ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ

Published By : Rasmita Pradhan | May 19, 2025 11:11 AM

ନୂଆଦିଲ୍ଲୀ, ୧୯/୦୫ : ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲାର ଦ୍ଵାରପୁଡ଼ି ଗାଁରେ ଅଭାବନୀୟ ଘଟଣା। ପାର୍କିଂ ହୋଇଥିବା କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ୪ ଶିଶୁ। ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଓ ୩ ଜଣ ଶିଶୁକନ୍ୟା ରହିଥିବା ଜଣାପଡିଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ବିଜୟନଗରମ୍ ଜିଲ୍ଲାର ଦ୍ଵାରପୁଡ଼ି ଗାଁର ୪ ଜଣ ଶିଶୁ ବାହାରେ ଖେଳୁଥିବା ସମୟରେ ପାର୍କିଂ ହୋଇଥିବା ଏକ କାର ଭିତରକୁ ଚାଲିଯାଇଥିଲେ । ଡୋର୍ ବନ୍ଦ କରିବା ପରେ ଆଉ ଖୋଲିପାରି ନଥିଲେ। ପିଲାମାନଙ୍କୁ ନପାଇ ସେମାନଙ୍କ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ଗାଡ଼ି ଭିତରୁ ସମସ୍ତଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୀର୍ଘ ସମୟ ଧରି ଗାଡିରେ ବନ୍ଦ ରହିବା ଯୋଗୁଁ ୪ ଶିଶୁ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।   

ଏପରି ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଗତବର୍ଷ ଗୁଜରାଟର ଅମରେଲି ଜିଲ୍ଲାରେ ସମାନ ଘଟଣା ଘଟିଥିଲା। ୪ ଜଣ ଶିଶୁ ମସ୍ତିରେ ଖେଳକୁଦ କରି ଏକ କାର୍ ଭିତରେ ପଶି ଡୋର୍ ଲକ୍ କରି ଦେଇଥିଲେ। ଶ୍ଵାସରୁଦ୍ଧ ହୋଇ ୪ ଶିଶୁଙ୍କର ମୃତ୍ୟୁ ଘଟିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.