ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ସିଜେପି । ସବୁଠି ସେହି ଗୋଟିଏ ଚର୍ଚ୍ଚା । ଯାହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆମେରିକାର ବୋଷ୍ଟନରୁ ଅଭିଜିତ ଏହାକୁ ଚଳାଉଥିବାବେଳେ ଆଗାମୀ ଦିନରେ ଏହା ଭାରତରେ ରାଜନୈତିକ ଦଳ ଭଭାବେ ଉଭା ହେବ କି ବୋଲି ମଧ୍ୟ ଆଲୋଚନାର ବିଷୟ ପାଲଟିଛି । ଭାରତରେ ଏହାର ମୁଖ୍ୟ ଏକ୍ସ ଆକାଉଣ୍ଟ ବନ୍ଦ ହେବା ପରେ ଆଉ ଏକ ପେଜ୍ ଆରମ୍ଭ ହୋଇଛି । ଯାହାକୁ ନେଇ କୁହାଯଉଛି କି, ଆଗାମୀ ଦିନରେ ଯୁବକମାନେ ଏହି ଦଳ ସହ ଯୋଗଦେବେ । ତେବେ ଏହି ଅସରପା’ ଜନତା ପାର୍ଟି ପୂର୍ବରୁ କେଉଁ ପଶୁଙ୍କ ନାଁରେ ତିଆରି ହୋଇଛି ଦଳ ।

ବିଏସପି (ହାତୀ)

ଭାରତୀୟ ରାଜନୀତିରେ ବହୁ ପୂର୍ବରୁ ଜାତୀୟ ଏବଂ ଆଞ୍ଚଳିକ ଦଳର ସିମ୍ବଲରେ ପଶୁଙ୍କ ପ୍ରତୀକ ରହିଛି । ଉତ୍ତରପ୍ରଦେଶର ମାୟାବତୀଙ୍କ ଦଳ ବିଏସପିର ଦଳୀୟ ସିମ୍ବଲରେ ରହିଛି ହାତୀ । ଜାତୀୟ ସ୍ତରରେ ଏହି ସିମ୍ବଲ ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାରେ ସାହାର୍ଯ୍ୟ କରିଛି । ଏହାସହ ଆସାମର ଆଞ୍ଚଳିକ ଦଳ ଆସାମ ଗଣପରିଷଦର ଦଳୀୟ ପ୍ରତୀକ ଭାବେ ହାତୀ ମଧ୍ୟ ରହିଛି । ହାତୀ ବ୍ୟତୀତ ଭାରତୀୟ ରାଜନୈତିକ ଦଳର ଚିହ୍ନରେ ପଶୁ ପକ୍ଷୀଙ୍କ ଚିହ୍ନ ମଧ୍ୟ ରହିଛି ।

ମହାନ ସ୍ବାଧିନତା ସଂଗ୍ରାମୀ ସୁଭାଷଚନ୍ଦ୍ର ବୋଷଙ୍କ ଦ୍ବାରା ଗଠିତ ଅଲ୍ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକର ସରକାରୀ ନିର୍ବାଚନୀ ଚିହ୍ନ ରହିଥିଲା ସିଂହ । ଏହି ଚିହ୍ନ ଦଳର ଆକ୍ରମଣାତ୍ମକ ଏବଂ ନିର୍ଭୀକ ଚିନ୍ତାଧାରା ପ୍ରତିଫଳିତ କରୁଥିଲା ।

ଦୁଇଟି ବଳଦ ଦଳୀୟ ଚିହ୍ନ

ସ୍ବାଧୀନ ଭାରତର ପ୍ରାରମ୍ଭିକ ଦିନରେ ଦେଶର ସବୁଠାରୁ ବଡ଼ ଏବଂ ପୁରୁଣା ଦଳ ଭାରତୀୟ ଜାତୀୟ କଂଗ୍ରେସ । କୃଷି ଏବଂ ପଶୁପାଳନ ସହ ହଡ଼ିତ ଥିବାରୁ ଏହି ସମୟରେ ନିର୍ବାଚନୀ ଚିହ୍ନ ରହିଥିଲା ଦୁଇଟି ବଦଳ । ଏହା ଭାରତର କୃଷିକୁ ପ୍ରତିନିଧିତ୍ବ କରୁଥିଲା । ପରେ ଦଳର ଭିତରେ ବିଭାଜନ ପରେ ଚିହ୍ନ ଆବଣ୍ଟିତ ହୋଇଥିଲା ।

ଦକ୍ଷିଣଭାରତ ତଥା ତାମିଲନାଡ଼ୁ ବଡ଼ ରାଜନୈତିକ ଦଳ ଏଆଇଏଡିଏମକେର ପୂର୍ବ ନିର୍ବାଚନୀ ଚିହ୍ନ ରହିଥିଲା କୁକୁଡ଼ା । ଏହାକୁ ନିର୍ବାଚନୀ ଚିହ୍ନ ଭାବେ ବ୍ୟବହାର କରାଯାଇଥିଲା । ପରେ ଦଳର ରାଜନୈତିକ ଚିହ୍ନ ବଦଳିଯାଇଛି ।

ଏବେ ପ୍ରଶ୍ନ ଉଠିଛି କି, କକ୍ରୋଚ୍ ଜନତା ପାର୍ଟି ଯଦି ଭାରତରେ ନିର୍ବାଚନ ଲଢ଼େ ତାହେଲେ କଣ ଅସରପା ଚିହ୍ନ ମିଳିବ କି ? ଏହାର ଗୋଟିଏ ଉତ୍ତର ହେଉଛି କି ନିର୍ବାଚନ କମିଶନ ନୂତନ ଦଳଗୁଡ଼ିକ ପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି । ତେବେ ପଶୁ ପକ୍ଷୀଙ୍କ ଚିହ୍ନକୁ କାହିଁକି ବାରଣ ହୋଇଛି । ଏହାର ପ୍ରମୁଖ କାରଣ ହେଉଛି ଖରାରେ ନିର୍ବାଚନ ପ୍ରଚାର ସମୟରେ ସିମ୍ବଲ ଭାବେ ନୀରିହ ପଶୁ-ପକ୍ଷୀଙ୍କୁ ଧରି ରାଲିରେ ବୁଲନ୍ତି । ଏହାସହ ପଶୁଙ୍କ ଅପବ୍ୟବହାର ମଧ୍ୟ କରାଯାଏ । ଏଥିପାଇଁ କୌଣସି ନୂଆ ରାଜନୈତିକ ଦଳଙ୍କୁ ପଶୁ-ପକ୍ଷୀଙ୍କ ଚିହ୍ନ ଦିଆଯିବ ନାହିଁ ।

ଏହାସହ ପଢ଼ନ୍ତୁ : OBC Reservation: ଓବିସି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ମାତା,ପିତା ଯଦି ଆଇଏଏସ୍, ତେବେ ସନ୍ତାନଙ୍କୁ କାହିଁକି ମିଳିବ ସଂରକ୍ଷଣ ସୁବିଧା ?