ନୂଆଦିଲ୍ଲୀ,୧୧।୫: ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଭାରତୀୟ ସୈନିକ ନିଜର ପରାକ୍ରମ ଦେଖାଇଥିଲେ। ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ନଷ୍ଟ କରି ଦିଆଯାଇଛି। ୧୦୦ ରୁ ଅଧିକ ଆତଙ୍କୀଙ୍କୁ ମାରିବାରେ ସଫଳ ହୋଇଛି। ଲସ୍କର-ଇ-ତୋଇବା ଓ ଜୈଶ-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଓ ଆଡ୍ଡାକୁ ନଷ୍ଟ କରିଦେଇଥିଲା। ପାକିସ୍ତାନ ବହୁ ଏୟାରବେସ୍କୁ କ୍ଷତି ପହଁଞ୍ଚାଇଛି। ୪ ଦିନ ପର୍ଯ୍ୟନ୍ତ ଚାଲିଥିବା ସଂଘର୍ଷରେ ହଠାତ ଆମେରିକା ରାଷ୍ଟ୍ରପତି ଡୋନାଡ୍ଶେ ଟ୍ରମ୍ପ ଟ୍ବିଟ୍ କରନ୍ତି ଓ ବୟାନ ଦିଅନ୍ତି ଆମର ମଧ୍ୟସ୍ଥତା ଦ୍ବାରା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇଛି। କିଛି ସମୟ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ଏହି ପୁରା ଘଟଣାକ୍ରମରେ ଜମ୍ମୁ-କଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦେଶକ ଏସପି ବୈଦ ନିରାଶ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜଣେ ଭାରତୀୟ ହୋଇଥିବାରୁ ଚାହୁଁଛି ଯେ, ସୈନିକଙ୍କୁ ଆହୁରି ୨ରୁ ୩ ଦିନ ସମୟ ମିଳିବା ଦରକାର ଥିଲା। କାରଣ ପାକିସ୍ତାନର ସ୍ଥିତି ଖରାପ ହୋଇସାରିଥିଲା।
ତେବେ ସେ ସ୍ବୀକାର କହିଛନ୍ତି, ଭାରତର ରାଜନୈତିକ ନେତୃତ୍ବ ନିକଟରେ ଏଭଳି ତଥ୍ୟ ଓ କୁଟନୈତିକ କାରଣ ରହିଥିବା ଯାହାକି ସାଧାରଣ ଲୋକଙ୍କୁ କୁହାଯାଇ ନାହିଁ। ଏଭଳି କୌଣସ ତଥ୍ୟ ରହିଥାଏ ଯାହାକି କେବଳ ନେତୃତ୍ବ ନେଉଥିବା ବ୍ୟକ୍ତି ଜାଣନ୍ତି। ଅନ୍ତର୍ଜାତୀୟ କୁଟନୀତିର କିଛି ବିଶେଷ ପରିସ୍ଥିତି ରହିଥାଏ। ସରକାର ଦେଶହିତକୁ ଧ୍ୟାନରେ ରକି ନିଷ୍ପତ୍ତି ନେଇଛନ୍ତି। ଦେଶ କେବଳ ଅହଂକାରରେ ଚାଲୋନି, ବରଂ ଦୂରଦୃଷ୍ଠିରେ ଚାଲେ।