ଚନ୍ଦାହାଣ୍ଡି,୧୦।୪ : ନବରଙ୍ଗପୁର ଜିଲ୍ଲା   ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ ଓଡିଆ ପକ୍ଷ ଦିବସ ପାଳନ ହୋଇଯାଇଛି। ବିଡିଓ ମନୋଜ କୁମାର ମେହେରଙ୍କ ତତ୍ତ୍ବାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। କଳା ମାଧ୍ୟମରେ ଓଡ଼ିଆ ଭାଷାର ବିକଶିତ କରିବା ସହ ବିଭିନ୍ନ ପୁରାତନ ଲୋକ କଳାକୁ  ଆଗେଇ ନେବା ନିମନ୍ତେ  ବିଡିଓ ଉପସ୍ଥିତ କଳାକାରମାନଙ୍କୁ  ଆହ୍ୱାନ ଦେଇଥିଲେ l  

 କଳା ଏବଂ କଳାକାରଙ୍କ ବିକାଶ ନିମନ୍ତେ ଚନ୍ଦାହାଣ୍ଡି ବ୍ଲକରେ ଏକ  ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି   ବିଡିଓ କଳାକାରମାନଙ୍କୁ  ସୂଚନା ଦେଇଥିଲେ l ଏହି ଅବସରରେ ବରିଷ୍ଠ ନାଟକ ଲେଖକ ବୈକୁଣ୍ଠ ଝାକର,ବରିଷ୍ଠ  ନାଟକ କଳାକାର   ବଳରାମ କଟା, ଘୁମୁରା କଳାକାର ଷଷ୍ଠୀ ଗୋପାଳ, ଲଛ ପୂଜାରୀ କଳାକାର ସଂଘ ଉପସଭାପତି ଭୀମ ଡ଼ଙ୍ଗରୀ,   ମଧୁସୂଦନ ନାଗେଶ, ଲଛୀନ ବାଗ, ଟଙ୍କ ଜଗତ  ପ୍ରମୁଖ କଳାକାର ମାନଙ୍କୁ ବିଡିଓ ମନୋଜ କୁମାର ମେହେର  ଉତ୍ତରୀୟ   ପ୍ରଦାନ କରି ସମ୍ମାନୀତ କରିଥିଲେ l 

୨୦୨୪ ଜିଲ୍ଲା ମଣ୍ଡେଇ ଉତ୍ସବରେ ପଦର୍ଶନ କରିଥିବା ବିଭିନ୍ନ  ଲୋକ କଳା  ଦଳକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ବ୍ଲକ ସିପି ସତ୍ୟ ଦଣ୍ଡସେନା ପରିଚାଳନା କରିଥିବା ବେଳେ ବ୍ଲକ କଳାକାର ସଂଘ ଉପ ସଭାପତି ଭୀମ ଡଙ୍ଗରୀ ସହଯୋଗ କରିଥିଲେ l ଏହି ଅବସରରେ ଲୋକପ୍ରିୟ ସାରଙ୍ଗି କଳାକାର ନାଧବ ପଣ୍ଡା, ହରିଚନ୍ଦ୍ର ସୋନି, ପୁରୁଷୋତ୍ତମ ସାହୁ ଏବଂ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।