ସୋର, ୨୦/୦୯: ଦୁର୍ଘଟଣା ପରେ ଜବତ କରିଥିବା ବାଇକ୍‌କୁ ରିଲିଜ୍‌ କରିବା ପାଇଁ ନେଉଥିଲେ ଲାଞ୍ଚ । ସୋର ଥାନା ଅଧିନ ଅନନ୍ତପୁର ଫାଣ୍ଡି ASI ହୃଷିକେଶ ବିଶ୍ୱାଳଙ୍କୁ ବାନ୍ଧିଲା ଭିଜିଲାନ୍ସ। ତାଙ୍କୁ ୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଏହି ଚଢାଉ ପରେ ତାଙ୍କର ୨ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରୁଛି  ।

ସୂଚନା ମୁତାବକ, ଚଳିତମାସ ୭ ତାରିଖରେ ଜଣେ ଯୁବକ ବାଇକ୍‌ରେ ଯାଉଥିବା ବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ କ୍କା ଦେଇଥିଲେ। ସ୍ଥାନୀୟଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ଏଏସଆଇ ଘଟଣା ସ୍ଥଳରେ ପହଞ୍ଚି ବାଇକ୍‌ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଗାଡିକୁ ରିଲିଜ୍‌ କରିବା ପାଇଁ ଏଏସଆଇ ହୃଷିକେଶ ବିଶ୍ୱାଳ ସମ୍ପୃକ୍ତ ଯୁବକଙ୍କ ଠାରୁ ୧୦,୦୦୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯୁବକ ଜଣକ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିବାରୁ ସେ ୮୦୦୦ ଟଙ୍କା ମାଗିଥିଲେ । ଯାହା ପରେ ବାଧ୍ୟ ହୋଇ ଯୁବକ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଶନିବାର ସମ୍ପୃକ୍ତ ଯୁବକଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଅତର୍କିତ ଚଢାଉ କରିଥିଲା  ଭିଜିଲାନ୍ସ  ଟିମ୍ । ଚଢାଉ କରି ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରି ଏଏସଆଇଙ୍କୁ ହୃଷିକେଶ ବିଶ୍ୱାଳଙ୍କୁ  ଗିରଫ କରିଥିବା ଜଣାପଡିଛି। ଏହି ଚଢାଉ ପରେ ଏଏସଆଇଙ୍କ ୨ ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।  ​​​​​​​