ନୂଆଦିଲ୍ଲୀ : ଶାହରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ହୋଇଛନ୍ତି ଗିରଫ। ଅଭିଯୁକ୍ତ ମହମ୍ମଦ ଫୈଜାନ ପୋଲିସ ଜେରାରେ କହିଛନ୍ତି କି ଶାହରୁଖ ଖାନ 'ଅଞ୍ଜାମ' ଫିଲ୍ମରେ ହରିଣକୁ ନେଇ ଏମିତି କିଛି ଡାଏଲଗ କହିଛନ୍ତି , ଯାହାକୁ ନେଇ ସେମାନେ ଅଭିଯୋଗ କରିଥିଲେ। 'ଅଞ୍ଜାମ' ଫିଲ୍ମ ୧୯୯୪ ମସିହାରେ ଆସି ଥିଲା। ଏଥିରେ ଶାହରୁଖ ନେଗେଟିଭ୍ ରୋଲ୍‌ରେ ଥିଲେ। ମାଧୁରୀ ଦୀକ୍ଷିତ ଲିଡ୍‌ ହିରୋଇନ ଥିଲେ ଏବଂ ସେ ତାଙ୍କର ପ୍ରେମରେ ପାଗଳ ହୋଇ ଥିଲେ। 

 'ଅଞ୍ଜାମ' ଫିଲ୍ମରେ ଶାହରୁଖ ଖାନ ଜଣେ ଧନୀ ବ୍ୟକ୍ତିର ଚରିତ୍ରରେ ନଜର ଆସି ଥିଲେ। ତାଙ୍କ ନାଁ ଥିଲା ବିଜୟ । ତାଙ୍କୁ ଶିବାନୀ (ମାଧୁରୀ ଦିକ୍ଷିତ)ଙ୍କ ସହ ପ୍ରେମ ହୋଇଯାଏ। ଶିବାନୀ ଅଶୋକଙ୍କୁ ବିବାହ କରିବା ପରେ ବିଜୟଙ୍କର ହୃଦୟ ଭାଙ୍ଗି ଯାଏ ଏବଂ ସେ ସାଇକୋ ପାଲଟି ଯାଆନ୍ତି। ଏହି ଫିଲ୍ମରେ ଶାହରୁଖଙ୍କ ସଉକ ବି ଧନୀ ବ୍ୟକ୍ତିର ଥିଲା। ସେ ନିତି ହରିଣ ଶିକାର କରିବାକୁ ଆସୁ ଥିଲେ। ହାତରେ ବନ୍ଧୁକ ଧରି କହୁଥିଲେ,ବାହାରେ ଗାଡ଼ିରେ ହରିଣ ପଡ଼ିଛି, ତୁମେମାନେ ରୋଷେଇ କରି ଖାଇ ଦିଅ। ଏହି ଡାଇଲଗ୍‌ ମହମ୍ମଦ ଫୈଜାନଙ୍କ ଅସନ୍ତୁଷ୍ଟର କାରଣ। 

ଶାହରୁଖ ଖାନଙ୍କୁ ଧମକ ମହମ୍ମଦ ଫୈଜାନଙ୍କ ଫୋନ୍‌ରୁ ଆସିଥିଲା। ହେଲେ ହେପାଜତରେ ସେ  ପୁଲିସକୁ କହିଥିଲେ କି, ତାଙ୍କର ଫୋନ୍‌ ଚୋରି ହୋଇ ଯାଇ ଥିଲା ଏବଂ କେହି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି। ଫୈଜାନ ଏହା ମଧ୍ୟ କହିଛନ୍ତି କି, ସେ ରାଜସ୍ଥାନରେ ରୁହନ୍ତୁ। ବିଷ୍ଣୋଇ ସମାଜ ତାଙ୍କର ବନ୍ଧୁ। ତାଙ୍କ ଧର୍ମରେ ହରିଣର ସୁରକ୍ଷା କରିବା ପାଇଁ କୁହାଯାଏ। ସେ  'ଅଞ୍ଜାମ' ଫିଲ୍ମର ଡାଏଲଗକୁ ନେଇ କହିଛନ୍ତି କି ଯଦି ମୁସଲମାନ ହରିଣ ଉପରେ ଆପତ୍ତିଜନକ କଥାବାର୍ତ୍ତା କରନ୍ତି ତ ଏହା ବି ଠିକ୍‌ ନୁହେଁ। ଏଥିପାଇଁ ମୁଁ ଅଭିଯୋଗ କରିଥିଲି। ସେ ଏହା ମଧ୍ୟ କହିଛନ୍ତି କି  'ଅଞ୍ଜାମ'  ଫିଲ୍ମକୁ ବ୍ୟାନ କରିବା ଉଚିତ୍‌।