ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ

Published By : Ankita S | May 23, 2025 1:23 PM

ନୂଆଦିଲ୍ଲୀ,୨୩/୦୫: ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଦୁଇ ଦୁଇଟି ଝଟକା ଲାଗି ସାରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା ସମସ୍ତଙ୍କୁ ଚକିତ କରିଛି । ଟେଷ୍ଟ୍ରରେ କିଏ ଦଳର ନେତୃତ୍ୱ ନେବ ତାହାକୁ  ନେଇ ଦ୍ବନ୍ଦ ରହିଛି । ଏଯାବତ୍ ଇଂଲଣ୍ଡ ବିପକ୍ଷ ଭାରତୀୟ ଟିମ୍ ବି ଘୋଷଣା ହୋଇନାହିଁ । ଏହାରି ଭିତରେ ଭାରତକୁ ଆଉ ଏକ ଝଟକା ଲାଗିପାରେ । ଇଂଲଣ୍ଡ ବିପକ୍ଷରେ ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ଖେଳି ନପାରନ୍ତି ବୋଲି ଜାତୀୟ ଗଣମାଧ୍ୟମ ଖବରରୁ ଜଣାପଡ଼ିଛି । ଆସନ୍ତାକାଲି (ଶନିବାର) ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ନେଇ ଭାରତୀୟ ଦଳ ଘୋଷଣା ହେବ । ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଖେଳିବ । ଜୁନ୍ ୨୦ରୁ ଆରମ୍ଭ ହେବ ।

ଇଂଲଣ୍ଡ ବିପକ୍ଷରେ ଭାରତର ନୂଆ ଅଧିନାୟକ କିଏ ହେବ ତାହା ଜଣାପଡ଼ିନାହିଁ । ଶନିବାର ଦଳ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯିବ । ଯଶପ୍ରୀତ ବୁମରାଙ୍କ ନାମ ଅଧିନାୟକ ଭାବରେ ଘୋଷଣା ହେବା ଅନୁମାନ କରାଯାଉଥିଲା । ହେଲେ ସେ ଇଂଲଣ୍ଡ ବିପକ୍ଷ ସିରିଜ ଖେଳି ନପାରନ୍ତି ବୋଲି ଖବର ଆସୁଛି । ଏହା ସହିତ ମହମ୍ମଦ ସାମି ମଧ୍ୟ ଦଳରେ ସାମିଲ ହୋଇନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସାମି ଓ ବୁମରା ଦୁଇଜଣ ଅଭିଜ୍ଞ ବୋଲର । ସାମି ଫିଟ ନଥିବାରୁ ଇଂଲଣ୍ଡ ବିପକ୍ଷରେ ଖେଳି ନପାରନ୍ତି । ବୁମରା ମଧ୍ୟ ୫ଟି ମ୍ୟାଚ ଖେଳିବେ ନାହିଁ । ବୁମରା ଗତ ବର୍ଡର- ଗାଭାସ୍କର ଟ୍ରଫିରେ ଆହତ ହୋଇଥିଲେ । ଏହାପରେ ସେ ସିଧା ଆଇପିଏଲ ଖେଳିଥିଲେ । 

ଅଧିକ ପଢନ୍ତୁ...T20 World Cup 2026; ଗୋଟିଏ ଗ୍ରୁପରେ ରହିବେନି ଭାରତ-ପାକିସ୍ତାନ ! ICC ବୈଠକରେ ହୋଇପାରେ ଆଲୋଚନା

ବୁମରା-ସାମିଙ୍କ ଫିଟ୍‌ନେସ ଅପଡ଼େଟ- ଦ ଇଣ୍ଡିଆନ୍ସ ଏକ୍ସପ୍ରେସ୍ ରିପୋର୍ଟ  ଅନୁସାରେ, ବିସିସିଆଇର ମେଡ଼ିକାଲ ଟିମ୍‌ ବୋର୍ଡକୁ କହିଛନ୍ତି କି, ମହମ୍ମଦ ସାମି ଦୀର୍ଘ ସମୟ ଧରି ବୋଲିଂ କରି ପାରିବେ ନାହିଁ । ସେ ଗୋଟିଏ ଦିନରେ ୧୦ ଓଭର ବୋଲିଂ କରିପାରିବେ ନାହିଁ । ସେ ସମ୍ପୂର୍ଣ୍ଣ ୫ ମ୍ୟାଚ ଖେଳିବା ସମ୍ଭାବନା କମ୍‌ । ସେହିପରି ରିପୋର୍ଟ ଅନୁସାରେ ଯଶପ୍ରୀତ ବୁମରାଙ୍କୁ ନେଇ ମେଡ଼ିକାଲ ଟିମ୍‌ ବିସିସିଆଇକୁ କହି ସାରିଛି କି ତାଙ୍କ ଶରୀର ୩ ଟେଷ୍ଟ ମ୍ୟାଚରୁ ଅଧିକ ଖେଳିବାକୁ ସକ୍ଷମ ନୁହେଁ ।

ଜୁନ୍‌ ୨୦୨୩ରେ ଶେଷ ଟେଷ୍ଟ ଖେଳିଥିଲେ ସାମି- ମହମ୍ମଦ ସାମି ଦୀର୍ଘ ଦିନ ହେବ ଆହତ ସମସ୍ୟାରୁ ଟିମ୍‌ରୁ ବାହାରେ ରହିଛନ୍ତି । ଟେଷ୍ଟ କ୍ୟାରିୟର କଥା କହିବା ତେବେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଜୁନ୍‌ ୨୦୨୩ରେ ଶେଷ ଟେଷ୍ଟ୍ର ଖେଳିଥିଲେ । ଗତ ବଡ଼ର -ଗାଭାସ୍କର ଟ୍ରଫିରେ ଆହତ କାରଣରୁ ସେ ଖେଳି ନଥିଲେ । ଟେଷ୍ଟ କ୍ରିକେଟରେ ମହମ୍ମଦ ସାମି ୬୪ ମ୍ୟାଚ ଖେଳି ୧୨୨ ପାଳିରେ ୨୨୯ଟି ୱିକେଟ ନେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.