ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଆସିବ ବାର୍ଷିକ କିମ୍ୱା ଲାଇଫଟାଇମ୍ ଟୋଲ୍ ପାସ୍ । ଏଣିକି ୩ ହଜାର ଦେଲେ ବର୍ଷସାରା ଫ୍ରିରେ ଯାତ୍ରା କରିପାରିବେ ! ଫାସ୍‌ଟ୍ୟାଗ୍‌ ସହ ହେବ ଲିଙ୍କ

Published By : Prameya | February 5, 2025 1:23 PM

ନୂଆଦିଲ୍ଲୀ, ୫।୨: ପରିବହନ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ଲଗାତାର କେନ୍ଦ୍ର ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଖାସ୍ କରି ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଗଡ଼କରୀ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ନୂଆ ନୂଆ ନିୟମ ମଧ୍ୟ ଲାଗୁ ହୋଇଥିବାର ଦେଖାଯାଉଛି । ଜାତୀୟ ରାଜପଥରେ ପ୍ରାୟ ୬୦ କିଲୋମିଟର ବ୍ୟବଧାନରେ ଗୋଟାଏ ଲେଖାଏଁ ଟୋଲ ଗେଟ୍‌ ପଡ଼େ । ଟୋଲ ଗେଟ୍‌ରେ ଅନଲାଇନ ହେଉ କିମ୍ୱା ଅଫଲାଇନ୍ ଟଙ୍କା ଦେବାକୁ ପଡ଼େ । କିଛି ସମୟରେ ଟୋଲ ପ୍ଲାଜାରେ ଗାଡ଼ିର ଲାଇନ ଲାଗିଥାଏ । ଘଣ୍ଟା ଘଣ୍ଟା ଧରି ଚାଳକଙ୍କୁ ଅପେକ୍ଷା କରିବାକୁ ପଡ଼େ । କିନ୍ତୁ ଏ ସମସ୍ୟାର ସମାଧାନ ଆଣିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ଗାଡ଼ି ଚାଳକଙ୍କ ଲାଗି ଆଶ୍ୱସ୍ତି ଆଣିଛି ଏହି ନିଷ୍ପତ୍ତି । ନିୟମ ଅନୁସାରେଏଣିକି ଥରେ ଟଙ୍କା ଦେଲେ ବର୍ଷସାରା ଟୋଲଗେଟ୍‌ରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଅର୍ଥାତ୍‌ ଥରେ ଟଙ୍କା ଦେଲେ ବର୍ଷସାରା ଫ୍ରିରେ ଯାତ୍ରା କରିପାରିବେ । 

ଗଣମାଧ୍ୟମ ରିପୋର୍ଟନୁସାରେ, ଖୁବଶୀଘ୍ର କେନ୍ଦ୍ର ସରକାର ବାର୍ଷିକ ଓ ଲାଇଫ୍‌ ଟାଇମ୍‌ ଟୋଲ ପାସ୍‌ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ଏହି ନିୟମ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍‌ କିଣିପାରିବେ । ଟୋଲ୍ ପ୍ଲାଜାରେ ଏହି ପାସ୍‌ ଦେଖାଇ ପୂରା ବର୍ଷ ଯାତ୍ରୀ ଜାତୀୟ ରାଜପଥରେ ଯାତ୍ରା କରିପାରିବେ । ଠିକ୍‌ ସେମିତି୧୫ ବର୍ଷିୟା ଲାଇଫ୍‌ ଟାଇମ୍‌ ପାସ୍ କରିବାକୁ ହେଲେ ଏଥିପାଇଁ ଦେବାକୁ ପଡ଼ିବ ୩୦ ହଜାର ଟଙ୍କା । ଏହି ନିର୍ଦ୍ଦେଶନାମା ଜାରି ହେଲେ ଟୋଲଗେଟ୍‌ ଦେଇ ଯାଉଥିବା ଯାତ୍ରୀମାନେ ସୁବିଧାରେ ଯାତ୍ରା କରିବେ ଏଥିସହ ଟୋଲ ପ୍ଲାଜାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି । ରାସ୍ତାରେ ଯିବା ବେଳେ କେମିତି ସହଜରେ ଯାତ୍ରା କରିବେ ଯାତ୍ରୀ ସେନେଇ କେନ୍ଦ୍ର ପରିବହନ ବିଭାଗ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି । 

ସୂଚନା ଅନୁସାରେ, ନୂଆ ଟୋଲ୍‌ ନିୟମ ନେଇ ମନ୍ତ୍ରଣାଳୟ ବିଚାରବିମର୍ଶ ଚଲାଇଛି । ଏବେ କିଲୋମିଟର ପିଛା ଯେତିକି ଟଙ୍କା ଆଦାୟ ହେଉଛି ତାହାକୁ କମାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷ କଥା ହେଲାଏହି ନୂଆ ବ୍ୟବସ୍ଥା ଆପଣାଇବାକୁ ହେଲେ କୌଣସି ନୂଆ ପାସ୍‌ କରିବାକୁ ପଡ଼ିବ ନାହିଁ । କାରଣ ଫାସ୍‌ଟ୍ୟାଗ୍‌ ସହ ଏହାକୁ ଲିଙ୍କ କରାଯିବ । କହିରଖୁ କି, ବର୍ତ୍ତମାନ ଟୋଲ ପ୍ଲାଜାରେ ମାସିକିଆ ପାସ୍‌ ମିଳୁଛି । ପ୍ରତିମାସ ୩୪୦ ଟଙ୍କାରେ ଏହି ମାସିକିଆ ପାସ୍‌ ମିଳୁଥିବା ବେଳେ ବାର୍ଷିକ ଦେୟ ୪ ହଜାର ୮୦ ଟଙ୍କା ରହିଛି । ହେଲେ ପୁରା ଦେଶରେ ଥିବା ରାଷ୍ଟ୍ରୀୟ ରାଜମାର୍ଗରେ ଅସୀମିତ ଯାତ୍ରା କରିବା ଲାଗି ୩୦୦୦ ଟଙ୍କାର ବ୍ୟବସ୍ଥା ହେଲେ ଶହଶହ ସଂଖ୍ୟାରେ ଯାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.