ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

Pahalgam Attack: କୁଲଗାମ ଅଞ୍ଚଳରେ ସେନା ଓ ଆତଙ୍କୀ ମୁହାଁମୁହିଁ; ଘେରାବନ୍ଦୀରେ ଫସି ରହିଛି ଟିଆରଏଫ କମାଣ୍ଡର

Published By : Bijay Swain | April 23, 2025 8:25 PM

Image courtesy: indiatoday

ନୂଆଦିଲ୍ଲୀ: ଘଟଣାକୁ ଦିନେ ନପୁରୁଣୁ ଭାରତୀୟ ସେନାର ଜାଲରେ ଫସିସାରିଲେଣି ଆତଙ୍କବାଦୀ। ପହଲଗାମ ଆକ୍ରମଣପରେ ବୁଧବାର କୁଲଗାମ ଜିଲ୍ଲାର ତାଙ୍ଗମାର୍ଗ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳିବିନିମୟ ଆରମ୍ଭ ହୋଇଯାଇଛି। ଆତଙ୍କୀ ଆକ୍ରମଣରେ ନିଜକୁ ଦାୟି କରିଥିବା ଆତଙ୍କୀ ସଂଗଠନ ଦ ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)ର ଜଣେ ପ୍ରମୁଖ କମାଣ୍ଡରଙ୍କୁ ଘେରିଛି ଭାରତୀୟ ସେନା। ତେବେ ସୁରକ୍ଷା ବାହିନୀ ଅଞ୍ଚଳଟିକୁ ଘେରାବନ୍ଦୀ କରି ତଲ୍ଲାସୀ ଅଭିଯାନ ଜାରି ରଖିଛି।

ଅନ୍ୟ ଏକ ଘଟଣାରେ, ବୁଧବାର ସକାଳ ସମୟରେ ସୀମାରେ ଅନୁପ୍ରବେଶ କରୁଥିବା ଦୁଇ ଆତଙ୍କୀଙ୍କୁ ମାରି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲା ଭାରତୀୟ ସେନା। କାଶ୍ମୀର ଜିଲ୍ଲାର ବାରମୁଳା ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିଚାଳନା ହୋଇଥିଲା। ଶେଷରେ ସେନାର ସାମ୍ନା କରିପାରିନଥିଲେ ଆତଙ୍କବାଦୀ। ସେନା ଗୁଳିରେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସୁରକ୍ଷା ବଳ ଆତଙ୍କୀଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ପାକିସ୍ତାନୀ ମୁଦ୍ରା ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନ ସମୟରେ ୫ରୁ ୬ଜଣ ଆତଙ୍କବାଦି ବସରନ ମିଆଦୋ ଅଞ୍ଚଳରେ ଥିବା ଏକ ପର୍ଯ୍ୟଟନସ୍ଥଳିରେ ଆଖିବୁଜା ଗୁଳିଚାଳନା କରିଥିଲେ। ପହଲଗାମଠୁ ୫ କିଲୋମିଟର ଦୁରରେ ଥିବା ଏହି ଅଞ୍ଚଳ ଏକ ଦୁର୍ଗମ ଅଞ୍ଚଲ ହୋଇଥିବାରୁ ଏଠାକୁ ପାଦରେ ଚାଲିଚାଲି କିମ୍ନା ଘୋଡା ସହାୟତାରେ ଯିବାକୁ ପଡିଥାଏ। ଏହି ଆକ୍ରମଣ କାଶ୍ମୀର ଅଞ୍ଚଳରେ ହୋଇଥିବା ସମସ୍ତ ଆକ୍ରମଣଠୁ ଅଧିକ ବଡ ଓ ଅଧିକ ଭୟଙ୍କର ଥିଲା ବୋଲି ଜଣାପଡିଛି। 

ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ଥିବା ପାଇନ ଜଙ୍ଗଲରୁ ଆତଙ୍କବାଦିମାନେ ହଠାତ ବାହାରି ଆସିଥିଲେ। ସେଠାରେ ପିକନିକ କରୁଥିବା, ଘୋଡା ଛଢି ବୁଲୁଥିବା ଓ ବିଭିନ୍ନ ଷ୍ଟଲରେ ଖାଦ୍ୟ ଖାଉଥିବା ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଗୁଳିଚାଳନାରେ ମୃତାହାତ ହୋଇଥିବା ଅଧିକାଂଶ ଲୋକ ପର୍ଯ୍ୟଟକ ବୋଲି ଜଣାପଡିଛି। ତେବେ ଏହି ଆକ୍ରମଣରେ ମୃତ୍ୟୁ ଘଟିତିବା ଦୁଇଜଣ ବିଦେଶି ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଯୁଏଇ ଓ ଅନେୟ ଜଣେ ନେପାଳର ନାଗରିକ ଥିଲେ ବୋଲି ଜଣାପଡିଛି। 

ଏହି ଆତଙ୍କୀ ଆକ୍ରମଣ ପରେ ଭାରତୀୟ ସେନା ବାହିନୀ ପକ୍ଷରୁ କାଶ୍ମୀର ଉପତ୍ୟକାରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପହଲଗାମ ଆକ୍ରମଣସ୍ଥଳଠୁ ୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ସେନା, ସିଆରପିଏଫ ଓ ଜାମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ତଲ୍ଲାସୀ ଅଭିଯାନ ଜାରି ରଖିଛନ୍ତି। ସ୍ପେଶାଲ ଫୋର୍ସ, ସ୍ନିଫର ଡଗ୍ ଓ ଗୁଇନ୍ଦା ବିଭାଗ ସହାୟତାରେ ଆକ୍ରମଣକାରୀଙ୍କୁ ଖୋଜା ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.