ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପ୍ରତିରକ୍ଷା କ୍ଷେତ୍ରରେ ଅନିଲ ଅମ୍ବାନୀଙ୍କ କମ୍ପାନୀର ୬୦୦ କୋଟିର ଡିଲ୍, ସେୟାର ପାଲଟିଲା ରକେଟ୍

Published By : Harapriya Biswal | June 25, 2025 7:42 PM

ନୂଆଦିଲ୍ଲୀ,୨୫।୬:  ଅନିଲ ଅମ୍ବାନୀଙ୍କ କମ୍ପାନୀର ସେୟାର ରିଲାୟନ୍ସ ଇନଫ୍ରାଷ୍ଟକଚର ଆଜି ବୁଧବାର କାରବାର ବେଳେ ଖୁବ୍ ଫୋକସ୍‌ରେ ରହିଥିଲା। କମ୍ପାନୀର ସେୟାରରେ ୫% ର ଅପର ସର୍କିଟ ଲାଗିଥିଲା। ଏହି ସେୟାର ୪୦୪.୦୬ ଟଙ୍କା ଇଣ୍ଟ୍ରା ଡେ ହାଇ ରେ ପହଁଞ୍ଚି ଯାଇଥିଲା। ସେୟାରରେ ଏହି ବୃଦ୍ଧି ପଛରେ ରହିଛି ଏକ ବଡ଼ ଡିଫେନ୍ସ ଡିଲ୍। ରିଲାୟନ୍ସ ଇନଫାଷ୍ଟ୍ରକଚର ଘୋଷଣା କରିଛି ଯେ, ତା’ର ଡିଫେନ୍ସ ସବସିଡିଆରୀ, ରିଲାୟନ୍ସ ଡିଫେନ୍ସକୁ ଏକ ପ୍ରମୁଖ ଜର୍ମାନୀ ଡିଫେନ୍ସ ନିର୍ମାତା, ରାଇନମେଟଲଠାରୁ ୬୦୦ କୋଟି ଟଙ୍କାର ରପ୍ତାନୀ ଅର୍ଡର ମିଳିଛି। 

ଅନିଲ ଅମ୍ବାନୀଙ୍କ ନେତୃତ୍ବରେ ରିଲାୟନ୍ସ ଡିଫେନ୍ସକୁ ଜର୍ମାନୀର ପ୍ରମୁକ ରକ୍ଷା ଓ ଗୋଳା-ବାରୁଦ ମାନୁଫାକଚରିଂ ରାଇନମେଟଲ ଭେଫେ ମ୍ୟୁନିଶନ୍ ଜିଏମ୍‌ବିଏଚ୍‌ରୁ ୬୦୦ କୋଟି ଟଙ୍କାର ଅର୍ଡନ ମିଳିଥିଲା। କମ୍ପାନୀ ବୁଧବାର କହିଛି, ଅତ୍ୟାଧୁନିକ ଗୋଳା-ବାରୁଦ କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଡିଲ୍। ଏହି ଅର୍ଡର ରିଲାୟନ୍ସ ଡିଫେନ୍ସର ବିଶ୍ବ ପ୍ରତିରକ୍ଷା ଓ ଗୋଳାବାରୁଦ ଯୋଗାଣ ଶୃଙ୍ଖଳାରେ ଏକ ବିଶ୍ବାସନୀୟ ଭାଗିଦାର ରୂପରେ ନିଜର ସ୍ଥିତିକୁ ମଜବୁତ କରିବାର ରଣନୀତିରେ ଏକ ମାଇଲଷ୍ଟୋନ୍, ଯେଉଁଥିରେ ୟୁରୋପ ଉପରେ ବିଶେଷ ଧ୍ୟାନ ଦିଆଯିବ। ଏହି ଅର୍ଡର ଭାରତର ‘ଆତ୍ମନିର୍ଭର ଭାରତ’ ଓ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ମଧ୍ୟ ସମର୍ଥନ କରେ। ଏହାର ଉଦେଶ୍ୟ ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ବୃଦ୍ଧି କରିବା। ରିଲାୟନ୍ସ ଡିଫେନ୍ସର ଲକ୍ଷ୍ୟ ଦେଶର ଟପ୍‌ ତିନି ପ୍ରତିରକ୍ଷା ରପ୍ତାନୀରେ ସାମିଲ କରିବା।

ରିଲାୟନ୍ସ ଗ୍ରୁପର ସଂସ୍ଥାପକ ଚେୟାରମ୍ୟାନ୍ ଅନିଲ ଅମ୍ବାନୀ କହିଛନ୍ତି, ଏହି ମେଣ୍ଟ ଭାରତରେ ଅତ୍ୟାଧୁନିକ କ୍ଷମତା ଆଣିବ ଓ ଦେଶର ଘରୋଇ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ର ପାଇଁ ଏକ ମାଇଲଷ୍ଟୋନ୍ ପ୍ରମାଣିତ ହେବ। ରିଲାୟନ୍ସ ଡିଫେନ୍ସ ଧିରୁଭାଇ ଅମ୍ବାନୀ ଡିଫେନ୍ସ ସିଟି(ଡିଏଡିସି) ଅନୁସାରେ ବିସ୍ଫୋରକ, ଗୋଳା-ବାରୁଦ ଓ ଛୋଟ ହତିଆର ବିନିର୍ମାଣ ପାଇଁ ଏକୀକୃତ ସୁବିଧା ସ୍ଥାପିତ କରିବ। ଡିଏଡିସିର ବିକାଶ ମହାରାଷ୍ଟ୍ରର ରତ୍ନଗିରିର ‘ଭାଟଡ୍ ଔଦୋଗିକ କ୍ଷେତ୍ର’ରେ କରାଯାଉଛି। ଏହା ଭାରତରେ କୌଣସି ଘରୋଇ କମ୍ବାନୀ ଦ୍ବାରା ଆରମ୍ଭ କରାଯାଇଥିବା ପ୍ରତିରକ୍ଷା କ୍ଷେତ୍ରର ସବୁଠାରୁ ବଡ଼ ପ୍ରୋଜେକ୍ଟ ହୋଇପାରେ। ୮୦ ବିଲିୟନ ୟୁରୋରୁ ଅଧିକ ବଜାର ପୁଞ୍ଜିକରଣ ସହ, ରାଇନମେଟଲ ଦୁନିଆର ସବୁଠାରୁ ବଡ଼ ପ୍ରତିରକ୍ଷା କମ୍ପାନୀ ମଧ୍ୟରୁ ଅନ୍ୟତମ। ୨୦୨୪ ରେ ଏହାର ରାଜସ୍ବ ୯.୮ ବିଳିୟନ ରେକର୍ଡ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.