ଭୁବନେଶ୍ବର,୨୦।୪ : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଛେପାପାଲି ଠାରେ ଓଡିଶାର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଅରୁନ୍ଧତୀ ବାନ୍ଧକଳା କେନ୍ଦ୍ରର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଉପ ମୁଖ୍ୟମନ୍ତ୍ରୀ   କନକବର୍ଦ୍ଧନ ସିଂ ଦେଓ, ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତ କୁମାରୀ ସିଂଦେଓ ,  ଜିଲ୍ଲାପାଳ ଅନନ୍ୟା ଦାସ ଓ ଅରୁନ୍ଧତୀ ଗ୍ରୁପର ଫାଉଣ୍ଡର ବ୍ରହ୍ମାନନ୍ଦ ମେହେର ଯୋଗଦେଇ ଥିଲେ । 

ସୁବର୍ଣ୍ଣପୁର ହେଉଛି ଏକ ପୁରାତନ ହସ୍ତତନ୍ତର ଏନ୍ତୁଡ଼ିଶାଳ।  ଏହି ଜିଲ୍ଲା ପାମ୍ପରିକ ହସ୍ତଶିଳ୍ପ ପକ୍ରିୟା ନିମନ୍ତେ ପ୍ରସିଦ୍ଧ । ଅତ୍ୟାଧୁନିକ ଯୁଗରେ ବି ପୁରାତନ ଯୁଗରୁ ଅତିବାହିତ ହୋଇ ଆସୁଥ‌ିବା କଳା, ସାହିତ୍ୟ, ସଂସ୍କୃତି ଓ ନିକ୍ଷୁଣ କାରିଗରୀ କୌଶଳ ଅଭ୍ୟାସକୁ ପରିକ୍ଷଣ କରିବା ଏବଂ ପୁରାତନ ପାରମ୍ପରିକ ହସ୍ତଶିଳ୍ପ ପକ୍ରିୟାରେ ସ୍ଥିରତା ଆଣିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଅତିଥିମାନେ କହିଥିଲେ । 

ଏହି ପରମ୍ପରା କେବଳ ନୂତନ ଯୁଗର ଯୁବ ପିଢିମାନଙ୍କ ଦୃଷ୍ଟି ଆଗକୁ ଆସିବାକୁ ଉତ୍ସାହିତ କରିବ ତା ନୁହେଁ ବରଂ ନିକ୍ଷୁଣ କାରିଗରୀ ସମ୍ପ୍ରଦାୟର ଜୀବିକା ବୃଦ୍ଧି କରିବ । ବୁଣାକାର ମାନଙ୍କର ଅନ୍ତନିର୍ହିତ ଦକ୍ଷତା ଗୁଡିକୁ ପରିବର୍ତ୍ତନ କରିବା ସହିତ ଏହାକୁ ଆଧୁନିକତା ରୂପରେ ବିକାଶ, ଉନ୍ନତ ଗୁଣାତ୍ମକ ଗବେଷଣା, ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ସହିତ ନିକ୍ଷୁଣ କାରିଗରମାନଙ୍କୁ ସ୍ବୀକୃତି ଯୋଗାଇ ହେବ ବୋଲି ଅତିଥି କହିଥିଲେ । 

ଏହି ପ୍ରକଳ୍ପ ୧୦ ଏକର ଜମିରେ ଛେପାପାଲି ନିକଟରେ ହେବାକୁ ଥିବାବେଳେ ୫୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ପାଞ୍ଚ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯାଇ ପାରିବ ବୋଲି କହିଛନ୍ତି ଉଦ୍ୟୋକ୍ତା।