ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଓଡିଆ ପକ୍ଷ ଦିବସ ପାଳନ ଅବସରରେ କଳାକାର ସମ୍ବର୍ଦ୍ଧିତ

Published By : Prameya | April 10, 2025 9:17 PM

ଚନ୍ଦାହାଣ୍ଡି,୧୦।୪ : ନବରଙ୍ଗପୁର ଜିଲ୍ଲା   ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ ଓଡିଆ ପକ୍ଷ ଦିବସ ପାଳନ ହୋଇଯାଇଛି। ବିଡିଓ ମନୋଜ କୁମାର ମେହେରଙ୍କ ତତ୍ତ୍ବାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। କଳା ମାଧ୍ୟମରେ ଓଡ଼ିଆ ଭାଷାର ବିକଶିତ କରିବା ସହ ବିଭିନ୍ନ ପୁରାତନ ଲୋକ କଳାକୁ  ଆଗେଇ ନେବା ନିମନ୍ତେ  ବିଡିଓ ଉପସ୍ଥିତ କଳାକାରମାନଙ୍କୁ  ଆହ୍ୱାନ ଦେଇଥିଲେ l  

 କଳା ଏବଂ କଳାକାରଙ୍କ ବିକାଶ ନିମନ୍ତେ ଚନ୍ଦାହାଣ୍ଡି ବ୍ଲକରେ ଏକ  ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି   ବିଡିଓ କଳାକାରମାନଙ୍କୁ  ସୂଚନା ଦେଇଥିଲେ l ଏହି ଅବସରରେ ବରିଷ୍ଠ ନାଟକ ଲେଖକ ବୈକୁଣ୍ଠ ଝାକର,ବରିଷ୍ଠ  ନାଟକ କଳାକାର   ବଳରାମ କଟା, ଘୁମୁରା କଳାକାର ଷଷ୍ଠୀ ଗୋପାଳ, ଲଛ ପୂଜାରୀ କଳାକାର ସଂଘ ଉପସଭାପତି ଭୀମ ଡ଼ଙ୍ଗରୀ,   ମଧୁସୂଦନ ନାଗେଶ, ଲଛୀନ ବାଗ, ଟଙ୍କ ଜଗତ  ପ୍ରମୁଖ କଳାକାର ମାନଙ୍କୁ ବିଡିଓ ମନୋଜ କୁମାର ମେହେର  ଉତ୍ତରୀୟ   ପ୍ରଦାନ କରି ସମ୍ମାନୀତ କରିଥିଲେ l 

୨୦୨୪ ଜିଲ୍ଲା ମଣ୍ଡେଇ ଉତ୍ସବରେ ପଦର୍ଶନ କରିଥିବା ବିଭିନ୍ନ  ଲୋକ କଳା  ଦଳକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ବ୍ଲକ ସିପି ସତ୍ୟ ଦଣ୍ଡସେନା ପରିଚାଳନା କରିଥିବା ବେଳେ ବ୍ଲକ କଳାକାର ସଂଘ ଉପ ସଭାପତି ଭୀମ ଡଙ୍ଗରୀ ସହଯୋଗ କରିଥିଲେ l ଏହି ଅବସରରେ ଲୋକପ୍ରିୟ ସାରଙ୍ଗି କଳାକାର ନାଧବ ପଣ୍ଡା, ହରିଚନ୍ଦ୍ର ସୋନି, ପୁରୁଷୋତ୍ତମ ସାହୁ ଏବଂ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.