ପାଟଣାଗଡ଼, ୧୦/୧୧ ;  ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଟଙ୍କଧର ମେହେର ତାଙ୍କ ପୁଅ ସୋହନଙ୍କ ୯ ତମ ଜନ୍ମ ଦିନ  ନିଆରା ଢଙ୍ଗରେ ପାଳିଛନ୍ତି।ପାଟଣାଗଡ଼ ବ୍ଳକ  ଘସିଏନ ଶିବ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ତଥା ଜନସାଧାରଣଙ୍କ ପାନୀୟ ଜଳର ସୁବିଧା ପାଇଁ  ଅମୃତଧାରାର ଶୁଭ ଉଦ୍ଘାଟନ କରିଛନ୍ତି।

ଏହି ମନ୍ଦିରଟି ଘସିଏନ ସାପ୍ତାହିକ ବଜାର ପଡ଼ିଆରେ ଥିବା ଯୋଗୁଁ ଜନସାଧାରଣ ତଥା ଭକ୍ତମାନେ ସୁବିଧାରେ ପାନୀୟ ପାଇପାରିବେ ବୋଲି ଶ୍ରୀ ମେହେର  କହିଛନ୍ତି। ଏହି ଅବସରରେ ଡ଼ଃ ଶ୍ରୀ ମେହେରଙ୍କ ସମେତ ସୋହନଙ୍କ ଜେଜେ ବାପା ଚୁଡ଼ାମଣି ମେହେର , ଜେଜେମା’ ଲକ୍ଷ୍ମୀ ମେହେର,   ଘସିଏନ ପଞ୍ଚାୟତ ସମିତି ସଭ୍ୟା ବିଦ୍ୟୁଷ୍ମିତା ମହାକୁଡ଼, ସୁରେଶ ପଣ୍ଡା, ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ।