ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆମେରିକାରେ ଆରମ୍ଭ ହେଲା ଭାରତୀୟ ପ୍ରବାସୀଙ୍କ ନିର୍ବାସନ; ସେପଟେ ବିଶ୍ବ ପାଇଁ ଚିନ୍ତା ଟ୍ରମ୍ପଙ୍କ ଟାରିଫ

Published By : Soubhagya Ranjan | February 4, 2025 12:03 PM

ନୂଆଦିଲ୍ଲୀ,୦୪/୦୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ, ଆମେରିକା ଅବୈଧ ପ୍ରବାସୀମାନଙ୍କୁ ବାହାର କରିବା ଆରମ୍ଭ କରିଛି। ଆମେରିକାର ପ୍ରବାସୀମାନଙ୍କୁ ଧରି ଏକ ଆମେରିକୀୟ ସାମରିକ ବିମାନ ଭାରତ ଅଭିମୁଖେ ଯାତ୍ରା କରିଛି। ନାମ ଗୋପନ ରଖିବା ସର୍ତ୍ତରେ ରଏଟର୍ସକୁ ପ୍ରତିକ୍ରିୟା ଦେବା ସମୟରେ ଜଣେ ଆମେରିକୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ଦେଇ କହିଛି ଯେ C-17 ସାମରିକ ବିମାନ ପ୍ରବାସୀମାନଙ୍କୁ ନେଇ ଉଡ଼ାଣ ଭରିଛି। ଅଧିକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ ଏହି ବିମାନ ଅତି କମରେ ୨୪ ଘଣ୍ଟା ପୂର୍ବରୁ ପହଞ୍ଚିବ ନାହିଁ।

ନିର୍ବାସନ ସମ୍ପର୍କିତ କିଛି ତଥ୍ୟ:

* ଡୋନାଲ୍ଡ ଟ୍ରମ୍ପ ସାମୁହିକ ନିର୍ବାସନ ଆରମ୍ଭ କରିଛନ୍ତି

* ଅବୈଧ ଭାରତୀୟ ପ୍ରବାସୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି

* C-17 ବିମାନ ଦ୍ୱାରା ଭାରତୀୟମାନଙ୍କୁ ନିର୍ବାସନ କରାଯାଇଛି

* ୧୮,୦୦୦ ଅବୈଧ ଭାରତୀୟଙ୍କ ତାଲିକା ପ୍ରସ୍ତୁତ ହୋଇଛି

* ଅବୈଧ ଭାରତୀୟଙ୍କୁ ଫେରାଇ ନେବା ପାଇଁ ଚୁକ୍ତିନାମା ହୋଇଛି

* ଆମେରିକାରେ ୧୫ ଲକ୍ଷ ଅବୈଧ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ ରହିଛି

* ଆମେରିକାରେ ମେସ୍କିକୋର ୪୧ ଲକ୍ଷ ଅବୈଧ ମେକ୍ସିକାନ୍ ପ୍ରବାସୀ ଅଛନ୍ତି

* ଆମେରିକାରେ ଗୁଆଟେମାଲାରୁ ୭ ଲକ୍ଷ ଅବୈଧ ପ୍ରବାସୀ ରହିଛନ୍ତି

* ଆମେରିକାରେ ହୋଣ୍ଡୁରାସରୁ ୫.୫ ଲକ୍ଷ ଅବୈଧ ପ୍ରବାସୀ ରହିଛନ୍ତି

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ଇମିଗ୍ରେସନ ନୀତି; ଅବୈଧ ପ୍ରବାସୀ ଭାରତୀୟଙ୍କୁ ନେଇ ଉଡାଣ ଭରିଲା ସି-୧୭ ପ୍ଲେନ୍

ଟ୍ରମ୍ପ ପ୍ରବାସନ ଉପରେ ବହୁତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ଏହା ତାଙ୍କର ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏପର୍ଯ୍ୟନ୍ତ, ଆମେରିକା ୬ଟି ବିମାନରେ ଲାଟିନ୍ ଆମେରିକାକୁ ପ୍ରବାସୀଙ୍କୁ ନେଇ ଉଡ଼ାଣ ଭରିଛି। ଟ୍ରମ୍ପଙ୍କ ସହ ବିବାଦ ପରେ କଲମ୍ବିଆ ଦୁଇଟି ଆମେରିକୀୟ ସି-୧୭ କାର୍ଗୋ ବିମାନକୁ ଅବତରଣ କରିବାକୁ ମନା କରିଦେବା ପରେ ଏବଂ ପ୍ରବାସୀମାନଙ୍କୁ ନେବା ପାଇଁ ନିଜସ୍ୱ ବିମାନ ପଠାଇବା ପରେ ସେହି ବିମାନଗୁଡ଼ିକ ମଧ୍ୟରୁ କେବଳ ଚାରୋଟି ଗୁଆଟେମାଲାରେ ଅବତରଣ କରିପାରିଥିଲା। "ଇତିହାସରେ ପ୍ରଥମ ଥର ପାଇଁ, ଆମେ ଅବୈଧ ପ୍ରବାସୀମାନଙ୍କୁ ଠାବ କରୁଛୁ, ସେମାନଙ୍କୁ ସାମରିକ ବିମାନରେ ଲୋଡ୍ କରୁଛୁ ଏବଂ ଯେଉଁଠାରୁ ସେମାନେ ଆସିଥିବା ସ୍ଥାନକୁ ଫେରାଇବାକୁ ଯାଉଛୁ ବୋଲି ଜାନୁଆରୀ ମାସରେ କହିଥିଲ ଟ୍ରମ୍ପ। 

ଅମେରିକାରେ ଅବୈଧ ପ୍ରବାସୀଙ୍କ ସଂଖ୍ୟା କେତେ?

ଅବୈଧ ପ୍ରବାସୀଙ୍କୁ ନେଇ ଭାରତ ଆସୁଥିବା ସାମରିକ ବିମାନରେ କେତେ ଭାରତୀୟ ଅଛନ୍ତି? ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କୁହାଯାଉଛି ଯେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ୧୭୦୦ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଅଟକ ରଖାଯାଇଛି। ଆମେରିକା ବର୍ତ୍ତମାନ ବିଭିନ୍ନ ଦେଶର ୧୫ ଲକ୍ଷ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି, ଯେଉଁମାନଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦିଆଯିବ। ଆକଳନ କରାଯାଇଛି ଯେ ବର୍ତ୍ତମାନ ଆମେରିକାରେ ୭.୨୫ ଲକ୍ଷ ଅବୈଧ ଭାରତୀୟ ଅଛନ୍ତି। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୧୮,୦୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି।

ଟ୍ରମ୍ପଙ୍କ ଟାରିଫ ବିପଦର ଘଣ୍ଟି: 

ଟ୍ରମ୍ପ ପ୍ରାୟତଃ ତାଙ୍କର ପ୍ରବାସନ ଏଜେଣ୍ଡାକୁ ଲାଗୁ କରିବା ପାଇଁ ସେନାକୁ ବ୍ୟବହାର କରିଛନ୍ତି। ସେ ଆମେରିକା-ମେକ୍ସିକୋ ସୀମାକୁ ସେନା ପଠାଇଛନ୍ତି, ପ୍ରବାସୀମାନଙ୍କୁ ରଖିବା ପାଇଁ ସୈନ୍ୟ ଶିବିରର ବ୍ୟବହାର କରିଛନ୍ତି । ଦେଶରୁ ପ୍ରବାସୀମାନଙ୍କୁ ବହିଷ୍କାର କରିବା ସହିତ, ଟ୍ରମ୍ପଙ୍କ ଟାରିଫ ବିଶ୍ୱକୁ ମଧ୍ୟ ସମସ୍ୟାରେ ପକାଇଛି। ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ ଉପରେ ଟାରିଫ ବା ଶୁଳ୍କ ଲାଗୁ କରିଛନ୍ତି। ଏବେ ସେମାନେ ୟୁରୋପୀୟ ସଂଘ ଉପରେ ମଧ୍ୟ ଟାରିଫ ଲାଗୁ କରିବାକୁ ଯାଉଛନ୍ତି। କିନ୍ତୁ ସେ ଏହି ନିଷ୍ପତ୍ତିରୁ ବ୍ରିଟେନକୁ ମୁକ୍ତି କରିବା ପାଇଁ ସଙ୍କେତ ଦେଇଛନ୍ତି।

You can also read: ଆଜି ବିଶ୍ବ କର୍କଟ ଦିବସ; ଲଢିବା ଜୀବନ ଯୁଦ୍ଧରେ ଜିତିବା, ଜାଣନ୍ତୁ କଣ ରହିଛି ଥିମ୍ ?



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.