ସୁନ୍ଦରଗଡ,୬।୧୧  : ସୁନ୍ଦରଗଡରେ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା । ହେମଗିରି ଥାନା ଅଧୀନ  ଜୁଲୁମୁ ବାହଲ ପୁରୁଣା ପାଣିରେ ଏହି ଘଟଣା ଘଟିଛି।  ଅଙ୍ଗନବାଡି କର୍ମୀଙ୍କୁ ଏକତରଫା ଭାବେ  ପ୍ରେମ କରୁଥିବା ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଅଙ୍ଗନବାଡି କର୍ମୀ ଜଣକ ହେଲେ ଦିବ୍ୟାଭାରତୀ ଅଢା ।

ଅଙ୍ଗନବାଡି କର୍ମୀ ଦିବ୍ୟାଭାରତୀ ଅଢାଙ୍କୁ ସେହି ଗାଁର ଶରତ କଉଡି ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ।  ଏପରିକି ବାହା ହେବାକୁ ବାରମ୍ଵାର କହି ଅ।ସୁଥିଲା । ବୁଧବାର ମଧ୍ୟ ଅଙ୍ଗନବାଡି କର୍ମୀଙ୍କୁ ବାହା ହେବା କଥା କହିବା ପରେ ଦିବ୍ୟାଭାରତୀ ମନା କରି ଦେଇଥିଲେ। ଦିବ୍ୟାଭାରତୀ ଅଙ୍ଗନବାଡି କେନ୍ଦ୍ରରୁ ଘରକୁ ଫେରୁଥିଲେ। ଅଙ୍ଗନବାଡି ରାସ୍ତାର ଏକ ନିଛାଟିଅ। ସ୍ଥାନରେ ଦିବ୍ୟାଭାରତୀଙ୍କୁ ଅଟକାଇ ତାଙ୍କ ଉପରକୁ ଏକ ଫାର୍ସାରେ ଶରତ ଅ।କ୍ରମଣ କରିଥିଲେ। ଫାର୍ସା ଅ।କ୍ରମଣରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଥିଲା । ପରେ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିଲା।  ଏହି ଘଟଣା ଜଣାପଡିବା ପରେ ମୃତ ଅଙ୍ଗନବାଡି କର୍ମୀଙ୍କ କାକା ହେମଗିର ଥାନାରେ ଏକ ଏତଲା ଦେଇଥିଲେ।  ପୋଲିସର ଏକ ଟିମ ଅଭିଯୁକ୍ତ ଶରତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। 

ଅଭିଯୁକ୍ତ ଶରତ ଓ ମୃତ ଅଙ୍ଗନବାଡି କର୍ମୀ ଦୁହେଁ ଅଲଗା ଅଲଗା ଜାତିର ହୋଇଥିବାରୁ ବାହା ନହେବା ନେଇ ଦିବ୍ୟା କହିଥିଲେ ।  ମାତ୍ର ଶରତ ଏକତରଫା ଭାବେ ପ୍ରେମ କରି ଅ।ସୁଥିଲେ ।  ଅ।ଜି ସମ୍ପୂର୍ଣ୍ଣ ନିରାଶ ହେବାରୁ ଶେଷରେ ହତ୍ୟା କରି ଫେରାର ହୋଇଯ।ଇଛି। ପୋଲିସ ଘଟଣାର ତଦନ୍ତ ଜାରି ରହିଛି।