ଭୁବନେଶ୍ଵର : ସନଡେ ହୋ ୟା ମନଡେ, ରୋଜ୍ ଖାଓ ଅଣ୍ଡେ। ଅଣ୍ଡା ଖାଇବାକୁ କାହାକୁ ବା ପସନ୍ଦ ନୁହେଁ। ଉତ୍ତମ ସ୍ଵାସ୍ଥ୍ୟ ପାଇଁ ପ୍ରାୟ ସମସ୍ତେ ଅଣ୍ଡା ଖାଆନ୍ତି। ଏଥିରେ ୬ ଗ୍ରାମର ପ୍ରୋଟିନ ଥାଏ। ଅଣ୍ଡାରେ ଅଧା ପ୍ରୋଟିନ ତ କେଶରରେ ଥାଏ। ତେବେ ଅଣ୍ଡା ଭିତରୁ ବାହାରୁଥିବା ଏହି କେଶର ବିଭିନ୍ନ ରଙ୍ଗର ଦେଖିବାକୁ ମିଳେ। କେତେବେଳେ ଫିକା ହଳଦିଆ ତ କେତେବେଳେ ଗୋଲ୍ଡେନ ଆଉ କେତେବେଳେ ନାରଙ୍ଗୀ ରଙ୍ଗର କେଶର ବାହାରେ। ତେବେ ଆପଣ ଜାଣିଛନ୍ତି କି କେଉଁ ରଙ୍ଗର କେଶର ସବୁଠୁ ଅଧିକ ଶକ୍ତିଶାଳୀ ?
ବିଜ୍ଞାନ ଅନୁଯାୟୀ, କେଶର ରଙ୍ଗ ଫିକା ହଳଦିଆ, ଗୋଲ୍ଡେନ କିମ୍ଵା ନାରଙ୍ଗୀ ରଙ୍ଗର ହୋଇପାରେ। ଏହା କୁକୁଡାର ଡାଇଟ୍ ଉପରେ ନିର୍ଭର କରେ। କୁକୁଡା ଖୋଲା ପଡିଆରେ ବୁଲି ଘାସ, କୀଟ-ପତଙ୍ଗ କିମ୍ବା ମକା ଖାଇଲେ କେଶର ରଙ୍ଗ ନାରଙ୍ଗୀ ହୋଇଥାଏ। ଏଥିରୁ ଜଣାପଡ଼େ ଯେ କୁକୁଡାର ଖାଦ୍ୟପେୟ ପ୍ରାକୃତିକ ଏବଂ ପୋଷକ ତତ୍ତ୍ଵରେ ଭରପୁର। ସେହିପରି ପଞ୍ଜୁରୀରେ ବନ୍ଦୀ ହୋଇ ରହୁଥିବା କୁକୁଡାଙ୍କୁ କେବଳ ଦାନା ଦିଆଯାଏ। ତେଣୁ କେଶର ରଙ୍ଗ ଫିକା ହଳଦିଆ ହୋଇଥାଏ। ରିସର୍ଚ୍ଚ ଅନୁଯାୟୀ, ଗାଢ଼ କେଶରରେ ଅଧିକ କ୍ୟାରୋଟିନଏଡ୍ ଥାଇପାରେ, କିନ୍ତୁ ଏହା ପୁଷ୍ଟିସାରରେ ବିଶେଷ ପାର୍ଥକ୍ୟ ଆଣେ ନାହିଁ।
ପୋଷଣ ଦୃଷ୍ଟିରୁ ଗାଢ ନାରଙ୍ଗୀ ରଙ୍ଗର କେଶରରେ ଭିଟାମିନ୍-A, ଭିଟାମିନ୍-E ଏବଂ ଓମେଗା-3 ଏସିଡ୍ର ମାତ୍ରା ଅଧିକ ଥିବାର ସମ୍ଭାବନା ରହିଛି। ଗାଢ଼ କେଶରରେ ଲ୍ୟୁଟିନ୍ ଏବଂ ଜିଆକ୍ସାନ୍ଥିନ ଭଳି ଅଧିକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଦୃଷ୍ଟିଶକ୍ତି ପାଇଁ ଭଲ। ତେବେ ପ୍ରୋଟିନ୍ ଏବଂ ଫ୍ୟାଟ୍ ସବୁ ଅଣ୍ଡାରେ ସମାନ ପରିମାଣର ଥାଏ। ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ପାଇଁ ନାରଙ୍ଗୀ ରଙ୍ଗର କେଶର ଭଲ। ଏକ୍ସପର୍ଟସଙ୍କ ଅନୁଯାୟୀ, ନାରଙ୍ଗୀ ରଙ୍ଗର ଅଣ୍ଡା ଅଧିକ ଲାଭଦାୟକ। ଏହି ଅଣ୍ଡାର ସ୍ଵାଦ ଭଲ। ତେଣୁ ଯଦି ଆପଣ ଆପଣଙ୍କ ଡାଇଟ୍ ରେ ଗାଢ଼ ରଙ୍ଗର କେଶର ବାଛିବା ଉଚିତ୍।.
ଏହି ଖବରଟିକୁ ପଢନ୍ତୁ- ତରଭୁଜ ସହ ଭୁଲ୍ରେ ବି ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ; ଫାଇଦା ବଦଳରେ ହୋଇପାରେ ବଡ଼ କ୍ଷତି !