ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଟି-ଟ୍ବେଣ୍ଟି ଫର୍ମାଟରେ ସର୍ବାଧିକ ୱିକେଟ ଟେକର ଅର୍ଶଦୀପ, ଚହଳଙ୍କୁ ପଛରେ ପକାଇଲେ

Published By : Ankita S | January 23, 2025 7:33 AM

ନୂଆଦିଲ୍ଲୀ,୨୩/୧: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-ଟ୍ବେଣ୍ଟିରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଯୁବ ବାହିନୀ । ବ୍ୟାଟିଂ, ବୋଲିଂ ଫିଲ୍ଡିଂ ଓ ରଣନୀତିରେ ଟିମ୍ ଇଣ୍ଡିଆର ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୭ ୱିକେଟରେ ପ୍ରଥମ ଟି-ଟ୍ବେଣ୍ଟି ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ସୂର୍ଯ୍ୟସେନା । ଏହି ମ୍ୟାଚରେ ରେକର୍ଡ ସ୍ଥାପନ କରିଛନ୍ତି ବାମହାତୀ ବୋଲର ଅର୍ଶଦୀପ ସିଂହ । ୨ଟି ୱିକେଟ ନେଇଥିବା ଦ୍ରୁତ ବୋଲର ଟି-୨୦ ଫର୍ମାଟରେ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ୬୧ଟି ଅନ୍ତର୍ଜାତୀୟ ଟି-୨୦ ଖେଳି ୯୭ ୱିକେଟ ନେଇଛନ୍ତି । ଏହି କ୍ରମରେ ସେ ୟୁଝବେନ୍ଦ୍ର ଚହଳଙ୍କୁ ପଛରେ ପକାଇ ଦେଇଛନ୍ତି ।

କୋଲକାତାର ଇଡେନ ଗାର୍ଡେନ୍ସରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ମ୍ୟାଚରେ ଭାରତ ଭଲ ଆରମ୍ଭ କରିଥିଲା । ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଅର୍ଶଦୀପ ସିଂହ । ପିଲ ସଲ୍ଟଙ୍କୁ ଦୁଇଟି ଡଟ୍ ଖେଳାଇବା ପରେ ଅର୍ଶଦୀପ ତାଙ୍କୁ ପାଭିଲିୟନ ପଠାଇଥିଲେ । ଦ୍ବିତୀୟ ଓଭରରେ ଅନ୍ୟତମ ବୋଲର ବେନ୍ ଡକେଟଙ୍କୁ ଆଉଟ କରିଥିଲେ ଅର୍ଶଦୀପ । ଏହି ୨ ୱିକେଟ ସଫଳତା ସହ ଅର୍ଶଦୀପ ଏକ ରେକର୍ଡ ଭଙ୍ଗିଛନ୍ତି । ଟି-ଟ୍ବେଣ୍ଟି କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିଛନ୍ତି ।


ଏହା ବି ପଢନ୍ତୁ...ପ୍ରଥମ ଟି-୨୦ରେ ଝୁଣ୍ଟିଲା ଇଂଲଣ୍ଡ, ୭ ଓ୍ବିକେଟରେ ଜିତିଲା ଭାରତ

ଇଂଲଣ୍ଡର ଦୁଇ ଓପନର ଫିଲ ସଲ୍ଟ ଓ ବେନ ଡକେଟଙ୍କୁ ଆଉଟ କରିଥିଲେ । ଏହି ଦୁଇ ୱିକେଟ ସହ ତାଙ୍କର ୱିକେଟ ସଂଖ୍ୟା ୯୭ରେ ପହଞ୍ଚିଥିଲା । ପୂର୍ବରୁ ଏହି ରେକର୍ଡ ୟୁଝବେନ୍ଦ୍ର ଚହଳଙ୍କ ନାମରେ ରହିଥିଲା । ସେ ୮୦ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳି ୯୬ଟି ୱିକେଟ ନେଇଥିଲେ । ଅର୍ଶଦୀପ ମାତ୍ର ୬୧ଟି ମ୍ୟାଚ ଖେଳି ଏହି ରେକର୍ଡ ଭାଙ୍ଗିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଭୁବନେଶ୍ବର କୁମାର ୮୭ଟି ମ୍ୟାଚରୁ ୯୦, ଯଶପ୍ରୀତ ବୁମରା ୭୦ଟି ମ୍ୟାଚରୁ ୮୯, ହାର୍ଦ୍ଦିକ ପାଣ୍ଡ୍ୟା ୧୧୦ଟି ମ୍ୟାଚରୁ ୮୯ଟି ୱିକେଟ ଅକ୍ତିଆର କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.