ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଶିମିଳିପାଳ ଅଭୟାରଣ୍ୟରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି 'ଜୀନତ୍', ନାକେଦମ୍‌ ବନବିଭାଗ

Published By : Harapriya Sethi | December 13, 2024 2:28 PM

ବାରିପଦା,୧୩/୧୨: ଝାଡ଼ଖଣ୍ଡରେ 'ଜୀନତ୍' ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ । ବାଘୁଣୀ ଜୀନ୍ନତ୍ ପାଇଁ ଝାଡ଼ଖଣ୍ଡରେ ୧୬୩ ଧାରା ଜାରି ରହିଛି । ବାଘୁଣୀ ଏବେ ଚକୁଳିଆ ଚିଆବାନ୍ଧି ଜଙ୍ଗଲରେ ବିଚରଣ କରୁଛି । ଏହି କାରଣରୁ ଉକ୍ତ ଅଞ୍ଚଳ ଜନଶୂନ୍ୟ କରିବା ପାଇଁ ଡିସେମ୍ୱର ୧୧ତାରିଖରୁ ପୂର୍ବ ସିଂହଭୂମ ଜିଲ୍ଲା ଘାଟଶିଳା ଉପଜିଲ୍ଲାପାଳ ଚିଆବାନ୍ଧି ସମେତ କାଡଶିଙ୍ଗା,ବାଲ୍ରାଷୋଳ ଏବଂ ଧାଡ଼ିକା ଗାଁରେ ବିଏନଏସ୍‌ଏସ୍‌- ୧୬୩ ଧାରା ଲାଗୁ କରିଛନ୍ତି । 

ଆଜିକୁ ୬ ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରି ବୁଲୁଛି ଜୀନତ୍। ଫେରିବାର ନାଁ ନେଉନି। ଏଥିପାଇଁ ନାକେଦମ୍ ହେଲେଣି ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ଟିମ୍। ବାଧୁଣୀ ପାଇଁ ଏକ ମଇଁଷିକୁ ଯୋଜନାବଦ୍ଧ କରି ଶିକାର କରିବା ପାଇଁ ଛଡା ଯାଇଥିଲା । ହେଲେ ମଇଁଷି ଥୋପ ବି କାମ ଦେଲାନି । ଶୁକ୍ରବାର ଭୋର ସମୟରେ ଆସି ମଇଁଷି ଶିକାର କରି ଖାଇଲା ଏବଂ ପରେ ପୁଣି ଝାଡଖଣ୍ଡ ଜଙ୍ଗଲକୁ ଚାଲିଗଲା । ବର୍ତ୍ତମାନ ସୁଦ୍ଧା ବନ ବିଭାଗର ସବୁ ପ୍ରୟାସ ଫେଲ ମାରି ଚାଲିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ, ସେ ନେଇ ଚିନ୍ତାରେ ବିଭାଗ । ଦିନ ବଢିବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ସହିତ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ମଧ୍ୟ ବଢୁଥିବାର ଖବର ରହିଛି । ଯାହା ମଣିଷ ଓ ବାଘୁଣୀ ଉଭୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। 

ତେବେ ଗତ ଦୁଇ ଦିନ ଧରି ଜୀନତ୍ ଚିଆବାନ୍ଧି ନିକଟସ୍ଥ ଜଙ୍ଗଲରେ ବୁଲାବୁଲି କରୁଥିବା କାରଣରୁ ଭୟରେ ସ୍ଥାନୀୟ ଅଞ୍ଚଳରେ ଦୁଇଦିନ ଧରି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଥିବା ଜଣାପଡିଛି । ତେଣୁ ବର୍ତ୍ତମାନ ସମୟରେ ଉକ୍ତ ସ୍ଥାନରୁ ଯଥାଶୀଘ୍ର ବାଘୁଣୀକୁ ଉଦ୍ଧାର କରିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.