କଟକ,୧୯/୨ : କଟକରେ ବାଣ ବିସ୍ଫୋରଣ । ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏଥିରେ ମା’ ଓ ଝିଅଙ୍କର ମୃତ୍ୟୁ ଘଟିଥିବାବେଳେ ଶାଶୁ ଗୁରୁତର ଅଛନ୍ତି ।
ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ଘରେ ପରିବାର ଲୋକେ ବାଣ ଭିଡୁଥିଲେ । ଏହି ସମୟରେ ହଠାତ୍ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ ଦୁଇ ଜଣ ମହିଳା ଓ ଜଣେ ୩ବର୍ଷର ଶିଶୁ ଗୁରୁତର ହୋଇଥିଲେ । ପରେ ସେମାନଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ମା’ ଓ ଝିଅଙ୍କର ମୃତ୍ୟୁ ହୋଇଥିବାବେଳେ ଶାଶୁ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏହି ବିସ୍ଫୋରଣରେ ଘର କାନ୍ଥ ଉଡ଼ି ଯାଇଛି । ଏଥିସହ ୨ବଖରା ଘର ଜଳି ଯାଇଛି ।