ନୂଆଦିଲ୍ଲୀ,୨୯/୦୩; ମାସେ ପରେ ବି ଯୁଦ୍ଧ ଥମିବାର କୌଣସି ସଙ୍କେତ ନାହିଁ । ଆଗକୁ ଆହୁରି ତୀବ୍ର ହେବା ଆଶଙ୍କା କରାଯାଉଛି । ଇରାନରେ ବଡ଼ ଧରଣର ଗ୍ରାଉଣ୍ଡ ଅପରେସନ କରିବା ନେଇ ପ୍ରସ୍ତୁତି କରୁଛି ଆମେରିକା । 'ୱାଶିଂଟନ୍ ପୋଷ୍ଟ' ରିପୋର୍ଟ ଅନୁସାରେ ଖୁବଶୀଘ୍ର ହେବ ଗ୍ରାଉଣ୍ଡ ଅପରେସନ । କିଛି ସପ୍ତାହ ସ୍ଥଳ ଅଭିଯାନ ପାଇଁ ପେଣ୍ଟାଗନ ପ୍ରସ୍ତୁତି ଚଳାଇଥିବା ସୂଚନା । ସ୍ୱତନ୍ତ୍ର ଅଭିଯାନ ସହ ପଦାତିକ ସୈନ୍ୟଙ୍କ ଦ୍ୱାରା ଆକ୍ରମଣ କରିବ ଆମେରିକା । ଖାର୍ଗ ଦ୍ୱୀପ ଓ ହୋର୍ମୁଜ ନିକଟ ଉପକୂଳବର୍ତ୍ତୀ ସ୍ଥାନରେ ହୋଇପାରେ ଆକ୍ରମଣ । ଏ ନେଇ ୩୫୦୦ ସୈନ୍ୟ ପଠାଇଛି ଆମେରିକା । ଅପରେସନ ଜୋନରେ ପହଞ୍ଚିଛି ୟୁଏସଏସ ଟ୍ରିପୋଲି ।

ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ଆମେରିକା ସେନା ବଡ଼ ଘୋଷଣା କରିଛି । ୟୁଏସଏସ ଟ୍ରିପୋଲି ମଧ୍ୟପ୍ରାଚ୍ୟରେ ପହଞ୍ଚିଛି । ଏହି ଜାହାଜଟି ଆମେରିକା ଶ୍ରେଣୀର  ଉଭୟ ଆକ୍ରମଣ ଜାହାଜ ଯେଉଁଥିରେ ପ୍ରାୟ ୩,୫୦୦ ନାବିକ ଏବଂ ମାରିନ୍‌ ଅଛନ୍ତି । ଏଥିରେ ବିମାନ, ହେଲିକପ୍ଟର ଏବଂ ସାମୁଦ୍ରିକ ଆକ୍ରମଣ ଉପକରଣ ମଧ୍ୟ ବହନ କରିପାରିବ । ଏହି ଜାହାଜଟି ଟ୍ରିପୋଲି ଆମ୍ପିବିୟସ୍ ରେଡି ଗ୍ରୁପ ଏବଂ ୩୯ତମ୍ ମାରିନ୍ ଏକ୍ସପିଡେନ୍ସିନାରୀ ୟୁନିଟକୁ ପ୍ରମୁଖ । ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକାର ସାମରିକ ଶକ୍ତିକୁ ସୁଦୃଢ କରିବାକୁ ଏହି ନିୟୋଜିତ କରାଯାଇଛି । ଆମେରିକା ସେଣ୍ଟୀଲ କମାଣ୍ଡୋ ଅନୁସାରେ ଅପରେସନ ଏପିକ୍ ପ୍ୟୁରିରେ ଏବେ ସୁଦ୍ଧା ୧୧,୦୦୦ରୁ ଅଧିକ ଠିକଣାରେ ସେନା ମତୟନ ହୋଇଛନ୍ତି । ଏହାରି ଭିତରେ ଆଧୁନିକ ଯୁଦ୍ଧ ଏସଏସ ଟ୍ରିପୋଲି ଅପରେସନ ଜୋନରେ ପହଞ୍ଚି ସାରିଛି । ଯେଉଁଥିରେ ପ୍ରାୟ ୨୫୦୦ ମରିନ ସେନା ଅଛନ୍ତି ।

ଆମେରିକାର କଣ ରଣନୀତି ?  ବିଶେଷଜ୍ଞଙ୍କ ଅନୁସାରେ ଏହି ଜାହାଜକୁ ହୋର୍ମୁଜ ପ୍ରଣାଳୀ ଖୋଲିବା, ଇରାନ ତୈଳ ସୁବିଧା ଉପରେ ନଜର ରଖିବା କିମ୍ବା ଆବଶ୍ୟକ ହେଲେ ଗ୍ରାଉଣ୍ଡ ସହାୟତା ଯୋଗାଇବା ପାଇଁ ବ୍ୟବହାର କରାଯାଇପାରିବ । ଏହା ଏଫ-୩୫ବି ଲଢୁଆ ବିମାନ, ଏମଭି-୨୨ଓଏସପିଆରଇୱଇ ହେଲିକପ୍ଟର ଏବଂ ଅବତରଣ କ୍ରାପ୍ଟ ସହିତ ସଜ୍ଜିତ, ଯାହା ଦ୍ରୁତ କାର୍ଯ୍ୟ ସକ୍ଷମ କରିଥାଏ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ହୋର୍ମୁଜ ପ୍ରଣାଳୀ ପାଇଁ ଏକ ସମୟ ଦେଇଛନ୍ତି । କିନ୍ତୁ ସାମରିକ ଚାପ ବଜାୟ ରହିଛି । ଯୁଦ୍ଧ ମାସେ ପୁରିଛି । ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି ।


​​​​​ଏହା ବି ପଢନ୍ତୁ...ଇରାନକୁ ସେନା ପଠାଇବା ପ୍ରସ୍ତୁତିରେ ଆମେରିକା, ସେପେଟ ‘ତେହରାନ ଟାଇମ୍ସ’ ଲେଖିଲା ‘ନର୍କକୁ ସ୍ୱାଗତ’  

ୟୁଏସଏସ ଟ୍ରିପୋଲିର ଏହି ମୁତୟନ ଆମେରିକା ରଣନୀତିର ଏକ ଅଂଶ । ଏହା ଉକ୍ତ ଅଞ୍ଚଳକୁ ସ୍ଥିର କରିବାରେ ଏବଂ ମିତ୍ରମାନଙ୍କୁ ସରୁକ୍ଷା ଦେବାରେ ସାହାଯ୍ୟ କରିବ । ଏହାଛଡା ପ୍ରଶାନ୍ତ ମହାସାଗରରେ ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ହ୍ରାସ ହୋଇପାରେ । ଇରନ ଏହାକୁ ପ୍ରତିରକ୍ଷାକୁ ମଜବୁତ କରୁଛି । ଏହି ପଦକ୍ଷେପ ଦର୍ଶାଉଛି ଯେ, ଆମେରିକା ବିମାନ ଆକ୍ରମଣ ବ୍ୟତୀତ ସାମୁଦ୍ରିକ ଏବଂ ସ୍ଥଳଭିତ୍ତିକ ବିକଳ୍ପଗୁଡିକୁ ବଜାୟ ରଖିବାକୁ ଚାହୁଁଛି ।