ମନମୁଣ୍ଡା ୨୨/୧୨ : ପିଏମ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଦହ୍ୟା ଠାରେ ଆଜି ମହାସମାରୋହ ଓ ହର୍ଷ ଉଲ୍ଲାସରେ ବାର୍ଷିକ ଉତ୍ସବ ୨୦୨୫-୨୬ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡ଼ାଙ୍ଗ, ସମ୍ମାନୀତ ଅତିଥି ରୂପେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ଵାଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ତଥା ଗବେଷକ ସୁଦାମ ନାଏକ ଏବଂ ସମିତିସଭ୍ୟ ଦଳଗଞ୍ଜନ ବେହେରା ଯୋଗ ଦେଇଥିଲେ ।
ଛାତ୍ରଛାତ୍ରୀ ମାନେ ସର୍ବଦା ଖୁସି ରହିଲେ ସେମାନଙ୍କ ମଧ୍ୟରେ ଇଚ୍ଛା ଶକ୍ତି ଜାଗ୍ରତ ହେବ ଓ ଇଚ୍ଛା ଶକ୍ତି ଜାଗ୍ରତ ହେଲେ ଲକ୍ଷ୍ୟ ହାସଲ ସହ ସଫଳତା ମିଳିବ ବୋଲି ଜିଲ୍ଲାପାଳ କହିବା ସହ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ପ୍ରଧାନ ଶିକ୍ଷକ ଶ୍ରୀମତୀ ସ୍ୱାଇଁଙ୍କ ବିବରଣୀ ପାଠରୁ ଜାଣି ଖୁସି ବ୍ୟକ୍ତ କରିଥିଲେ ଓ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟ ବକ୍ତା ଶ୍ରୀ ନାଏକ ଶିକ୍ଷା ସମ୍ବନ୍ଧୀୟ ଓ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ସଫଳତା ଉପରେ ଅନେକ ଉପାଦେୟ ବିନ୍ଦୁ ଉପରେ ଆଲୋକପାତ କରିଥିଲେ। ସେହିପରି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଡାଙ୍ଗ ଯେଉଁ ବିଦ୍ୟାଳୟକୁ ତାଙ୍କ ଉଦ୍ୟମରେ ସ୍ଥାପିତ କରାଯାଇଥିଲା ତାହାର ବିକାଶ ଓ ସଫଳତା ଦେଖି ଆନନ୍ଦ ପ୍ରକାଶ କରିଥିଲେ ଏବଂ ଜିଲ୍ଲାରେ ଏକ ନମ୍ବର ଉଚ୍ଚ ବିଦ୍ୟାଳୟ ହେବା ପାଇଁ ଚେଷ୍ଟା କରିବାକୁ ଓ ଓଡ଼ିଶାରେ ନାମ ରଖିବାକୁ ଉତ୍ସାହଜନକ ଉଦବୋଧନ ଦେଇଥିଲେ ଏବଂ ବିଦ୍ୟାଳୟର ବିକାଶ ପାଇଁ ସେ ବଦ୍ଧପରିକର ବୋଲି କହିଥିଲେ। ବିଭିନ୍ନ ବିଭାଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଯଥା ଏ ବର୍ଷର ଶ୍ରେଷ୍ଠଛାତ୍ର ରୂପେ ଶୁଭେନ୍ଦୁ ନାୟକ, ଶ୍ରେଷ୍ଠ ଗାୟିକା ସନ୍ଧ୍ୟାରାଣୀ ପ୍ରଧାନ, ଶକ୍ତି ସଂରକ୍ଷଣ ମଡେଲ ପ୍ରସ୍ତୁତ କରି ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରିୟଙ୍କା ପଣ୍ଡା, ଶ୍ରେଷ୍ଠ ନର୍ତ୍ତକୀ ଚିଙ୍କିରାନି ସାହୁ, ଶ୍ରେଷ୍ଠ ଖେଳାଳି ଶ୍ରୀୟାରାଣୀ ସିଂହ, ଶ୍ରେଷ୍ଠ କଳାକାର ପ୍ରମୋଦ ରଣା ସମେତ ବହୁ ଛାତ୍ର ଛାତ୍ରୀଙ୍କୁ ଅତିଥିଗଣ ମେଡାଲ ପ୍ରଦାନ ସହ ପୁରସ୍କୃତ କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିତୁ ମେଲୋଡି କଟକର କଳାକାର ଜିତୁ ଓ ରାଣୀ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ନୃତ୍ୟ ପ୍ରଦର୍ଶନ ମନଛୁଆଁ ଥିଲା । ବିରେନ୍ଦ୍ର ପ୍ରଧାନ ଓ ହେମକାନ୍ତ ମେହେର ମଞ୍ଚ ପରିଚାଳନା କରିବା ସହ ଶିକ୍ଷକ ବିରେନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିକ୍ଷକ ସୁଶାନ୍ତ ଵେଜୀ, ପ୍ରଶାନ୍ତ ମିଶ୍ର , ପ୍ରକାଶ ଡାଙ୍ଗ, ଶୁଭଶ୍ରୀ କର୍ମୀ,ଓମ ପ୍ରକାଶ ମେହେର, ଦେବହୁତି ମିଶ୍ର, ରଶ୍ମି କିଶନ ଓ ରମେଶ ରଞ୍ଜନ ସେଠୀ, ଗୋବର୍ଦ୍ଧନ ମାଲିକ ,ଉମେଶ ମେହେର, ସରସୀବାଳା ପ୍ରଧାନ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।