ମୁମ୍ୱାଇ – ଗତ କିଛି ଦିନ ହେବ ଅଯୋଧ୍ୟା ରାମ ମନ୍ଦିରରରେ (ଅଭିଯୋଗ ଆଧାରରେ) ଚୋରି ମାମଲା ଖୁବ୍ ଚର୍ଚ୍ଚାରେ ରହିଛି। ଚାରିଆଡ଼େ ରାମ ମନ୍ଦିରର ଦାନ ଅର୍ଥ ଚୋରିକୁ ନେଇ ଚର୍ଚ୍ଚାରେ ହେଉଛି। ଏହି ମାମଲାକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ବଲିଉଡ୍ ଗାୟିକା ଅନୁରାଧା ପୌଡୱାଲ ମଧ୍ୟ ଏହି ଉପରେ ଟିପ୍ପଣୀ କରି ଥିଲେ। ସେ କହିଥିଲେ ଯେ, ଏହା କୌଣସି ଉତ୍ତେଜନା ଠାରୁ କମ୍ ନୁହେଁ। ଏଥିଯୋଗୁଁ ଅନୁରାଧା ପୌଡୱାଲ ନିଜର ଏହି ଟିପ୍ପଣୀକୁ ନେଇ ଖୁବ୍ ବିବାଦ ଘେରରେ। ଏବେ ଭଜନ ସାମ୍ରାଜ୍ଞୀ ଅନୁରାଧା ଇନଷ୍ଟାଗ୍ରାମରେ ଏକ ଲମ୍ୱା ଚଉଡା ନୋଟ୍ ସେୟାର କରି ନିଜର କଥା ଦର୍ଶାଇଛନ୍ତି।
ଉଲ୍ଲେଖନୀୟ ଯେ, ଅନୁରାଧା ପୌଡୱାଲ ସମ୍ପ୍ରତି ଶୁଭଙ୍କର ମିଶ୍ରାଙ୍କ ପୋଡକାଷ୍ଟରେ ରାମ ମନ୍ଦିରରେ ଦାନ ଅର୍ଥର ହେରଫେର ଓ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନିଜର ପ୍ରତିକ୍ରିୟା ଦେଇ ଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ତୁମ୍ଭି ତୋଫାନ ଆରମ୍ଭ ହୋଇ ଥିଲା। ଏହି ସ୍ଥିତିରେ ଏବେ ଅନୁରାଧା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ନିଜର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ନିଜର ପୋଷ୍ଟର ଆରମ୍ଭରେ ଲେଖି ଥିଲେ – ମୋର ପରିବାର , ବନ୍ଧୁମାନେ ଓ ଶୁଭଚିନ୍ତକଙ୍କୁ ନମସ୍କାର। ଗତ କିଛି ବର୍ଷ ହେବ ମୋତେ ଯେଉଁ ଭଲ ପାଇବା , ସମ୍ମାନ ଓ ସମର୍ଥନ ମିଳିଛି, ଏଥିପାଇଁ ମୁଁ ବହୁତ କୃତଜ୍ଞ। ଏକ ପବ୍ଲିକ୍ ଫିଗର ଭାବେ , ଲୋକଙ୍କ ମୋ ଉପରେ ଭରସା ଓ ନିଜ କାର୍ଯ୍ୟ ମାଧ୍ୟମରେ ସାର୍ଥକ ଯୋଗଦାନ ଦେବାର ସୁଯୋଗର ଗୁରୁତ୍ୱକୁ ବୁଝୁଛି। ଏହି କାମ କାରଣରୁ ମୋ କଥାକୁ ଶୁଣିବା ସହ ପ୍ରଶଂସା କରାଯାଏ। ମୋର ବିଶ୍ୱାସ ଯେ, ଶିକ୍ଷା ହିଁ ବ୍ୟକ୍ତି ଓ ଦେଶ , ଉଭୟର ପ୍ରଗତି ଓ ସମୃଦ୍ଧିର ଭିତ୍ତିଭୂମି ଏବଂ ମୁଁ ସର୍ବଦା ଏହି କଥା ଉପରେ ସ୍ଥିର ରହିବି।
ଅନୁରାଧା ଆହୁରି ଲେଖିଛନ୍ତି , ମୁଁ ଏହି ରିପୋର୍ଟ ଗୁଡ଼ିକ ଉପରେ ମୋର ଗଭୀର ଚିନ୍ତା ବ୍ୟକ୍ତ କରିଥିଲି, ଯେଉଁଥିରେ କୁହାଯାଇ ଥିଲା ଯେ, ୯୪,୦୦୦ରୁ ଅଧିକ ସ୍କୁଲ ବନ୍ଦ ହୋଇ ଯାଇଛି- ଅର୍ଥାତ୍ ପ୍ରତି ଦିନ ହାରାହାରି ୨୪ଟି ସ୍କୁଲ। ଏହି କଥା ଖୁବ୍ ଆଶ୍ଚର୍ଯ୍ୟକର ଓ ଚିନ୍ତାଜନକ ମୁଁ ଶ୍ରୀ ରାମ ଲଲାଙ୍କ ମନ୍ଦିରରେ ହୋଇଥିବା ଚୋରି ଘଟଣାରେ ମୋର ଦୁଃଖ ପ୍ରକାଶ କରି ଥିଲି। ଏହି ସବୁ ଘଟଣା ମୋତେ ବହୁତ ଦୁଃଖିତ କରିଛି। ପ୍ରତି ଭାରତୀୟ ନାଗରିକଙ୍କ ପରି , ମୋତେ ମଧ୍ୟ ନିଜ ଦେଶକୁ ନେଇ ଗର୍ବିତ ଏବଂ ଏହାର ଭବିଷ୍ୟତକୁ ନେଇ ଖୁବ୍ ଆଶାବାଦୀ। କୌଣସି ଦେଶର ସବୁଠୁ ବଡ଼ ସମ୍ପତ୍ତି ତାହା ନୁହେଁ , ଯାହା ଆଜି ତା ପାଖରେ ଅଛି , ବରଂ ତାହା ଯାହାକି ସେ ଆଗାମୀ ଭବିଷ୍ୟତ ପାଇଁ ନିଜର ପିଲାଙ୍କୁ ଶିଖାଉଛି। ଆମର ସ୍କୁଲ ହିଁ ସେହି ଭିତ୍ତିଭୂମି , ଯାହା ଉପରେ ଭାରତର ଭବିଷ୍ୟତ ତିଷ୍ଠି ରହିଛି ଏବଂ ତାହା ମଜବୁତ ହେବା ଉଚିତ୍, ଦୁର୍ବଳ ନୁହେଁ। ମୋ କଥା ସଂପୂର୍ଣ୍ଣ ଶିକ୍ଷା ଓ ଆମ ଦେଶର ଭବିଷ୍ୟତର ଚିନ୍ତାକୁ ନେଇ କହିଥିଲି।
ଆହୁରି ମଧ୍ୟ ପଢନ୍ତୁ - Priyanka Chopra : ପ୍ରିୟଙ୍କାଙ୍କ ସହ କେମିତି ହୋଇଥିଲା ପ୍ରେମ , ଦଶ ବର୍ଷ ପରେ କହିଲେ ସ୍ବାମୀ ନିକ୍ ଜୋନସ୍ ..
ଗାୟିକା ଆହୁରି ଲେଖିଛନ୍ତି, ମୁଁ ନିଜ ଦେଶ ଓ ଏହାର ନେତୃତ୍ୱଙ୍କର ବହୁତ ସମ୍ମାନ କରୁଛି। ଭାରତ ସର୍ବଦା ଏକ ଜୀବନ୍ତ ଗଣତନ୍ତ୍ର ଭାବେ ରହିଛି। ମୋର ପୂରା ବିଶ୍ୱାସ ଯେ, ପ୍ରତି ନାଗରିକଙ୍କୁ ସମ୍ମାନ ପୂର୍ବକ ନିଜ କଥା ରଖିବାର ଅଧିକାର ଅଛି।
ଅନୁରାଧାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି। ଏହା ଉପରେ କମେଣ୍ଟ କରି ୟୁଜରମାନେ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି।