ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଗକୁ ଦରବୃଦ୍ଧି ଆଶଙ୍କା: ସାମଗ୍ରୀ ଠୁଳ କଲେଣି ଆମେରିକୀୟ; ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌ ଷ୍ଟୋର୍‌ରେ ପ୍ରବଳ ଭିଡ଼

Published By : Prameya | April 6, 2025 2:42 PM

ୱାଶିଂଟନ,୦୬/୦୪: ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ବ୍ରିଟେନ୍‌ ଏବଂ ୟୁରୋପୀୟ ସଂଘ  ସହିତ ପ୍ରାୟ ସମସ୍ତ ରାଷ୍ଟ୍ରଗୁଡ଼ିକ ପାଇଁ ଘୋଷଣା  କରିଛନ୍ତି ଯେସାକୁ ତେସା ଶୁଳ୍କ । ତେବେ ଏ  ପଦକ୍ଷେପ ଖାଲି ଯେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ  କରିବ ତାହା ନୁହେଁ, ନିଜେ ଆମେରିକା ବି ବର୍ତ୍ତିବ  ନାହିଁ । ଟ୍ରମ୍ପଙ୍କ ଏ ନିଷ୍ପତ୍ତି ଏକ ଆତ୍ମଘାତୀ ଶୁଳ୍କ  ବୋମା । ଏହା ଆମେରିକାରେ ବଡ଼ ଧରଣର  ଆର୍ଥିକ ବିପତ୍ତି ଆଣିବ। ଦରଦାମ ସ୍ଥିତି ଉତ୍କଟ  ହେବ ବୋଲି ଅର୍ଥନୀତିଜ୍ଞମାନେ ଚେତାବନୀ  ଦେଇଛନ୍ତି । ବିଭିନ୍ନ ପ୍ରକାର ବିତ୍ତୀୟ ଆହ୍ୱାନ  ସତ୍ତେ୍ୱ ଟ୍ରମ୍ପ ନିଜର ଶୁଳ୍କ ରଣନୀତିରେ ଅଟଳ  ରହିଛନ୍ତି । ତାଙ୍କ ମୁତାବକ ଟାରିଫ୍‌ ଦ୍ୱାରା ପ୍ରତିବର୍ଷ  ଆମେରିକାକୁ ୬୦୦୦୦ କୋଟି ଡଲାରର ରାଜସ୍ୱ ମିଳିବ । କିନ୍ତୁ ଅର୍ଥନୀତିଜ୍ଞମାନେ ଏହି ଦାବିକୁ  ଖଣ୍ଡନ କରିଛନ୍ତି । 

ଏମାନେ କହିଛନ୍ତି ଯେ, ଏହାର  ବୋଝ ଉପଭୋକ୍ତା ଏବଂ କମ୍ପାନିଗୁଡ଼ିକ ଉପରେ ପଡ଼ିବ । ସମ୍ଭାବ୍ୟ ଦରଦାମ୍‌ ବୃଦ୍ଧିକୁ ଦୃଷ୍ଟିରେ  ରଖି ଏବେ ଆମେରିକୀୟମାନେ ବିଭିନ୍ନ ପ୍ରକାର  ସାମଗ୍ରୀ ଆଗୁଆ ଠୁଳ କଲେଣି । ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌, ପୋଷାକ, ଜୋତା, ଫର୍ଣ୍ଣିଚର,  ଅଟୋମୋବାଇଲ, ବିଦେଶୀ ଖାଦ୍ୟ, ଜିମ୍‌ ଏବଂ  ୱେଲ୍‌ନେସ୍‌ ଉପକରଣ ସହ ଅନ୍ୟାନ୍ୟ ସାମଗ୍ରୀ  ଷ୍ଟୋରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। 

ଶୁଳ୍କ  ଲାଗୁ ହେବା ପୂର୍ବରୁ ଏସବୁ ଉତ୍ପାଦ ଆଗୁଆ  କିଣିନେଲେଣି ଆମେରିକୀୟ ।  ଶୁଳ୍କ ଲାଗିବା ପରେ ଆମେରିକା ବାହାରେ  ପ୍ରସ୍ତୁତ ଗାଡ଼ି ଆଗକୁ ମହଙ୍ଗା ହୋଇଯିବ ।  କାରଣ ବିଦେଶୀ ଗାଡ଼ି ଉପରେ ଟ୍ରମ୍ପ ୨୫%  ଶୁଳ୍କ ଲଗାଇବେ । ତେଣୁ ଲୋକେ ତରବରିଆ  ହୋଇ ଏହି ଗାଡ଼ିଗୁଡ଼ିକୁ କିଣି ପକାଇଲେଣି । 

ତାଇୱାନ ଉପରେ ୩୨% ଏବଂ ଚୀନ୍‌  ଉପରେ ଟ୍ରମ୍ପଙ୍କ ୫୨% ଶୁଳ୍କ ଘୋଷଣା ପରେ  ଆମେରିକୀୟମାନେ ଟାବ୍‌ଲେଟ୍‌, ସ୍ମାର୍ଟଫୋନ୍‌ ଏବଂ ଲାପ୍‌ଟପ୍‌ ଷ୍ଟୋରରେ ଭିଡ଼ ଲଗାଇଛନ୍ତି । ଏହାର  କମ୍ପୋନେଣ୍ଟଗୁଡ଼ିକ ଚୀନ୍‌ରୁ ଆସିଥାଏ । ତେଣୁ  ଆଗକୁ ଏସବୁ ଉତ୍ପାଦ ମହଙ୍ଗା ହୋଇଯିବ। ନୂଆ କାର ତଥା ଇଭି କିଣିବା ପାଇଁ ଯୋଜନା  କରିଥିବା ଆମେରିକୀୟମାନେ ସମୟ ବିଳମ୍ବ  ନ କରି ବିଦେଶରୁ ଆମଦାନି ହେଉଥିବା କାର କିଣିବାକୁ ସୋ’ରୁମ୍‌ରେ ଭିଡ଼ ଲଗାଇଲେଣି । ଦାମ  ବଢ଼ିବା ପୂର୍ବରୁ ଗାଡ଼ି କିଣିବାକୁ ଏମାନେ ଚାହାନ୍ତି । 

ଗ୍ୟାପ୍‌ ଭଳି ପ୍ରମୁଖ ପୋଷାକ ବ୍ରାଣ୍ଡଗୁଡ଼ିକ  ସେମାନଙ୍କ ୨୧% ପୋଷାକ ଭିଏତ୍‌ନାମରୁ ଏବଂ  ୩୭% ଭାରତ, ଇଣ୍ଡୋନେସିଆ ଓ ବାଂଲାଦେଶରୁ  ସଂଗ୍ରହ କରନ୍ତି । ଆଉ ଏକ ଲୋକପ୍ରିୟ ବ୍ରାଣ୍ଡ୍‌  ଏଚ୍‌ ଆଣ୍ଡ୍‌ ଏମ୍‌ ମଧ୍ୟ ଚୀନ୍‌ ଏବଂ ବାଂଲାଦେଶରେ  ଏହାର ପୋଷାକ ତିଆରି କରିଥାଏ । ତେଣୁ ଶୁଳ୍କ  ପ୍ରଭାବ ପଡ଼ିବା ପୂର୍ବରୁ ଆମେରିକୀୟମାନେ ପ୍ରଚୁର  ମାତ୍ରାରେ ଜିନ୍ସ, ସ୍ପୋର୍ଟସ ୱେର୍‌, ୱାର୍କୱେର୍‌ ଏବଂ  ଜୋତା ଆଦି କିଣୁଛନ୍ତି ।  

ଆମେରିକା ବାହାର ଦେଶରୁ ବୃହତ୍‌  ମାତ୍ରାରେ କଫି, ସ୍ନାକ୍ସ ଏବଂ ଅନ୍ୟାନ୍ୟ ଗ୍ରୋସେରି  ଆମଦାନି କରିଥାଏ । ଥରେ ଶୁଳ୍କ ପ୍ରଭାବ ପଡ଼ିବା ପରେ ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ । ତେଣୁ  ଆମେରିକୀୟମାନେ ପ୍ରଚୁର ମାତ୍ରାରେ ଏଗୁଡ଼ିକୁ  ଠୁଳ କରି ଚାଲିଛନ୍ତି ।  ବିଭିନ୍ନ ରାଷ୍ଟ୍ରରୁ ଆମେରିକା ଟ୍ରେଡ୍‌ମିଲ୍‌,  ଷ୍ଟେସ୍‌ନାରୀ ବାଇକ୍‌, ମସାଜ୍‌ ଚେୟାର  ଏବଂ ଅନ୍ୟାନ୍ୟ ଜିମ୍‌ ଉପକରଣ ଆମଦାନି  କରିଥାଏ । ଏଗୁଡ଼ିକ ମହଙ୍ଗା ହେବା ପୂର୍ବରୁ  ଆମେରିକୀୟମାନେ ମହଜୁଦ କରୁଛନ୍ତି ।  

ସେହଭିଳି ଚୀନ୍‌ ଏବଂ ତାଇୱାନ୍‌ରୁ  ଆମେରିକାକୁ ବିଭିନ୍ନ ପ୍ରକାର ଇଲେକ୍ଟ୍ରିକାଲ  ଆପ୍ଲିଆନ୍ସେସ୍‌ ଯଥା ରେଫ୍ରିଜରେଟର, ୱାଶିଂ  ମେଶିନ୍‌, ମାଇକ୍ରୋୱେଭ୍‌ ଏବଂ ଡିସ୍‌ୱାଶର ତଥା  ଏହାର କମ୍ପୋନେଣ୍ଟଗୁଡ଼ିକ ଆମଦାନି ହୋଇଥାଏ ।  ତେଣୁ ବର୍ତ୍ତମାନ ଆମେରିକୀୟମାନେ ଏସବୁ  ଷ୍ଟୋରରେ ବି ଭିଡ଼ ଲଗାଇଛନ୍ତି ।  

ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ  ଆମେରିକୀୟମାନେ ବିଲ୍‌ଡିଂ ଏବଂ ରିନୋଭେଶନ  ମାଟେରିଆଲ, କିଚେନ୍‌ ଆପ୍ଲାଏନ୍ସେସ୍‌ ଏବଂ  ପିଲାଙ୍କ ପ୍ରଡକ୍ଟ, ଡାଏପର, ଖେଳନା, ପିଲାଙ୍କ  ପୋଷାକ ଏବଂ ଷ୍ଟ୍ରଲର କିଣୁଛନ୍ତି । ଶୁଳ୍କ ଲାଗୁ  ହେବା ପରେ ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ ।  

ସୂଚନାଯୋଗ୍ୟ, ଚୀନ୍‌, ଭାରତ, ଭିଏତ୍‌ନାମ  ସହିତ ୬୦ରୁ ଅଧିକ ଦେଶ ଉପରେ ଆମେରିକା  ରାଷ୍ଟ୍ରପତି ଟ୍ରମ୍ପ ଶୁଳ୍କ ଘୋଷଣା କରିଛନ୍ତି ।  ରବିବାରଠାରୁ ୧୦%ର ମୂଳ ଶୁଳ୍କ ଲାଗୁ ହେବ ।  ଏପ୍ରିଲ ୯ରୁ ଉଚ୍ଚ ଟାରିଫ୍‌ ଲାଗିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.