- ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାର ହେବ ସିବିଆଇ ତଦନ୍ତ
- ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କଲେ ସୁପାରିଶ
- ଅଙ୍କିତା ଭଣ୍ଡାରୀ ଏକ ରିସର୍ଟରେ କର୍ମଚାରୀ ଥିଲେ
ଉତ୍ତରାଖଣ୍ଡ : ଦୀର୍ଘ ଦିନର ବିବାଦ ପରେ, ଉତ୍ତରାଖଣ୍ଡ ସରକାର ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ କରାଇବାକୁ ରାଜି ହୋଇଛନ୍ତି। ଏହି ବିଷୟରେ ଶୁକ୍ରବାର ସୂଚନା ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ, ଅଙ୍କିତା ଭଣ୍ଡାରୀଙ୍କ ପିତାମାତାଙ୍କ କଥାକୁ ସମ୍ମାନ ଦେଇ, ଆମେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରିଛୁ।
ଅଙ୍କିତା ଭଣ୍ଡାରୀ ପାଉରି ଜିଲ୍ଲାର ଏକ ରିସର୍ଟରେ କର୍ମଚାରୀ ଥିଲେ। ଅଭିଯୋଗ ହୋଇଛି ଯେ, ତାଙ୍କୁ ରିସର୍ଟରେ କୌଣସି ବ୍ୟକ୍ତିରୁ ‘ବିଶେଷ ସେବା’ ଦେବାକୁ ଚାପ ଦିଆ ଯାଇଥିଲା ଏବଂ ସେ ମନା କରି ଦେବାରୁ ତାଙ୍କୁ କରାଯାଇ ଥିଲା। ତଳ କୋର୍ଟ ରିସର୍ଟ ମାଲିକ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ , ଉକ୍ତ ମାମଲାରେ ଏକ ଅଡିଓ କ୍ଲିପ୍ରେ କେହି ଜଣେ ଭିଆଇପିଙ୍କ ସମ୍ପୃକ୍ତି ଥିବା କଥା କୁହାଯାଇଛି।
ଏହାପରେ ଏହି ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ନେଇ ରାଜ୍ୟରେ ଭିରୋଧ ପ୍ରଦର୍ଶନର ଧାରା ଆରମ୍ଭ ହୋଇଥିଲା। ଏହାପରେ ଶୁକ୍ରବାର, ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ କହିଥିଲେ ଯେ ଏଥିପାଇଁ ସୁପାରିଶ କରାଯାଉଛି।
ଏହି ନିଷ୍ପତ୍ତିକୁ ନେଇ ସିଏମ ଧାମି ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ କହିଛନ୍ତି, ସ୍ୱର୍ଗତ ଭଉଣୀ ଅଙ୍କିତା ଭଣ୍ଡାରୀଙ୍କ ସହ ହୋଇଥିବା ଦୁର୍ଭାଗ୍ୟଜନକ ଘଟଣା ବିଷୟରେ ଜାଣିବା ମାତ୍ରେ, ପ୍ରଶାସନ ବିନା କୌଣସି ଭେଦଭାବରେ ଏବିଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା , ନିରପେକ୍ଷତା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତୁରନ୍ତ ଜଣେ ମହିଳା ଆଇପିଏସ ଅଧିକାରୀଙ୍କ ନେତୃତ୍ବରେ ଏକ ଏସଆଇଟି ଗଠନ କରାଯାଇ ଥିଲା ଏବଂ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଥିଲା। କୋର୍ଟରେ ଏକ ଦୃଢ଼ ମାମଲା ଯୁକ୍ତି କରାଯାଇଥିଲା। ଯାହାଦ୍ୱାରା ବିଚାର ସମୟରେ କୌଣସି ଅଭିଯୁକ୍ତଙ୍କୁ ଜାମିନ ମିଳି ନଥିଲା ।
ଏହାପରେ ଏସଆଇଟି ଯାଞ୍ଚ ପରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇ ଥିଲା। ଏହା ସେହି କଥାକୁ ପ୍ରମାଣ କରେ ଯେ, ରାଜ୍ୟ ସରକାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ୱଚ୍ଛତା ଓ ଦୃଢତାର ସହ ନ୍ୟାୟ ସୁନିଶ୍ଚିତ କରିଛନ୍ତି।