ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅସୁରକ୍ଷିତ ଡଗରା ବେଳାଭୂମି, ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅସାମାଜିକଙ୍କ ଆକ୍ରମଣ

Published By : Rasmita Pradhan | July 8, 2025 12:33 PM

ଜଳେଶ୍ଵର, ୦୮/୦୭ : ଅସୁରକ୍ଷିତ ଡଗରା ସମୁଦ୍ର ବେଳାଭୂମି। ବୁଲିବାକୁ ଆସିଥିବା ଦୁଇ ବଙ୍ଗୀୟ ଦମ୍ପତିଙ୍କୁ ସ୍ଥାନୀୟ ଯୁବକଙ୍କ ଅସଦାଚରଣ। ମାଡ଼ ମରିବା ସହ କଲେ ଦୁର୍ବ୍ୟବହାର। ଭାଇରାଲ୍ ଭିଡିଆରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ। ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ପୁଣି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। 

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଡଗରା ସମୁଦ୍ର ବେଳାଭୂମିକୁ ଗତ ଦୁଇଦିନ ତଳେ ପଶ୍ଚିମବଙ୍ଗର ଦୁଇ ଦମ୍ପତି ବୁଲିବାକୁ ଆସିଥିଲେ। ଏହି ସମୟରେ କିଛି ସ୍ଥାନୀୟ ଯୁବକ ବେଳାଭୂମିରେ ବସି ମଦ୍ୟପାନ କରୁଥିଲେ। ବଙ୍ଗୀୟ ଦମ୍ପତିଙ୍କୁ ଖରାପ ଇଙ୍ଗିତ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ମାଡ଼ ମାରିବା ସହିତ ବଙ୍ଗୀୟ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏହି ସମୟରେ ଅନ୍ୟ କିଛି ପର୍ଯ୍ୟଟକଙ୍କ ହସ୍ତକ୍ଷେପ କରିବାରୁ ବଙ୍ଗୀୟ ପର୍ଯ୍ୟଟକ ଅସାମାଜିକଙ୍କ କବଳରୁ ରକ୍ଷା ପାଇଥିଲେ। ଏନେଇ ବଙ୍ଗୀୟ ପର୍ଯ୍ୟଟକମାନେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏହି ଘଟଣା ବେଳର ଭିଡିଓ ଏବେ ଭାଇରାଲ୍ ହେଉଛି। ପୁଲିସ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ତାହେଲେ ଅସାମାଜିକଙ୍କ ଦୌରାତ୍ମ୍ୟ ବଢିବ ଏବଂ ପର୍ଯ୍ୟଟକମାନେ ଓଡ଼ିଶାରୁ ତିକ୍ତ ଅନୁଭୂତି ନେଇ ଫେରିବେ ବୋଲି ମତ ପ୍ରକାଶ ପାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.