ନୂଆଦିଲ୍ଲୀ, ୧୧/୧୨ : ଆନ୍ଧ୍ରପ୍ରଦେଶର ଜନୈକ ଯୁବକ ୨୦୦୦ ଟଙ୍କା ଋଣ କାରଣରୁ ଜୀବନ ହାରିଛନ୍ତି । ଯୁବକଙ୍କ ସ୍ତ୍ରୀଙ୍କ ଏଡିଟ୍ କରାଯାଇଥିବା ଫଟୋ ଋଣ ଆଦାୟ କରୁଥିବା ଆପ୍ ଏଜେଣ୍ଟ ସାଙ୍ଗ ଏବଂ ପରିବାର ବର୍ଗଙ୍କୁ ପଠାଇଥିଲେ । ଏହି ଲଜ୍ଜ୍ୟାଜନକ ଘଟଣାରେ ଚିନ୍ତିତ ହୋଇ ଯୁବକ ନିଜ ଜୀବନ ହାରିଛନ୍ତି । ଏହି ଘଟଣା ଋଣ ଆଦାୟର ଅପରାଧିକ କାର୍ଯ୍ୟକଳାପ ଉପରେ ପୁଣି ଥରେ ପ୍ରଶ୍ନ ଛିଡ଼ା କରିଛି ।

୨୫ବର୍ଷିୟ ନରେନ୍ଦ୍ର ୨୮ଅକ୍ଟୋବରରେ ନିଜ ପ୍ରେମିକାଙ୍କୁ ଇଣ୍ଟରକାଷ୍ଟ ଲଭ୍ ମ୍ୟାରେଜ କରିଥିଲେ । ଉଭୟ ବିଶାଖାପାଟ୍ଟନମରେ ରହୁଥିଲେ । ନରେନ୍ଦ୍ର ପେଶାରେ ମାଛ ଧରାଳି ଥିଲେ । କିନ୍ତୁ ଖରାପ ପାଗ କାରଣରୁ ସେ କିଛି ଦିନ ହେବ କାମକୁ ଯାଇପାରିନଥିଲେ । ଫଳରେ ଏହାଦ୍ବାରା ତାଙ୍କର ଆର୍ଥିକ ସ୍ଥିତି ବିଗିଡ଼ ଯାଇଥିଲା । ନରେନ୍ଦ୍ର ନିଜର ଆବଶ୍ୟକତା ପୂରଣ କରିବା ଲାଗି ଏକ ଅନଲାଇନ ଆପରୁ ୨୦୦୦ଟଙ୍କା ଋଣ ନେଇଥିଲେ । କିଛି ସପ୍ତାହରେ ଆପର ଏଜେଣ୍ଟ ଋଣ ଫେରାଇବାକୁ ତାଙ୍କୁ ଚିନ୍ତିତ କରିବା ଆରମ୍ଭ କରିଦେଇଥିଲେ ଏବଂ ଗାଳି ଗୁଲଜ ବି ଦେଇଥିଲେ । ଏହାପରେ ଅଭିଯୁକ୍ତ ନରେନ୍ଦ୍ରଙ୍କ ସ୍ତ୍ରୀଙ୍କ ଏଡିଟ କରାଯାଇଥିବା ଫଟୋ ଯାହାର ମୂଲ୍ୟ ବି ଲେଖାଥିଲା ତାଙ୍କ ବନ୍ଧୁ ବର୍ଗଙ୍କୁ ପଠାଇବାକୁ ଲାଗିଲେ ।

ଯେତେବେଳେ ଏହି ଫଟୋ ସ୍ତ୍ରୀଙ୍କ ଫୋନରେ ପହଞ୍ଚିଥିଲା ତ ସେ ନରେନ୍ଦ୍ରଙ୍କୁ ପଚାରିଥିଲେ ଏବଂ ସେତେବେଳେ ତାଙ୍କୁ ଋଣ ବିଷୟରେ ଜଣାପଡ଼ିଥିଲା । ଉଭୟ ମିଶି ପୁରା ଋଣ ଶୁଝିଦେଲେ । କିନ୍ତୁ ଏହାପରେ ବି ଧମକ ଦେବା ଜାରି ରହିଥିଲା । କିଛି ଦିନରେ ବନ୍ଧୁ ବର୍ଗ ନରେନ୍ଦ୍ରଙ୍କୁ ଫଟୋ ବିଷୟରେ ପଚାରିବାକୁ ଲାଗିଥିଲେ । ଏହା ସବୁ ଶୁଣି ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ । ଏଭଳି ଅପମାନକୁ ସହ୍ୟ ନ କରିପାରି ବିବାହର ୬ମାସ ପରେ ମଙ୍ଗଳବାର ଆତ୍ମହତ୍ୟା କରି ନେଇଛନ୍ତି । 

ଏହା ଏଭଳି ତୃତୀୟ ଘଟଣା ଅଟେ ଯାହା ଗୋଟିଏ ସପ୍ତାହରେ ଆନ୍ଧ୍ରପ୍ରଦେଶରେ ହୋଇଛି । ନନ୍ଦୟାଲ ଜିଲ୍ଲାରେ ଏକ ଯୁବତୀ ଆପ୍ ଏଜେଣ୍ଟଙ୍କ ଧମକ କାରଣରୁ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ପୋଲିସ ତାଙ୍କୁ ବଞ୍ଚାଇ ଦେଇଛି । ଅନଲାଇନ ଲୋନ ଆପ୍ସ କାଗଜପତ୍ର ପ୍ରକ୍ରିୟାକୁ ସରଳ କରି ଋଣ ଦେଉଛି । କିନ୍ତୁ ଋଣ ଆଦାୟ କରିବାର ପ୍ରକ୍ରିୟା ଉପରେ ବାରମ୍ବାର ପ୍ରଶ୍ନ ଉଠୁଛି ।