ଭୁବନେଶ୍ଵର, ୧୧/୦୭ : ଜଗମୋହନ ମୀନାଙ୍କ ପରେ ଆଉ ଜଣେ ଯୁବ IPSଙ୍କ ଇସ୍ତଫା। ଓଡ଼ିଶା କ୍ୟାଡର ଯୁବ ଆଇପିଏସ ସି. ଏ. ରାମଦାସ ଚାକିରି ଛାଡିଛନ୍ତି। ୨୦୨୫ ବ୍ୟାଚ୍ ଆଇପିଏସ ରାମଦାସ ହାଇଦ୍ରାବାଦ ସର୍ଦ୍ଦା ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ତାଲିମ ନେଉଥିଲେ। ତାଙ୍କ ଘର ମହାରାଷ୍ଟ୍ରରେ। ସେ ଏବେ ପ୍ରଥମ ପର୍ଯ୍ୟାୟ ଟ୍ରେନିଂରେ ରହିଛନ୍ତି। ଓଡ଼ିଶାରେ ଚାକିରିରେ ଯୋଗ ଦେଇନାହାନ୍ତି। କେବଳ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସେ ତାଙ୍କ ଇସ୍ତଫାପତ୍ର ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ରାମଦାସ IPS ପଦରୁ କାହିଁକି ଇସ୍ତଫା ଦେଲେ ତାହା ଜଣାପଡିନି। ନିକଟରେ ଭୁବନେଶ୍ବର DCP ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି।
ଆହୁରି ପଢନ୍ତୁ- Crime Breaking: ଫିଲ୍ମ ଷ୍ଟାଇଲେ ଏଟିଏମ ଲୁଟ୍, ଥାର୍ ଗାଡ଼ିରେ ଆସି ATM ତାଡ଼ି ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା କାରନାମା