ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପ୍ରେମ ପାଇଁ କ୍ୟାରିୟର୍ ଖରାପ କରିଦେଲେ ଅନିତା, କହିଲେ-‘ଅସଫଳ ସମ୍ପର୍କ ଲାଗି ଭଲ ସୁଯୋଗ ଛାଡିଦେଇଛି’

Published By : Krishna Priya | January 18, 2025 8:19 AM

ମୁମ୍ବାଇ ୧୮/୦୧:  ‘ୟେହୈ ମୋହବତେ’ ଧାରାବାହିକରେ ସଗୁନ୍‌ ଚରିତ୍ରରେ ଘରେ ଘରେ ପରିଚିତ ପାଲଟିଥିଲେ ଅନିତା ହସନନ୍ଦନୀ। ନିଜ ଅଭିନୟ ଦକ୍ଷତା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା ସେ। ଏକ ସମୟରେ ଅନିତା ଓ ଟେଲିଭିଜନ୍‌ ଅଭିନେତା ଏଜାଜ୍‌ ଖାଁଙ୍କ ସହ ପ୍ରେମ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ଥିଲା। ନିକଟରେ ଏତ ସାକ୍ଷାତକାରରେ ସେ ତାଙ୍କ ପୂର୍ବ ପ୍ରେମିକଙ୍କ ସମ୍ପର୍କରେ ଏମିତି କିଛି କଥା କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅନିତାଙ୍କ କହିବା ଅନୁଯାୟୀ, ଏଜାଜ୍‌ଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ହୋଇଥିଲେ ହେଁ ବିବାହରେ ତାହା ରୂପାନ୍ତରିତ ହୋଇପାରି ନଥିଲା। କାରଣ ତାଙ୍କ ମାଆ ଏହି ସମ୍ପର୍କର ବିରୋଧି ଥିଲେ। ଏଜାଜ୍‌ ଥିଲେ ଭିନ୍ନ ଧର୍ମୀ। ତେବେ ଅନିତା ଆହୁରି ବି କହିଛନ୍ତି ଯେ ଏଜାଜ୍‌ ତାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚାହିଁଥିଲେ, ଯାହାକି ତାଙ୍କ ପାଇଁ ଖୁବ୍‌ କଠିନ ଥିଲା। ଏପଟେ ସେ ସମ୍ପର୍କ ଭାଙ୍ଗିବା ମାନସିକତାରେ ବି ନଥିଲେ। ଏଭଳି ଏକ ସ୍ଥିତିରୁ ବାହାରିବା ପାଇଁ ତାଙ୍କୁ ବର୍ଷ ବର୍ଷ ସମୟ ଲାଗିଗଲା। ଅନିତାଙ୍କ ମତରେ, ଯଦି କେହି ଆପଣଙ୍କୁ ବଦଳାଇବାକୁ ଚାହେଁ, ତ ତାହା ପ୍ରେମ ନୁହେଁ। ମାତ୍ର ସେ ସମୟରେ ମୁଁ ଏହାକୁ ବୁଝିପାରୁ ନଥିଲି ଓ ଭଲପାଇବା ପାଇଁ ନିଜକୁ ବଦଳାଇବାକୁ ବି ପ୍ରସ୍ତୁତ ହୋଇ ଯାଇଥିଲି। ଆମେ ଦୁହେଁ ବ୍ୟକ୍ତିଗତ ଭାବେ ମଣିଷ ହିସାବରେ ଖୁବ୍‌ ଭଲ, ମାତ୍ର କେହି କାହା ପାଇଁ ଭଲ ସାଥି ନଥିଲୁ। ତେବେ ଏବେ ମୁଁ ପଶ୍ଚାତାପ କରୁଛି ଯେ ସେ ଅସଫଳ ସମ୍ପର୍କ ଲାଗି ମୁଁ ବହୁତ ଭଲ ସୁଯୋଗ ଛାଡିଦେଇଛି।

ଏହା ସତ୍ତ୍ୱେ ଅନିତା ଏଜାଜଙ୍କ ପାଇଁ ଶୁଭ ମନାସିଥିଲେ ଏବଂ ତାଙ୍କୁ ଜଣେ ଭଲ ଜୀବନସାଥୀ ମିଳୁ ବୋଲି କାମନା କରିଥିଲେ। ତେବେ ଅନିତା ୨୦୨୩ ମସିହାରେ ରୋହିତ ରେଡ୍ଡିଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ତାଙ୍କର ଏକ ପୁଅ ଅଛି। ତାଙ୍କ ଜୀବନରେ ଏହି ସୁଖ ଏବଂ ପରିବାରର ସମୃଦ୍ଧି ପୂର୍ବ ସମ୍ପର୍କର ଯନ୍ତ୍ରଣାକୁ ହୁଏତ ଟିକିଏ କମ୍‌ କରିଛି।

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.