ହରଭଙ୍ଗା, ୧୩।୧୨ : ହରଭଙ୍ଗା ସ୍ଥାନୀୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ସଭାପତିତ୍ୱରେ କ୍ରୀଡା ପୁରସ୍କାର ଓ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି। ଏଥିରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଏକ ବିଦାୟକାଳୀନ ସଭାର ଆୟୋଜନ କରିଥିଲେ।ଏହି ଅବସରରେ ଭୈରବୀ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେନିୟ। ମୁଖ୍ୟଅତିଥି,ମାଧପୁର ଉଚ୍ଚମାଧ୍ୟାମିକର ଅଧ୍ୟାପକ ସୁଶାନ୍ତ ଶେଖର ମଙ୍ଗରାଜ କ୍ରୀଡ଼ାରେକୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ସାଟିଫିକେଟ ପ୍ରଦାନ କରିଥିଲେ।

୨୦୨୫ ବର୍ଷର କାଉନସିଲ ବାର୍ଷିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟରୁ ସର୍ବୋଚ୍ଚ ନମ୍ବରରଖି ପାସ କରିଥିବା ଛାତ୍ରୀ ମନୀଷା ପ୍ରଧାନଙ୍କୁ ଅଧ୍ୟକ୍ଷ ରାଉତ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।ବରିଷ୍ଠ ଅଧ୍ୟାପକ ସୁଦାମ ଚରଣ ପୃଷ୍ଟି ସମସ୍ତ କାର୍ଯ୍ୟର ପରିଚାଳନା କରିଥିଲେ। ସଂଯୋଜିକା ସରିତା ରାଣୀ ଓ ସହ ସଂଯୋଜିକା ବର୍ଷା ସଭା କାର୍ଯ୍ୟସଂଯୋଜନା କରିଥିଲେ। ଉକ୍ତ କାର୍ଯକ୍ରମରେ ଅଧ୍ୟାପକ ମନୋଜ ପ୍ରହରାଜ ,ଲଳିତ ମହାପାତ୍ର, ସୁବାସ ସୁରିନ ଖେଳ ଶିକ୍ଷକ କୁସଧ୍ଵଜ ମହାକୁଡ଼ ଯୋଗଦାନ କରିଥିଲେ। ଛାତ୍ରୀ ମାମାଲି ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଓଡିଶୀ ନୃତ୍ୟ ,ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରାଯାଇ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିଥିଲେ।