ନୂଆଦିଲ୍ଲୀ ୧୩/୦୬: ବଲିଉଡ ଅଭିନେତା ଅନିଲ କପୁର ଦଶନ୍ଧି ଧରି ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତି ଆସୁଛନ୍ତି। ଫିଲ୍ମ ବ୍ୟତୀତ ସେ ଯେତେବେଳେ ବି ଜଣେ ହୋଷ୍ଟ ଭାବରେ ମଞ୍ଚକୁ ଆସନ୍ତି ସେତେବେଳେ ବି ତାଙ୍କର ଚମକ ଦେଖିବାକୁ ମିଳେ। ପୂର୍ବରୁ ସେ 'ବିଗ୍ ବସ୍ ଓଟିଟି ୩' ହୋଷ୍ଟ କରିସାରିଛନ୍ତି, ଆଉ ଏବେ ଏକ ନୂଆ ରିଆଲିଟି ଶୋ ସହିତ ଟେଲିଭିଜନକୁ ଫେରିଛନ୍ତି। 'ଇଣ୍ଡିଆଜ୍ ଟପ୍ %', ଯାହା ଏକ ଗେମ୍ ରିଆଲିଟି ଶୋ । ଏହା ଟିଭି ଚ୍ୟାନେଲ ଷ୍ଟାର ପ୍ଲସରେ ପ୍ରସାରିତ ହେବାକୁ ଯାଉଛି।
ଏହି ଶୋ’ର ଆରମ୍ଭ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନଥିଲେ ମଧ୍ୟ, ନିର୍ମାତା ଏହାର ଏକ ପ୍ରୋମୋ ଭିଡିଓ ଜାରି କରି ଶୋର ଥିମ୍ ବିଷୟରେ ଜଣାଇଛନ୍ତି। ଶୋ’ର ଟ୍ୟାଗଲାଇନ୍ ରହିଛି: ‘ ଡିଗ୍ରୀ ନେହିଁ; ଦିମାଗ ଜିତେଗା।‘ ପ୍ରୋମୋରେ, ଅନିଲ କପୁର ବ୍ୟାଖ୍ୟା କରିଛନ୍ତି ଯେ ଏହା ଏପରି ଏକ ଗେମ୍ ଶୋ’ ଯେଉଁଠାରେ କେବଳ ପୁସ୍ତକୀୟ ଜ୍ଞାନ ଯଥେଷ୍ଟ ହେବ ନାହିଁ - ଶୀଘ୍ର ଚିନ୍ତାଧାରା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ ପ୍ରୋମୋରେ କହିଛନ୍ତି, "କେହି ହାର୍ଭାର୍ଡରୁ, ଆଉ କେହି ହାଓଡ଼ାରୁ - ସେମାନଙ୍କ ଡିଗ୍ରୀକୁ ନେଇ ମୁଁ କ’ଣ କରିବି ? ଏକ ସରଳ ପ୍ରଶ୍ନ ପଚାରନ୍ତୁ, ସେମାନେ ତୁରନ୍ତ ପୁସ୍ତକରେ ପସିଯିବେ।"
ଅନିଲ କପୁର ଆହୁରି କହିଛନ୍ତି, "ଆମେ ଏପରି ଏକ ଶୋ’ ତିଆରି କରିବୁ ଯେଉଁଠାରେ କେବଳ ଡିଗ୍ରୀ ନୁହେଁ, ବରଂ ବୁଦ୍ଧିମାନ ବ୍ୟକ୍ତି ହୋଇପାରିବେ ଇଣ୍ଡିଆର ଟପ୍ % । ସଠିକ୍ ମାନସିକତା ଥିବା ଯେକୌଣସି ବ୍ୟକ୍ତି ଭାରତର ଶ୍ରେଷ୍ଠ ପ୍ରତିଶତରେ ପହଞ୍ଚିପାରିବେ।" ଶୋ’ ବିଷୟରେ କହିବା ପରେ, ପ୍ରୋମୋରେ ଅନିଲ କପୁରଙ୍କ ଫନି ଅନ୍ଦାଜ ଦେଖିବାକୁ ମିଳିଛି। ସେ 'ମାଇ ନେମ୍ ଇଜ୍ ଲଖନ୍' ଗୀତରେ ଡ୍ୟାନ୍ସ କରିଛନ୍ତି।
ଆହୁରି ପଢ଼ନ୍ତୁ...'ମୋର ଭୁଲ ହୋଇଗଲା...' ୩୭୦ ଟଙ୍କାର ବିରିୟାନି ବିବାଦକୁ ନେଇ ପୁଣି ଥରେ କ୍ଷମା ମାଗିଲେ ପ୍ରଣିତ ମୋରେ,
ପ୍ରୋମୋ ଭିଡିଓ ରିଲିଜ୍ ହେବା ମାତ୍ରେ, ଅନିଲ କପୁରଙ୍କ ଫ୍ୟାନ୍ସ ଶୋ’କୁ ନେଇ ଉତ୍ସାହିତ ଅଛନ୍ତି ଏବଂ ତାଙ୍କୁ ପୁଣି ଥରେ ହୋଷ୍ଟ ଭାବରେ ଦାୟିତ୍ୱ ନେବାର ଦେଖିବାକୁ ଅପେକ୍ଷା କରିଛନ୍ତି। ପ୍ରଶଂସକମାନେ ଷ୍ଟ୍ରିମିଂ ତାରିଖକୁ ଅପେକ୍ଷା କରିଛନ୍ତି। ଷ୍ଟାର ପ୍ଲସ୍ ସହିତ, ଏହି ଶୋ’ଟି OTT ଆପ୍ Jio Hotstar ରେ ମଧ୍ୟ ଉପଲବ୍ଧ ହେବ।