ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ହରିଣକୁ ନେଇ ଏମିତି କଣ କହିଥିଲେ ଶାହରୁଖ , ତାଙ୍କୁ ମିଳିଲା ହତ୍ୟା ଧମକ

Published By : Prameya | November 12, 2024 8:03 PM

ନୂଆଦିଲ୍ଲୀ : ଶାହରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ହୋଇଛନ୍ତି ଗିରଫ। ଅଭିଯୁକ୍ତ ମହମ୍ମଦ ଫୈଜାନ ପୋଲିସ ଜେରାରେ କହିଛନ୍ତି କି ଶାହରୁଖ ଖାନ 'ଅଞ୍ଜାମ' ଫିଲ୍ମରେ ହରିଣକୁ ନେଇ ଏମିତି କିଛି ଡାଏଲଗ କହିଛନ୍ତି , ଯାହାକୁ ନେଇ ସେମାନେ ଅଭିଯୋଗ କରିଥିଲେ। 'ଅଞ୍ଜାମ' ଫିଲ୍ମ ୧୯୯୪ ମସିହାରେ ଆସି ଥିଲା। ଏଥିରେ ଶାହରୁଖ ନେଗେଟିଭ୍ ରୋଲ୍‌ରେ ଥିଲେ। ମାଧୁରୀ ଦୀକ୍ଷିତ ଲିଡ୍‌ ହିରୋଇନ ଥିଲେ ଏବଂ ସେ ତାଙ୍କର ପ୍ରେମରେ ପାଗଳ ହୋଇ ଥିଲେ। 

 'ଅଞ୍ଜାମ' ଫିଲ୍ମରେ ଶାହରୁଖ ଖାନ ଜଣେ ଧନୀ ବ୍ୟକ୍ତିର ଚରିତ୍ରରେ ନଜର ଆସି ଥିଲେ। ତାଙ୍କ ନାଁ ଥିଲା ବିଜୟ । ତାଙ୍କୁ ଶିବାନୀ (ମାଧୁରୀ ଦିକ୍ଷିତ)ଙ୍କ ସହ ପ୍ରେମ ହୋଇଯାଏ। ଶିବାନୀ ଅଶୋକଙ୍କୁ ବିବାହ କରିବା ପରେ ବିଜୟଙ୍କର ହୃଦୟ ଭାଙ୍ଗି ଯାଏ ଏବଂ ସେ ସାଇକୋ ପାଲଟି ଯାଆନ୍ତି। ଏହି ଫିଲ୍ମରେ ଶାହରୁଖଙ୍କ ସଉକ ବି ଧନୀ ବ୍ୟକ୍ତିର ଥିଲା। ସେ ନିତି ହରିଣ ଶିକାର କରିବାକୁ ଆସୁ ଥିଲେ। ହାତରେ ବନ୍ଧୁକ ଧରି କହୁଥିଲେ,ବାହାରେ ଗାଡ଼ିରେ ହରିଣ ପଡ଼ିଛି, ତୁମେମାନେ ରୋଷେଇ କରି ଖାଇ ଦିଅ। ଏହି ଡାଇଲଗ୍‌ ମହମ୍ମଦ ଫୈଜାନଙ୍କ ଅସନ୍ତୁଷ୍ଟର କାରଣ। 

ଶାହରୁଖ ଖାନଙ୍କୁ ଧମକ ମହମ୍ମଦ ଫୈଜାନଙ୍କ ଫୋନ୍‌ରୁ ଆସିଥିଲା। ହେଲେ ହେପାଜତରେ ସେ  ପୁଲିସକୁ କହିଥିଲେ କି, ତାଙ୍କର ଫୋନ୍‌ ଚୋରି ହୋଇ ଯାଇ ଥିଲା ଏବଂ କେହି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି। ଫୈଜାନ ଏହା ମଧ୍ୟ କହିଛନ୍ତି କି, ସେ ରାଜସ୍ଥାନରେ ରୁହନ୍ତୁ। ବିଷ୍ଣୋଇ ସମାଜ ତାଙ୍କର ବନ୍ଧୁ। ତାଙ୍କ ଧର୍ମରେ ହରିଣର ସୁରକ୍ଷା କରିବା ପାଇଁ କୁହାଯାଏ। ସେ  'ଅଞ୍ଜାମ' ଫିଲ୍ମର ଡାଏଲଗକୁ ନେଇ କହିଛନ୍ତି କି ଯଦି ମୁସଲମାନ ହରିଣ ଉପରେ ଆପତ୍ତିଜନକ କଥାବାର୍ତ୍ତା କରନ୍ତି ତ ଏହା ବି ଠିକ୍‌ ନୁହେଁ। ଏଥିପାଇଁ ମୁଁ ଅଭିଯୋଗ କରିଥିଲି। ସେ ଏହା ମଧ୍ୟ କହିଛନ୍ତି କି  'ଅଞ୍ଜାମ'  ଫିଲ୍ମକୁ ବ୍ୟାନ କରିବା ଉଚିତ୍‌।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.