ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଟେଷ୍ଟ କ୍ରିକେଟରୁ ଆଞ୍ଜିଲୋ ମାଥ୍ୟୁସଙ୍କ ସନ୍ନ୍ୟାସ, ଜୁନରେ ଖେଳିବେ ଶେଷ ମ୍ୟାଚ

Published By : Ankita S | May 23, 2025 3:05 PM

ନୂଆଦିଲ୍ଲୀ,୨୩/୦୫: ରେଡ୍ ବଲ କ୍ରିକେଟକୁ ବାଏ ବାଏ କହିଲେ ଆଞ୍ଜିଲୋ ମାଥ୍ୟୁସ । ଶ୍ରୀଲଙ୍କାର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ଆଞ୍ଜିଲୋ ମାଥ୍ୟୁସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜୁନ୍‌ରେ ସେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଖେଳିବେ । ଯାହା ବାଂଲାଦେଶ ବିପକ୍ଷରେ ରହିଛି । ଏହି ସିରିଜ ଶ୍ରୀଲଙ୍କା ତାର ଘରୋଇ ମୈଦାନରେ ଖେଳିବ । ୩୭ ବର୍ଷୀୟ ମାଥ୍ୟୁସ ବାଂଲାଦେଶ ଟିମ୍‌ର ଶ୍ରୀଲଙ୍କା ଗସ୍ତରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ଖେଳିବେ । ଏହାପରେ ଆଉ ତାଙ୍କୁ ଟେଷ୍ଟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ । ଟେଷ୍ଟ କ୍ରିକେଟରୁ ଅବସର ନିଷ୍ପତ୍ତି ନେବା ତାଙ୍କ ପାଇଁ ବର୍ତ୍ତମାନ ସଠିକ୍ ସମୟ ବୋଲି କହିଛନ୍ତି ।

ଅବସର ଘୋଷଣା କରି ମାଥ୍ୟୁସ ଲେଖିଛନ୍ତି, ''ସବୁଠୁ ପ୍ରସିଦ୍ଧ ଫର୍ମାଟ ଇଣ୍ଟରନ୍ୟାସନାଲ ଟେଷ୍ଟ କ୍ରିକେଟକୁ ଅଲବିଦା କହିବା ସମୟ ଆସିଛି  । ଗତ ୧୭ ବର୍ଷ ହେବ ଶ୍ରୀଲଙ୍କା ପାଇଁ ଖେଳିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ । ଏବେ ଯୁବପୀଢିଙ୍କୁ ବାଟ ଛାଡିବାର ସମୟ । ଏହି ଜର୍ସିରେ ଖେଳିବାର ଅନୁଭବକୁ  ବୟାନ କରିବା କଷ୍ଟକର । ଏହା ମୋତେ  ବହୁତ କିଛି ଦେଇଛି । ସମସ୍ତଙ୍କୁ ଧନ୍ୟବାଦ ।''

ଅଧିକ ପଢନ୍ତୁ...ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ

ମାଥ୍ୟୁସଙ୍କ ଟେଷ୍ଟ କ୍ରିକେଟର ପ୍ରଦର୍ଶନ- ଟେଷ୍ଟ  କ୍ରିକେଟରେ ଆଞ୍ଜିଲୋ ମାଥ୍ୟୁସଙ୍କ ପ୍ରଦର୍ଶନ କଥା କହିଲେ ସେ ୧୧୮ ମ୍ୟାଚ ଖେଳି ୪୪.୬୨ ହାରାହାରିରେ ୮୧୬୭ ରନ କରିଛନ୍ତି । ଯେଉଁଥିରେ ୧୬ ଶତକ ଓ ୪୫ ଅର୍ଦ୍ଧଶତକ ରହିଛି । ମାଥ୍ୟୁସ ଧଳା ଜର୍ସିରେ ଶେଷ ଥର ବାଂଲାଦେଶ ବିପକ୍ଷରେ ଜୁନ ୧୭ ହେବାରୁ ଥିବା ଟେଷ୍ଟ ସିରିଜରେ ଖେଳିବେ । ଘରୋଇ ଟେଷ୍ଟ ଫର୍ମାଟରେ ସର୍ବାଧିକ ରନ କରିବାରରେ ବିରାଟ କୋହଲିକୁ ପଛରେ ପକାଇବାର ସୁଯୋଗ ରହିବ । ଯେଉଁଥିରେ ସେ ୧୩ ରନ୍ ଦୂରରେ ରହିଛନ୍ତି । ବାଂଲାଦେଶ ଟିମ୍‌ ଶ୍ରୀଲଙ୍କାରେ ୨ ଟେଷ୍ଟ ମ୍ୟାଚ ବ୍ୟତୀତ ୩ଟି ଦିନିକିଆ ଏବଂ ଟି୨୦ ସିରିଜ ଖେଳିବ । ନିକଟରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.