ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆପଲ ଓ ମେଟା ଉପରେ ୟୁରୋପିଆନ୍ ୟୁନିୟନ ଲଗାଇଲା ୬୮୨୩ କୋଟି ଟଙ୍କାର ଫାଇନ୍, ଜାଣନ୍ତୁ କ’ଣ ରହିଛି କାରଣ ?

Published By : Harapriya Biswal | April 23, 2025 7:28 PM

ନୂଆଦିଲ୍ଲୀ,୨୩।୪: ଆପଲ ଓ ମେଟା ଉପରେ ବଡ଼ ଧରଣର ଜରିମାନା ଲଗାଇଲା ୟୁରୋପିଆନ୍ ୟୁନିୟନ।  ଦୁଇ କମ୍ପାନୀ ଉପରେ  ୭୦ କୋଟି ୟୁରୋ(ପ୍ରାୟ ୬୮୨୩ କୋଟି ଟଙ୍କା)ର ଫାଇନ୍ ଲଗାଯାଇଛି। ଆପଲ ଉପରେ ୫୦ କୋଟି ୟୁରୋ (ପ୍ରାୟ ୪୮୭୪.୨୫ କୋଟି ଟଙ୍କା) ଓ ମେଟା ଉପରେ ୨୦ କୋଟି ୟୁରୋ (ପ୍ରାୟ ୧୯୪୯.୭୦ କୋଟି ଟଙ୍କା) ଫାଇନ୍ ଦେବାକୁ ପଡିବ। ଏହି ଜରିମାନା ୟୁରୋପିଆନ୍ ୟୁନିୟନ୍ ଆଣ୍ଟି ଟ୍ରଷ୍ଟି ରେଗୁଲେଟର ପକ୍ଷରୁ ଲଗାଯାଇଛି।

ବଡ଼ ଟେକ୍ କମ୍ପାନୀ ଉପରେ ୟୁରୋପିଆନ୍ ୟୁନିୟନ୍‌ର ଫାଇନ୍ ପରେ ଆମେରିକା ଓ ୟୁରୋପର ସମ୍ପର୍କ ପ୍ରଭାବିତ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ପୂର୍ବରୁ ହିଁ ଆମେରିକା କମ୍ପାନୀ ବିରୋଧରେ ଫାଇନ୍ ଲଗାଇଥିବା ଦେଶ ଉପରେ ଟାରିଫ୍ ଲଗାଇବାର ଧମକ ଦେଇଥିଲେ।

ଏହି ଫାଇନ୍ ଡିଜିଟାଲ ମାର୍କେଟ ଆକ୍ଟ ଅନୁସାରେ ଲଗାଯାଇଥିଲା। ଏହି ଆଇନ ମାର୍କେଟରେ ଥିବା ବହୁ ବଡ଼ କମ୍ପାନୀ ଭିତ‌ରେ ଛୋଟ ପ୍ଲେୟାର୍ସଙ୍କ ଏଣ୍ଟ୍ରିକୁ ସୁନିଶ୍ଚିତ କରିଥାଏ। ଏହି ମାମଲାରେ ଆପଲ କହିଛି ଯେ, ଇୟୁର ଫାଇନ୍‌କୁ ଚ୍ୟାଲେଞ୍ଜ ଦେବ। ଆପଲ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ଆଜିର ନିଷ୍ପତ୍ତି ୟୁରୋପିୟ କମିଶନ୍‌ଙ୍କ ପକ୍ଷରୁ ଆପଲକୁ ଭୁଲ ଭାବରେ ଟାର୍ଗେଟ କରାଯିବାର ଏକ ଉଦାହରଣ । ଏହା ଏକ ଏଭଳି ସିରିଜର ଅଂଶ, ଯାହାକି ଆମର ୟୁଜର୍ସଙ୍କ ପ୍ରାଇଭେସୀ ଓ ସିକ୍ୟୁରିଟି ପାଇଁ କ୍ଷତିକାରକ, ଆମର ପ୍ରଡକ୍ଟ ପାଇଁ ଖରାପ ଓ ଆମକୁ ନିଜର ଟେକ୍ନୋଲୋଜି ଫ୍ରି’ରେ ଦେବା ପାଇଁ  ବାଧ୍ୟ କରିଥାଏ। ମେଟା ୟୁରୋପିଆନ୍ ୟୁନିୟନର ନିଷ୍ପତ୍ତିକୁ ସମାଲୋଚନା କରିଛି। କମ୍ପାନୀ ପକ୍ଷରୁ ଜାରି ବୟାନରେ କୁହାଯାଇଛି ୟୁରୋପିଆନ୍ କମିଶନ୍‌ ସଫଳ ଆମେରିକା ବିଜନେସ୍‌କୁ ବିକଳାଙ୍ଗ କରିବାର ଚେଷ୍ଟା କରୁଛନ୍ତି। ସେଭଳି ଚୀନ୍ ଓ ୟୁରୋପୀୟ କମ୍ପାନୀକୁ ଅଲଗା ଷ୍ଟାଣ୍ଡାର୍ଡ ଅନୁସାରେ କାମ କରିବାକୁ ଦିଆଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.