ନୂଆଦିଲ୍ଲୀ,୦୧/୦୩: ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହ ଡାକିଛନ୍ତି ପ୍ରଥମ ବୈଠକ । ଶନିବାର ଦିନ ୧୧ଟାରେ ନର୍ଥ ବ୍ଲକ୍‌ ଗୃହମନ୍ତ୍ରାଳୟରେ ଏହି ବୈଠକ ବସିବ । ଏହି ବୈଠକରେ ଅମିତ ଶାହ ମଣିପୁରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । ଗୃହମନ୍ତ୍ରୀଙ୍କ ସହିତ ବୈଠକରେ ମଣିପରୁ ରାଜ୍ୟପାଳ ଅଜୟ କୁମାର ଭଲ୍ଲା, ମଣିପୁର ସରକାର ଅଧିକାରୀ ଓ ସେନା ଅଧିକାରୀ ସାମିଲ ହେବେ।

ଫେବୃଆରୀ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଇସ୍ତଫା ଦେବା ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଦଳର କିଛି ବିଧାୟକଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଇସ୍ତଫା ଦେଇଥିଲେ। ଗତ ଦୁଇ ବର୍ଷ ଧରି ରାଜ୍ୟରେ ଦୁଇଟି ଜାତି ମଧ୍ୟରେ ହିଂସା ଦେଖାଯାଉଛି। ୧୯୫୧ ମସିହାରୁ ଏପର୍ଯ୍ୟନ୍ତ ମଣିପୁରରେ ୧୧ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ପ୍ରଥମ ଥର ପାଇଁ ଅମିତ ଶାହ ଏକ ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରାଯିବ।

ତେବେ ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଗୃହମନ୍ତ୍ରୀଙ୍କ ଏହା ନୂଆଦିଲ୍ଲୀରେ ଶୀର୍ଷ ୪ ଅଧିକାରୀଙ୍କ ସହ ପ୍ରଥମ ବୈଠକ ହେବ। ୨୦୨୪ ମେ ୩ରେ ଜାତିଗତ ସଂଘର୍ଷ ଆରମ୍ଭ ହେବାର ପ୍ରାୟ ୨୨ ମାସ ପରେ ମଧ୍ୟ ସମଗ୍ର ମଣିପୁରରେ ସ୍ୱାଭାବିକତା ଫେରି ଆସିନାହିଁ। କିଛି ଦଳୀୟ ବିଧାୟକଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେଇଥିଲେ। ଯାହାର କିଛି ଦିନ ପରେ ଅର୍ଥାତ ୨୦୨୪ ଫେବୃଆରୀ ୧୩ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏନ ବୀରେନ ସିଂହଙ୍କ ଇସ୍ତଫାର ଗୋଟିଏ ମାସ ପୂର୍ବରୁ କେନ୍ଦ୍ର ସରକାର ପୂର୍ବତନ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କୁ ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ।