ନୂଆଦିଲ୍ଲୀ : ଦୀପାବଳି ପରେ ଦିଲ୍ଲୀ ସମେତ ପୂରା ଏନସିଆରରେ ପ୍ରଦୂଷଣର ସ୍ତର ରେକର୍ଡ ସ୍ତରରେ ପହଞ୍ଚି ଯାଇଛି, ଯେଉଁଥିରେ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ଏହି ମଧ୍ୟରେ ହରିଆଣାର ଗୁରୁଗ୍ରାମ୍‌ରେ ପ୍ରଦୂଷଣ ବୃଦ୍ଧିକୁ ରୋକିବା ପାଇଁ ଆର୍ଟିଫିସିଆଲ ବର୍ଷା କରାଯାଇଛି। ଏହି ବର୍ଷା ସେକ୍ଟର -୮୨ ସ୍ଥିତ ଡିଏଲଏଫ୍ ପ୍ରାଇମସରେ କରାଯାଇଛି। ଆର୍ଟିଫିସିଆଲ ବର୍ଷା କରିବାର ନିଷ୍ପତ୍ତି ସହରର ବାତାବରଣକୁ ସଫା କରିବାର ଲକ୍ଷ୍ୟରେ ନିଆଯାଇଛି। 

ଡିଏଲଏଫ୍‌ ପ୍ରାଇମସ ସେକ୍ଟର-୮୨ ର ଆରଡବ୍ଲୁଏର ଅଧ୍ୟକ୍ଷ  ଅଚଳ ଯାଦବ କୁହନ୍ତି, ଦେଖନ୍ତୁ କଥା ଯଦି ପ୍ରଦୂଷଣର କହିବା ତ ଆମେ ମନ୍ତ୍ରୀ ରାଓ ଦଲବୀରଙ୍କ ବିଚାରରେ ସହମତ ଅଛୁ ଏବଂ ସରକାର ଏକୁଟିଆ ପ୍ରଦୂଷଣକୁ ରୋକି ପାରିବେ ନାହିଁ। ଏଥିରେ ସମସ୍ତଙ୍କର ସହଯୋଗ ଜରୁରି। ଆମେ ନିଜ ସ୍ତରରେ ନିଜ ନିଜର କ୍ଷେତ୍ରରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରିତ କରିବା ପାଇଁ ୩୨ ମହଲା ଉଚ୍ଚ ଟାୱାରର ଫାୟର ଲାଇନ୍‌ରେ କୃତ୍ରିମ୍‌ ବର୍ଷା କରାଉଛୁ।

ସେ ଏହା ମଧ୍ୟ କହିଛନ୍ତି ଯେ , ଯଦି ଗୁରୁଗ୍ରାମ୍‌ରେ ଏକ୍ୟୁଆଇ ବୃଦ୍ଧି ପାଏ ତ , ଆମେ ପ୍ରସ୍ତୁତ ଅଛୁ , ଏହାକୁ ପ୍ରତି ଦିନ ଅପରେଟ୍‌ କରନ୍ତୁ , ଆମେ ପ୍ରଦୂଷଣକୁ ନିୟନ୍ତ୍ରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛୁ। ଆମେ ଏଠାରେ କାର-ପୁଲ୍ ସମେତ ଅନେତ ଜରୁରି ପଦକ୍ଷେପ ମଧ୍ୟ ନେଇଛୁ। 

ଅନ୍ୟପଟେ , ବୁଧବାର ଦିଲ୍ଲୀରେ ଏକ୍ୟୁଆଇର ସ୍ତର ୩୫୨ ଥିଲା ,ଯାହା କି ଖୁବ୍‌ ଖରାପ ଶ୍ରେଣୀରେ ଅନ୍ତର୍ଗତ । ହେଲେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର କହିବାନୁସାରେ, କିଛି ଦିନ ହେବ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ସୁଧାର ହେଉଛି। ଦିଲ୍ଲୀରେ ଏହି ସମୟରେ GRAP-2 ର ପ୍ରତିବନ୍ଧକ ଲାଗୁ ହୋଇଛି। ଯଦି ଏକ୍ୟୁଆଇ ୪୦୦ ଅତିକ୍ରମ କରେ ତ ତାହା ଗୁରୁତର ମନେକରାଯାଏ ଏବଂ ଏଥିପାଇଁ GRAP-3 ର ପ୍ରତିବନ୍ଧକ ଲାଗୁ କରାଯିବ। 

ଡିଜେଲ ଜେନେରେଟର ଚାଲିବାରେ ରୋକ୍‌ । ପ୍ରାଇଭେଟ୍‌ ଗାଡ଼ିର ବ୍ୟବହାରକୁ ହ୍ରାସ କରିବା ପାଇଁ ପାର୍କିଂ ଫିସ୍‌ରେ ବୃଦ୍ଧି। ପ୍ରତିଦିନ ସଡ଼କରେ ମେକାନିକାଲ / ଭାକ୍ୟୁମ ସ୍ୱିପିଂ ଓ ପାଣିର ଛିଞ୍ଚନ । ସିଏନଜି-ଇଲେକ୍ଟ୍ରିକ୍‌ ବସ ଓ ମେଟ୍ରୋର ସର୍ଭିସରେ ବୃଦ୍ଧି। ନ୍ୟାଚୁରାଲ ଗ୍ୟାସ୍‌,ବାୟୋ ଗ୍ୟାସ୍‌ , ଏଲପିଜି ଚାଳିତ ଜେନେରେଟର ଚାଲି ପାରିବ। 800kwa ରୁ ଅଧିକ କ୍ଷମତା ଯୁକ୍ତ ଜେନେରେଟର ସେତେବେଳେ ଚାଲି ପାରିବ , ଯେବେ ସେ ରେଟ୍ରୋଫିଟିଂ କରିବେ।