ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ୱାକଫ୍ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ଉତ୍ତେଜନା : ମୁର୍ଶିଦାବାଦରେ ସଡ଼କରେ ପୋଡ଼ାଜଳା , ମମତାଙ୍କୁ ଦାୟୀ କଲା ବିଜେପି

Published By : Prameya | April 8, 2025 9:45 PM

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଲାଗୁ ହୋଇଥିବା ୱାକଫ୍ ଆଇନ ବିରୋଧରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବିକ୍ଷୋଭ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି। ପ୍ରଦର୍ଶନକାରୀମାନେ ଏକ ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସଂଘର୍ଷର ଭିଡିଓ ପୋଷ୍ଟ କରି , ଏପରି ଅଶାନ୍ତ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ "ମୁସଲିମ ତୁଷ୍ଟୀକରଣ" ରାଜନୀତିକୁ ଦାୟୀ କରିଛନ୍ତି। ହେଲେ , ଟାଇମ୍ସ ଅଫ୍ ଇଣ୍ଡିଆ ( TOI)  ବିଜେପି ନେତାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓ ଗୁଡ଼ିକର ସତ୍ୟତା ସ୍ୱାଧୀନ ଭାବେ ଯାଞ୍ଚ କରିପାରି ନାହିଁ।

ପିଟିଆଇର ରିପୋର୍ଟ ମୁତାବିକ , ବିରୋଧ ପ୍ରଦର୍ଶନକାରୀମାନେ ପୋଲିସ ଗାଡ଼ି ଗୁଡ଼ିକରେ ଭଙ୍ଗାରୁଜା କରିଛନ୍ତି ଏବଂ ସେଗୁଡିକରେ ନିଆଁ ଲଗେଇ ଦେବା ସହ ପଥର ମାଡ଼ ମଧ୍ୟ କରିଛନ୍ତି। ସେପଟେ ସ୍ଥିତିକୁ କାବୁରେ ରଖିବା ପାଇଁ ପୋଲିସ୍ ଲାଠିଚାର୍ଜ ଓ ଲୁହ ବୁହା ଗ୍ୟାସର ପ୍ରୟୋଗ କରିଛି। ଏହି ସଂଘର୍ଷରେ ଅନେକ ଲୋକ ଆହତ ହୋଇଛନ୍ତି , ଯେଉଁଥିରେ କିଛି ପୋଲିସ କର୍ମୀ ମଧ୍ୟ ସାମିଲ ଅଛନ୍ତି। 

କୁହାଯାଉଛି ଯେ , ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ୱାକଫ ସଂଶୋଧନ ଆଇନକୁ ଫେରେଇ ନେବାର ଦାବି କରି ଜଙ୍ଗିପୁର ପିଡବ୍ଲ୍ୟୁଡି ମୈଦାନରୁ ବିରୋଧ ରାଲି ବାହାରି ଥିଲା। ଯେବେ ଏହି ଭିଡ଼ ଉମରପୁର ଦିଗକୁ ବଢିଲା , ସେତେବେଳେ ପୁଲିସ ତାଙ୍କୁ ରୋକି ଥିଲା। ପୋଲିସର ଏହି କାର୍ଯ୍ୟାନୁଷ୍ଠାନର ବିରୋଧରେ ଭିଡ଼ ଉଗ୍ର ରୂପ ଧାରଣ କରିଥିଲା ଏବଂ ଦେଖୁ ଦେଖୁ ମାହଲୋ ହିଂସାତ୍ମକ ହୋଇଗଲା।

ସୂଚନା ଅନୁସାରେ, ହିଂସାକାଣ୍ଡ ଏତିକିରେ ରୋକି ନଥିଲା। ବିରୋଧ ପ୍ରଦର୍ଶନକାରୀମାନେ କେବଳ ପୋଲିସ ଉପରେ ହମଲା କରି ନଥିଲେ , ବରଂ ବନିଆପୁର ଓ ଉମରପୁର ଅଞ୍ଚଳରେ ଅନେକ ଘର ଓ ଦୋକାନରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ହିଂସା ଏତେ ଅଧିକ ବଢିଗଲା ଯେ, ପୋଲିସକୁ ପାଖାପାଖି ଅଧ ଘଣ୍ଟା ଯାଏ ସଂପୃକ୍ତ ଅଞ୍ଚଳରୁ ପଛକୁ ହଟିବାକୁ ପଡ଼ିଥିଲା। ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଅତିରିକ୍ତ ସୁରକ୍ଷା ବଳକୁ ମୁତୟନ କରାଯାଇଛି ଏବଂ ସେହି ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.