ନୂଆଦିଲ୍ଲୀ,୩୧/୦୮:ଏଣିକି ଆମେରିକା ଯିବା ହେବ ମହଙ୍ଗା । ଅକ୍ଟୋବର ପହିଲାରୁ ଦେବାକୁ ପଡ଼ିବ ଇଣ୍ଟିଗ୍ରିଟି ଭିସା ଫିସ୍। ଟ୍ରମ୍ପ ପ୍ରଶାସନ ୨୫୦ ଡ଼ଲାର ଅର୍ଥାତ ପ୍ରାୟ ୨  ହଜାର ଟଙ୍କା ଇଣ୍ଟିଗ୍ରିଟି ଭିସା ଫି  ଲାଗୁ କରିବାକୁ ଯାଉଛି । ଯାହା ପରେ ଆମେରିକାର ଭିସା ଦୁଇଗୁଣରୁ ଅଧିକ ହୋଇଯିବ ମହଙ୍ଗା।

ଆମେରିକୀୟ ଟ୍ରାଭେଲ୍ ଆସୋସିଏସନ୍ ଅନୁଯାୟୀ, ଭିସା ପାଇବାର ମୋଟ ଖର୍ଚ୍ଚ ୪୪୨ ଡ଼ଲାର ଅର୍ଥାତ ପ୍ରାୟ ୪୦ ହଜାର ଟଙ୍କାକୁ ବୃଦ୍ଧି ପାଇପାରେ। ଏହା ଭାରତରୁ ଆମେରିକା ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟାକୁ ମଧ୍ୟ ପ୍ରଭାବିତ କରିବାର ସମ୍ଭାବନା ଅଛି। ଯାହା ପୂର୍ବରୁ ୨.୫ ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ ଆମେରିକା ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା ମଧ୍ୟ ୧୮ ପ୍ରତିଶତ ହ୍ରାସ ପାଇଛି। ଆନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ହ୍ରାସ ଯୋଗୁଁ ଆମେରିକୀୟ କଲେଜଗୁଡ଼ିକ ମଧ୍ୟ ଚିନ୍ତିତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବାସୀଙ୍କ ଉପରେ କଠୋରତା ଏବଂ ଅନେକ ବିଦେଶୀ ଦେଶ ପ୍ରତି ଶତ୍ରୁତାପୂର୍ଣ୍ଣ ମନୋଭାବ ଯୋଗୁଁ ବିଦେଶରୁ ଆସୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି।ଏହା ବିଶ୍ୱାସ କରାଯାଉଛି ଯେ, ନୂତନ ଇଣ୍ଟିଗ୍ରିଟି ଭିସା ଫି  ଆମେରିକାର ଯାତ୍ରା ଶିଳ୍ପ ଉପରେ ଆହୁରି ଚାପ ପକାଇପାରେ। ଆମେରିକା ସରକାରଙ୍କ ତଥ୍ୟ ଅନୁଯାୟୀ, ଜୁଲାଇରେ ଆମେରିକାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବର୍ଷ ବର୍ଷ ତୁଳନାରେ ୩.୧ ପ୍ରତିଶତ ହ୍ରାସ ପାଇ ୧୯.୨ ନିୟୁତ ହୋଇଛି। ସଦସ୍ୟତା ସଂଗଠନ ୟୁଏସ୍ ଟ୍ରାଭେଲ୍ ଆସୋସିଏସନ୍ ଅନୁଯାୟୀ, ଏହି ଅତିରିକ୍ତ ଶୁଳ୍କ ଭିସାର ମୋଟ ମୂଲ୍ୟ ୪୪୨ ଡ଼ଲାରକୁ ବୃଦ୍ଧି ହେବ। ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପର୍ଯ୍ୟଟକ ଶୁଳ୍କ ମଧ୍ୟରୁ ଗୋଟିଏ। ବିଶ୍ୱ ଯାତ୍ରା ଏବଂ ପର୍ଯ୍ୟଟନ ପରିଷଦ ଅନୁଯାୟୀ, ବିଦେଶରୁ କମ୍ ଲୋକ ଆସିବେ, ଯାହା ରାଜସ୍ୱକୁ ପ୍ରଭାବିତ କରିବ।