ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆନନ୍ଦ ଟପ୍ପୋଙ୍କ ହତ୍ୟା ମାମଲା: ୬ ମାସରେ ସରିଲାନି ତଦନ୍ତ, ଦ୍ୱିତୀୟ ଥର ପାଇଁ ରୁଜୁ ହେଲା ଅଦାଲତ ଅବମାନନା

Published By : Prameya | October 1, 2024 9:51 AM

କଟକ,୦୧/୧୦: ରାଉରକେଲାର ଆନନ୍ଦ ଟପ୍ପୋଙ୍କୁ ହତ୍ୟା ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ୬ ମାସରେ ଶେଷ ହୋଇପାରିଲାନାହିଁ । ତଦନ୍ତ ୬ ମାସରେ ଶେଷ ହେବା ନେଇ କ୍ରାଇମ୍‌ବ୍ରାଞ୍ଚ  ପକ୍ଷରୁ ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ।  ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ ନହେବାରୁ ଦ୍ୱିତୀୟ ଥର ପାଇଁ ଅଦାଲତ ଅବମାନା  ମାମଲା ଦାଏର ହୋଇଛି । ଆନନ୍ଦ ଟପ୍ପୋଙ୍କ  ବାପା ବିନ୍ଧାଣୀ ଟପ୍ପୋ ଏହି ମାମଲା ରୁଜୁ କରିବା  ସହ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀଙ୍କ ବିରୋଧରେ  କାହିଁକି ଅଦାଲତ ଅବମାନନା ରୁଜୁ ନହେବ  ସେ ସଂକ୍ରାନ୍ତରେ କାରଣ ଦର୍ଶାଅ ନୋଟିସ୍‌  ଜାରି କରିବାକୁ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି ।  

ଉଲ୍ଲେଖଯୋଗ୍ୟ, ଆନନ୍ଦ ଟପ୍ପୋଙ୍କୁ ହତ୍ୟା  କରାଯାଇଥିବା ଅଭିଯୋଗ ନେଇ ତାଙ୍କ ପରିବାର  ପକ୍ଷରୁ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଏତଲା ଦିଆଯାଇଥିଲା । ଏହି ହତ୍ୟା ପଛରେ ହକି  ଖେଳାଳୀ ବୀରେନ୍ଦ୍ର ଲାର୍କା ଏବଂ ତାଙ୍କ ବାନ୍ଧବୀଙ୍କ  ହାତ ରହିଥିଲା ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ୍‌ କୌଣସି ପଦକ୍ଷେପ ନନେବାରୁ  ବିନ୍ଧାଣୀ ଟପ୍ପୋ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌କୁ ତଦନ୍ତ ଲାଗି ନିର୍ଦ୍ଦେଶ  ଦେଇଥିଲେ । ଅଦାଲତଙ୍କ ଆଦେଶ ଦେବାର ପ୍ରାୟ  ଗୋଟେ ବର୍ଷ ବିତିଯାଇଥିଲାବେଳେ ତଦନ୍ତରେ ବିଶେଷ କୌଣସି ଅଗ୍ରଗତି ଘଟିନଥିଲା ।  

ଫଳରେ ବିନ୍ଧାଣୀ ଟପ୍ପୋ ହାଇକୋର୍ଟରେ ଏକ  ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଏହି ଅଦାଲତ ଅବମାନନା ମାମଲାର ଶୁଣାଣି  ଅବସରରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଜ୍‌ ଆଇଜି  ସେଫିନ୍‌ ଅହମ୍ମଦ ଗତ ମାର୍ଚ୍ଚ ୨୨ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ତଦନ୍ତ  ୬ମାସ ମଧ୍ୟରେ ଶେଷ କରାଯିବ ବୋଲି ପ୍ରତିଶ୍ରୁତି  ଦେଇଥିଲେ । କିନ୍ତୁ ୬ମାସ ବିତିଯାଇଥିଲେ  ମଧ୍ୟ ଏ ପର୍ଯ୍ୟନ୍ତ ତଦନ୍ତରେ ବିଶେଷ କୌଣସି  ଅଗ୍ରଗତି ଘଟିନଥିବାରୁ ଆବେଦନକାରୀ ପୁନର୍ବାର  ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।  ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ  ଶିବଶଙ୍କର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.