ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନିଜ ବିଶ୍ୱ ରେକର୍ଡ ଭାଙ୍ଗିଲେ ସ୍ୱିଡେନର ମୋଣ୍ଡୋ ଡୁପ୍ଲାଣ୍ଟିସ୍‌

Published By : Prameya | March 2, 2025 10:45 AM

ପ୍ୟାରିସ୍‌, ୦୨/୦୩: ବିଶ୍ୱ ପ୍ରସିଦ୍ଧ ପୋଲ୍‌ ଭଲ୍ଟର ସ୍ୱିଡେନର ମୋଣ୍ଡୋ ଡୁପ୍ଲାଣ୍ଟିସ୍‌ ନୂଆ ବର୍ଷରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ଫ୍ରାନ୍ସର କ୍ଲେର୍ମୋଣ୍ଟ ଫେରାଣ୍ଡ ଠାରେ ଅନୁଷ୍ଠିତ ଅଲ୍‌ ଷ୍ଟାର୍‌ ପୋଲ ଭଲ୍ଟ ପ୍ରତିଯୋଗିତାରେ  ୬.୨୭ ମିଟର ଉଚ୍ଚ ଜମ୍ପ କରି ନିଜ ଦ୍ୱାରା ସ୍ଥାପିତ ବିଶ୍ୱ ରେକର୍ଡକୁ ଭଙ୍ଗ କରିଥିଲେ । ସେ ଇତି ମଧ୍ୟରେ ୧୨ ଥର ବିଶ୍ୱ ରେକର୍ଡ ଭାଙ୍ଗ କରିବାରେ ସଫଳ ହୋଇଛନ୍ତି । ୨୦୨୦ରୁ ତାଙ୍କ ବିଶ୍ୱ ରେକର୍ଡ ଭଙ୍ଗ ଅଭିଯାନ ଆରମ୍ଭ  ହୋଇଛି । 

ଗତ ଥର ସେ ନିଜ ଦ୍ୱାରା ସ୍ଥାପିତ ବିଶ୍ୱ ରେକର୍ଡକୁ  ୩ଥର ଭାଙ୍ଗିଥିଲେ । ଗତ ପ୍ୟାରିସ ଅଲିମ୍ପିକ୍ସରେ ୬.୨୫  ମିଟର ଉଚ୍ଚ ଜମ୍ପ କରିଥିଲେ। କ୍ଲେର୍ମୋଣ୍ଡ ଫେରାଣ୍ଡରେ  ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ୬.୦୭ ମିଟର ଉଚ୍ଚ ଜମ୍ପ  କରି ସେ ପ୍ରଥମ ସ୍ଥାନ ନିଶ୍ଚିତ କରିସାରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଇମାନୁଏଲ  କାରାଲିସ୍‌ ୬.୦୨ମିଟର ଜମ୍ପ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ପ୍ରଥମ ସ୍ଥାନ ପକ୍କା କରିବା ପରେ ଡୁପ୍ଲାଣ୍ଟିସ୍‌  ନିଜ ରେକର୍ଡ ଭାଙ୍ଗିବା ପାଇଁ ବାର୍‌କୁ ୨୦ ସେଣ୍ଟିମିଟର ଉଚ୍ଚକୁ ନେଇଥିଲେ ଓ ସଫଳତାର ସହ ପାର୍‌ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.