ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଏସିଆନ୍‌ ସ୍କ୍ୱାଶ୍‌ ଚାମ୍ପିଅନସିପ୍‌ : ସେମିରେ ଅନାହତ-ଜ୍ୟୋତ୍ସ୍ନା ଯୋଡ଼ି

Published By : Rasmita Pradhan | June 25, 2025 9:03 AM

ନୂଆଦିଲ୍ଲୀ, ୨୫/୦୬ : ମାଲେସିଆରେ ଚାଲିଥିବା ଏସିଆନ୍‌ ସ୍କ୍ୱାଶ୍‌ ଡବଲ୍ସ ଚାମ୍ପିଅନସିପ୍‌ରେ ଭାରତର ଅନାହତ୍‌ ସିଂହ ଓ ଜ୍ୟୋତ୍ସ୍ନା ଚିନାପ୍ପା ଏବଂ ଅଭୟ ସିଂହ ଓ ଭେଲାବନ ସେନ୍ଥିଲକୁମାର ଯୋଡ଼ି ବିଜୟ ଜାରି ରଖି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍‌ରେ ଅନାହତ୍‌ଜ୍ୟୋତ୍ସ୍ନା ଯୋଡ଼ି ୨-୦ (୧୧-୬, ୧୧-୩)ରେ ଫିଲିପାଇନ୍ସର ଜେମିକା ଆଡିବଡୋ-ୱାଇ. ଆଲିସା ଡାଲିଡା ଯୋଡ଼ିଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ଉଭୟଙ୍କୁ ମାତ୍ର ୧୨ ମିନିଟ୍‌ ଲାଗିଥିଲା । 

ଅନ୍ୟ ଏକ କ୍ୱାର୍ଟର ମୁକାବିଲାରେ ପୂଜା ଆରତୀ ରଘୁ-ରଥିକା ସିଲାନ ଯୋଡ଼ି ୦-୨ (୭-୧୧, ୬-୧୧)ରେ ମାଲେସିଆ ଯୋଡ଼ିଙ୍କ ନିକଟରୁ ହାରିଯାଇଥିଲେ । ପୁରୁଷ ଡବଲ୍ସ କ୍ୱାର୍ଟରରେ ଡିଫେଣ୍ଡିଂ ଚାମ୍ପିଅନ୍‌ ତଥା ଟପ୍‌ ସିଡ୍‌ ଅଭୟ-ସେନ୍ଥିଲକୁମାର ଯୋଡ଼ି ୨-୧ (୧୦-୧୧, ୧୧-୩, ୧୧-୫)ରେ କୋରିଆର ମିନଉ ଲି-ଜୁୟଙ୍ଗ୍‌ ନା ଯୋଡ଼ିଙ୍କୁ ପରାଜିତ କରିଥିଲେ । ମାତ୍ର ଅନ୍ୟ ଭାରତୀୟ ଯୋଡ଼ି ରବି ଦୀକ୍ଷିତ-ଗୁହାନ ସେନ୍ଥିଲକୁମାର ଯୋଡ଼ି ପ୍ରି-କ୍ୱାର୍ଟରରେ ହାରି ବିଦାୟ ନେଇଥିଲେ । ମିକ୍ସଡ୍‌ ଡବଲ୍ସରେ ଅନାହତ୍‌- ଅଭୟ ଏବଂ ଜ୍ୟୋତ୍ସ୍ନା-ସେନ୍ଥିଲକୁମାର ଯୋଡ଼ି ପ୍ରଥମ ରାଉଣ୍ଡ୍‌ ବାଇ ପାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.