ପୁରୀ,୧୨।୧୧ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିରର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ଶ୍ରୀମନ୍ଦିର ଭିତରକୁ ପଶିଲେ ଜଣେ ଅଣହିନ୍ଦୁ। ତେବେ ଉକ୍ତ ଅଣହିନ୍ଦୁ ଜଣଙ୍କ ଚାଈନିଜ ଭାଷାରେ କଥାବାର୍ତ୍ତା ହେଉଥିବା ଜଣାପଡିଛି। ଲୋକଙ୍କ ଭିଡ ଭିତରେ ଅଣହିନ୍ଦୁ ଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି।
ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଅଣହିନ୍ଦୁ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ଉକ୍ତ ମହିଳାଙ୍କୁ ଚିହ୍ନଟ କରି ବାହାରକୁ ଆଣିଥିଲେ। ସିଂହଦ୍ଵାର ନିକଟରେ ହୋଇଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପକୁ ସମ୍ପୃକ୍ତ ଅଣହିନ୍ଦୁ ମହିଳାଙ୍କୁ ଜେଟିପି ଆଣି ଜିମା ଦେଇଥିଲେ। ପରେ ପୋଲିସ ଅଣହିନ୍ଦୁ ମହିଳାଙ୍କୁ ପଚରାଉଚରା କରିବା ସହ ବ୍ୟାରିକେଡ୍ ବାହାରକୁ ଛାଡ଼ିଥିଲେ।