ନୂଆଦିଲ୍ଲୀ,୧୧/୦୧:  ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ  ବିରାଟ କୋହଲି ପତ୍ନୀ ଅନୁଷ୍କା ଓ ଦୁଇ ପିଲାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି । ଉଭୟ ମହାରାଜଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛନ୍ତି ।  ୨୦୨୩ରେ ବି ସେମାନେ ତାଙ୍କୁ ଭେଟିଥିଲେ । ମହାରାଜ କୋହଲିଙ୍କର ପ୍ରଶଂସା କରିଛନ୍ତି ।  

ସେ କହିଛନ୍ତି, ‘କୋହଲି କ୍ରିକେଟ୍‌ ଖେଳୁଛନ୍ତି, ତାହା ହେଉଛି ତାଙ୍କର ସାଧନା । ସାରା ଦେଶ ତାଙ୍କ ଖେଳ ଦେଖୁଛି ଏବଂ ସେ ଜିତିଲେ ଖୁସି ହେଉଛି ।’ ଦୀର୍ଘ ମାସ ହେଲା  କୋହଲି ଭଲ ଫର୍ମରେ ନାହାନ୍ତି ।  ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ପ୍ରଦର୍ଶନ ଅତି  ଖରାପ ରହିଥିଲା । ଫଳରେ ଦଳ ବର୍ଡର-ଗାଭାସ୍କର ଟ୍ରଫି ହାତଛଡ଼ା ।