ନୂଆଦିଲ୍ଲୀ,୧୬/୧୨: ସମ୍ବିଧାନ ଉପରେ ଚର୍ଚ୍ଚା ସମୟରେ ବିଜେପି, ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କୁ ନିଶାନା ମାରିଛନ୍ତି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଟାର୍ଗେଟ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟାର୍ଗେଟ କରି ମଲ୍ଲିକାର୍ଜୁନ କହିଛନ୍ତି ସମ୍ବିଧାନକୁ ସୃଦୁଢ କରିବା ୧୧ ବର୍ଷ ହେବ ତୁମେ କଣ କରିଛ ବୋଲି ପ୍ରଶ୍ନ କରିଛନ୍ତି । ଯିଏ ସମ୍ବିଧାନକୁ ଅସମ୍ମାନ କରୁଛନ୍ତି ସେମାନେ ଭାଷଣ ମାରୁଛନ୍ତି ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।
#WATCH | Constitution Debate | Rajya Sabha LoP Mallikarjun Kharge says, "...Amit Shah has bought a big washing machine. Whoever goes inside it comes out clean... If a state or region is not voting for you, you should not take revenge... PM Modi goes for elections everywhere, but… pic.twitter.com/mWwpOR5cXi
— ANI (@ANI) December 16, 2024
ଅମିତ ଶାହା ଏକ ବଡ ୱାଶିଂଙ୍ଗ ମେସିନ କିଣିଛନ୍ତି- କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କୁ ଟାର୍ଗେଟ କରି ଖଡଗେ କହିଛନ୍ତି, ଅମିତ ଶାହ ଏକ ବଡ ୱାଶିଂଙ୍ଗ ମେସିନ କିଣିଛନ୍ତି । ସେଥିରେ ଯିଏ ପଶୁଛି ସେ ସଫା ହୋଇ ବାହାରୁଛି । ଶାହା ସାହେବ ଏକ ଇଡିର ୱାଶିଂଙ୍ଗ ମେସିନ କିଣିଛନ୍ତି । ସେଥିରେ ଯିଏ ପଶୁଛି ସେ କ୍ଲିନ ହୋଇ ବାହାରୁଛି ।
ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ମଲ୍ଲିକାର୍ଜୁନ କହିଛନ୍ତି, ମଣିପୁର ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ମଣିପୁରରେ ହିଂସା ଲାଗି ରହିଛି ହେଲେ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ଯଦି ଗୋଟିଏ ରାଜ୍ୟ ତୁମ ପାଇଁ ଭୋଟ ଦେଉନାହିଁ ତାଙ୍କ ଉପରେ ପ୍ରତିଶୋଧ ନେବା ଠିକ୍ ନୁହେଁ । ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ସବୁଠିକୁ ଯାଉଛନ୍ତି ହେଲେ ମଣିପୁର ପାଇଁ ସମୟ ନାହିଁ । ରାହୁଲ ଗାନ୍ଧୀ ସେଠାକୁ ଯାଇ ଏକ ଯାତ୍ରା କରିଥିଲେ । ତୁମ ପାଖରେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ରହିଛି ଏହା ସତ୍ତ୍ବେ ବି ତୁମେ ମଣିପୁର ଯାଉନାହଁ । ଏହି ସମସ୍ୟା କାହିଁକ ସମାଧାନ କରୁନାହଁ । ଗରିବ ଗରିବ ହୋଇ ଯାଉଛି ।