ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

କଣିହାଁ ଥାନା ଅଞ୍ଚଳର ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଏସ୍‌ପି ଅଫିସ୍ ଘେରାଉ

Published By : Prameya | May 12, 2025 2:30 PM

ଅନୁଗୁଳ,୧୨|୫ : କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀ ତାଳଚେର ରେଳ ଷ୍ଟେସନରୁ ଗତ ୨୬ ତାରିଖରୁ ନିଖୋଜ ଏବଂ ପରବର୍ତ୍ତୀ ସମୟରେ ବଅଁରପାଳ ଥାନା କେନ୍ଦୁପଲି ଅଞ୍ଚଳରୁ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା। ପ୍ରାଥମିକ ପର୍ଯ୍ୟାୟରେ ପୋଲିସର ଅବହେଳା କାରଣରୁ ଅପରାଧୀମାନେ ଅଦ୍ୟାବଧି ଗିରଫ ହୋଇନାହାଁନ୍ତି। ଯାହାକି ଜିଲ୍ଲାର ସଚେତନ ନାଗରିକ, ବୁଦ୍ଧିଜୀବୀ ସର୍ବୋପରି ସମସ୍ତ ସ୍ତରର ଜନସାଧାରଣଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି। ଏହି ଘଟଣା ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସୋମବାର ପୂର୍ବାହ୍ନରେ ଅନୁଗୁଳର ନାରୀ ନିର୍ଯାତନା ବିରୋଧୀ ଗଣ କମିଟି ତତ୍ତ୍ୱାବଧାନରେ ଶହ ଶହ ମହିଳା, ପୁରୁଷଙ୍କ ସମେତ ଜିଲ୍ଲାର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଆଦି ମିଳିତ ଭାବରେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ଏସ୍.ପି. ଅଫିସ୍ ଘେରାଉ କରିଛନ୍ତି। 

କମିଟିର ଆବାହକ ସରୋଜିନୀ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମହିଳା ସାଂସ୍କୃତିକ ସଂଗଠନର ସର୍ବଭାରତୀୟ କମିଟି ସମ୍ପାଦିକା ଛବି ମହାନ୍ତି ଯୋଗଦେଇ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିବା ସହିତ ପୋଲିସର ଅବହେଳାକୁ ଦୃଢ଼ ନିନ୍ଦା କରିଥିଲେ। ସାଧାରଣ ମଣିଷ ବିଶେଷକରି ଶିଶୁକନ୍ୟା, ଯୁବତୀ, ମହିଳାମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଆବଶ୍ୟକୀୟ ତ୍ୱରିତ ପଦକ୍ଷେପ ଗ୍ରହଣ କରାନଯିବା ଫଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସୁଭଦ୍ରା ନାଁରେ ମହିଳାଙ୍କୁ ସରକାର ଆର୍ଥକ ପ୍ରୋତ୍ସାହନ ଦେଉଥିବା ବେଳେ ରାଜ୍ୟର ସୁଭଦ୍ରାମାନଙ୍କୁ ସୁରକ୍ଷା ଦେବାରେ ଡବର ଇଞ୍ଜିନ୍ ସରକାର ଅସମର୍ଥ ବୋଲି ସେ ଅଭିଯୋଗ କରିଥିଲେ । ଯୁବତୀଙ୍କ ପରିବାର ଲୋକଙ୍କ ସମେତ ମହିଳା ସଂଗଠିକା ମିନତୀ ସାମଲ, ଯୁବ ସଂଗଠକ ମାନସ ପାଳ, କୈଳାସ ସାହୁ, ଛାତ୍ର ସଂଗଠକ ପରମାନନ୍ଦ ସାହୁ, ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) କଣିହାଁ ଆଞ୍ଚଳିକ କମିଟି ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶ୍ରୀମତୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାସହ ଆଲୋଚନା କରିଥିଲେ । ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର ଦଣ୍ଡବିଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବାପରେ ଘେରାଉ କାର୍ଯ୍ୟକ୍ରମ ପ୍ରତ୍ୟାହୃତ ହୋଇଥିଲା । ଏହି ଘେରାଉ କାର୍ଯ୍ୟକ୍ରମରେ ଜ୍ୟୋତ୍ସ୍ନା ସାମଲ, ପ୍ରଗତିବାଳା ନାୟକ, ମନ୍ଦୋଦରୀ ରାଉଳ, ପ୍ରତିମା ବେହେରା, ପଙ୍କଜିନୀ ସିଂହ, ସରୋଜିନୀ ବେହେରା, ନିରଞ୍ଜନ ନାୟକ, କିଶୋର ବିଶ୍ୱାଳ, ନାରାୟଣ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.