରାଷ୍ଟ୍ରପତି ହେବା ମାତ୍ରେ ସାରା ବିଶ୍ବକୁ ଡୋନାଲ୍ଡୋ ଟ୍ରମ୍ପ ବଡ଼ ଝଟକା।  ସମସ୍ତ ବିଦେଶୀ ସହାୟତା କାର୍ଯ୍ୟକ୍ରମ  ଉପରେ ଲଗାଇଲେ ରୋକ। ଏନେଇ ସୂଚନା ଦେଇଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ। ଏହାଦ୍ବାରା ସାରା ବିଶ୍ବକୁ ଦିଆଯାଉଥିବା ସ୍ବାସ୍ଥ୍ୟ, ଶିକ୍ଷା ବିକାଶ ଏବଂ ରୋଜଗାର ସହ ଅନେକ ପ୍ରୋଜେକ୍ଟ ଉପରେ ବଢିଛି ବିପଦ। ତେବେ ଇସ୍ରାଏଲ ଓ ଇଜିପ୍ଟକୁ ମିଳୁଥିବା ମାନବୀୟ ଓ ସେନା ସହାୟତା ଜାରି ରହିବ ।

ବର୍ତ୍ତମାନ ସାରା ବିଶ୍ବରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ। ପ୍ରତିଦିନ ନୂଆ ନୂଆ ଘୋଷଣା। ଏବେ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ସିଧା ସଳଖ ପ୍ରଭାବ ପଡିବ ସାରା ବିଶ୍ବ ଉପରେ। ଆମେରିକା ଶୁକ୍ରବାରଠାରୁ  ସମସ୍ତ ବିଦେଶୀ ସହାୟତା ଉପରେ ଲଗାଇଛି ରୋକ। କେବଳ ଇସ୍ରାଏଲ ଓ ଇଜିପ୍ଟକୁ  ମିଳିବ ଜରୁରୀ ଓ ସାମରିକ ସହାୟତା। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ପ୍ରଭାବ ୟୁକ୍ରେନ୍ ଉପରେ ପଡିଛି। ଦୀର୍ଘ ଦିନ ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିଲା। ୟୁକ୍ରେନ୍‌କୁ ଆମେରିକାର ବାଇଡେନ୍ ସରକାର ସହାୟତା ଦେଇ ଆସୁଥିଲେ। ହେଲେ ଟ୍ରମ୍ପ ଶପଥ ନେବା ପରେ ଏସବୁ ଯୋଜନାକୁ କରିଛନ୍ତି ବନ୍ଦ। କାରଣ ଟ୍ରମ୍ପଙ୍କ ମତରେ ଏହା ଆମେରିକାର ହିତରେ ନାହିଁ। ସାରା ବିଶ୍ବକୁ ଆମେରିକା ଦୂତାବାସ ଏହି ନିର୍ଦେଶ ପଠାଇଛି। ଏହି ନିର୍ଦେଶରେ ନୂଆ ସରକାରୀ ଖର୍ଚ୍ଚ ଉପରେ ରୋକ ଲଗାଇ ଦିଆଯାଇଛି। ଫଳରେ ଏଭଳି ଲାଗୁଛି କାର୍ଯ୍ୟକ୍ରମ ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ଯାଏଁ ତାଙ୍କ ପାଖରେ ପୂର୍ବରୁ ଟଙ୍କା ରହିଛି।  

ଉଲ୍ଲେଖନୀୟ ଯେ, ଟ୍ରମ୍ପ ଶପଥ ନେବାମାତ୍ରେ ବେଆଇନ ପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ୫୩୮ ବେଆଇନ ପ୍ରବାସୀଙ୍କୁ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରୁ ୩୭୩ ଜଣଙ୍କୁ ହେପାଜତକୁ ନେଇ କ୍ୟାମ୍ଫକୁ ପଠାଇ ଦିଆଯାଇଛି। ଏମାନେ ସମସ୍ତେ ଅପରାଧୀ। ଦୁଷ୍କର୍ମ, ହତ୍ୟା ଏବଂ ଅପହରଣ ଆଦି ମାମଲାରେ ଜଡ଼ିତ ଥିଲେ। ରିପୋର୍ଟ ଅନୁଯାୟୀ ଟ୍ରମ୍ପ ପ୍ରଶାସନ ସବୁଠୁ ବଡ଼ ପ୍ରତ୍ୟର୍ପଣ ଅଭିଯାନ ଚଲାଇଛି। ଅପରାଧିଙ୍କୁ ଗିରଫ କରି ସେନା ବିମାନରେ ଅନ୍ୟ ସ୍ଥାନକୁ ପଠାଯାଉଛି। ତେବେ କେଉଁଠିକୁ ପଠାଯାଉଛି ତାହାର କୌଣସି ସୂଚନା ଦିଆଯାଇ ନାହିଁ। ଏବେ ପୁଣି ଟ୍ରମ୍ପ ବେଆଇନ ପ୍ରବାସୀଙ୍କୁ ଚେତାବନୀ ଦେଇଛନ୍ତି। ସମସ୍ତଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି କହିଛନ୍ତି। ବେଆଇନ ପ୍ରବାସୀଙ୍କ  ପରେ ଟ୍ରମ୍ପଙ୍କ ଏହି ନୂଆ ନିୟମ ସାରା ବିଶ୍ବକୁ ପ୍ରଭାବିତ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.