ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ପୁଣି ଅନିଲ ଅମ୍ବାନୀଙ୍କ ବଢିଲା ଅଡୁଆ,ଲୋନ୍ ଠକେଇ ମାମଲାରେ ବ୍ୟାଙ୍କକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଲା ଇଡି

Published By : Harapriya Biswal | August 4, 2025 3:52 PM

ନୂଆଦିଲ୍ଲୀ,୪।୮: ମନି ଲଣ୍ଡିରିଂ ମାମଲାରେ ଅଡୁଆରେ ରିଲାୟନ୍ସ ଗ୍ରୁପର ଚେୟାରମ୍ୟାନ୍ ଓ ଏମ୍‌ଡି ଅନିଲ ଅମ୍ବାନୀ। ୧୭ ହଜାର କୋଟି ଟଙ୍କା ଲୋନ୍‌ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ଜବାବ ତଲବ କରିଛି। ଏହା ସହ ୧୨ ରୁ ୧୩ ଟି ବ୍ୟାଙ୍କକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଛି। ଏହି ଖବର ଆସିବା ମାତ୍ରେ ଅନିଲ ଅମ୍ବାନୀଙ୍କ କମ୍ପାନୀର ସେୟାର ବୁଡିବାରେ ଲାଗିଛି। ରିଲାୟନ୍ସ ଇନଫ୍ରାଠାରୁ ନେଇ ରିଲାୟନ୍ସ ପାଓ୍ବାର ପର୍ଯ୍ୟନ୍ତର ସେୟାରରେ ଲୋୟର ସର୍କିଟ ଲାଗିଛି।  

ଅନିଲ ଅମ୍ବାନୀଙ୍କ ପରେ ଏବେ ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ଇଡି ଜବାବ ତଲବ କରିଛି। ଏଥିରେ ତାଙ୍କର ସବୁଠାରୁ ବିଶ୍ବସ୍ଥ ଅମିତାଭ ଝୁନଝୁନଓ୍ବାଲା ଓ ସତୀଶ ସେଠଙ୍କ ଭଳି ନାଁ ରହିଛି। ଏହି ସମସ୍ତଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ) ଅନୁଯାୟୀ ପଚରା ଉଚରା ପାଇଁ ଡକାଇଛି। ଗତ କିଛି ଦିନ ହେବ ଲୋନ୍ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ କର୍ପୋରେଟ୍ ସାମ୍ରାଜ୍ୟର ଶୀର୍ଷ ଶ୍ରେଣୀର ଅଧିକାରୀଙ୍କୁ ଅତି କମ୍‌ରେ ୬ଟି ସମନ ଜାରି କରାଯାଇଛି। 

୧୨-୧୩ ଟି ସରକାରୀ ଓ ଘରୋଇ ବ୍ୟାଙ୍କକୁ ଚିଠି ଲେଖି ରିଲାୟନ୍ସ ହାଉସିଂ ଫାଇନାନ୍ସ, ରିଲାୟନ୍ସ କମ୍ୟୁନିକେସନ୍ ଓ ରିଲାୟନ୍ସ କମର୍ସିଆଲ ଫାଇନାନ୍ସକୁ ଦିଆଯାଇଥିବା ଲୋନ୍‌ର ବିବରଣୀ ମାଗିଛି। ଇଡି ଯେଉଁ ବ୍ୟାଙ୍କକୁ ଚିଠି ଲେଖିଛି, ସେଥିରେ ଏସ୍‌ବିଆଇ, ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫସି ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.