ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦିଲ୍ଲୀରେ ଆପ୍‌ର ଭୋଟ୍‌ ଉପରେ ଭାଗ ବସାଉଛି କଂଗ୍ରେସ: କେଜ୍ରିଓ୍ବାଲ

Published By : Tapas Panda | January 30, 2025 9:03 PM

Image Courtesy: indiatvnews

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଭୋଟ୍‌ ଶେୟାର କଂଗ୍ରେସ ଖାଇଯାଉଛି ବୋଲି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦାବି କରିଛନ୍ତି । ଦିଲ୍ଲୀ ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟରେ ଫାଟ୍‌ ସୃଷ୍ଟି ହୋଇଥିବା ବେଳେ ଆପ୍‌ ଏବଂ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଛନ୍ତି । ନିର୍ବାଚନରେ ଭୋଟ୍‌ ପାଇବାକୁ ଦୁଇ ଦଳ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି ।  କଂଗ୍ରେସ କହୁଛି ଆପ୍‌ ଦୁର୍ନୀତି କରିଛି ଏବଂ ଆପ୍‌ ମଧ୍ୟ ସମାନ ଅଭିଯୋଗ ଆଣିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, କେଜ୍ରିଓ୍ବାଲ ମଦ ଦୁର୍ନୀତି କରିଛନ୍ତି । ଗୁରୁବାର କେଜ୍ରିଓ୍ବାଲ ଅଭିଯୋଗ କରିଛନ୍ତି, ଆପ୍‌ର ଭୋଟ୍‌ ଉପରେ ଭାଗ ବସାଉଛି କଂଗ୍ରେସ । 

 କେଜ୍ରିଓ୍ବାଲ କହିଛନ୍ତି, ‘ଆଜି ମୋ ପାଖକୁ କିଛି ଲୋକ ଆସିଥିଲେ । ସେମାନେ କାହାକୁ ଭୋଟ ଦେବେ ବୋଲି ମୁଁ ପଚାରିଲି । ସେମାନେ କହିଲେ କଂଗ୍ରେସକୁ ଭୋଟ ଦେବେ । ମୁଁ ପଚାରିଲି ଦିଲ୍ଲୀରେ କଂଗ୍ରେସର କଣ ଅଛି, କାହିଁକି ହାତରେ ଭୋଟ ଦେବ ? କଂଗ୍ରେସ ସମର୍ଥକମାନେ ଦଳର ବିଜୟ କାମନା କରୁଥିବା ବେଳେ ଦଳୀୟ ନେତା କଂଗ୍ରେସକୁ ହରାଇବା ଲାଗି କାର୍ଯ୍ୟ କରୁଥିବା ସେମାନେ କହିଛନ୍ତି ।’ 

 ଆପ୍‌ ସୁପ୍ରିମୋ କହିଛନ୍ତି, ‘ଆପ୍‌ କେମିତି ହାରିବ ସେନେଇ କଂଗ୍ରେସ ଚାହୁଁଛି ବୋଲି ସେମାନେ କହିଛନ୍ତି । ଏପରିକି କଂଗ୍ରେସ ଆପ୍‌କୁ ମାତ ଦେବାକୁ ବିଜେପି ସହ ମିଶି କାମ କରୁଛି । କଂଗ୍ରେସ ନେତା ବିଜେପି ବିରୋଧରେ କିଛି କହୁନାହାନ୍ତି ।’ କଂଗ୍ରେସକୁ ଭୋଟ ଦେଲେ ବିଜେପିର ଫାଇଦା ହେବ ବୋଲି ସେମାନଙ୍କୁ କହିଛି ବୋଲି ଦାବି କରିଛନ୍ତି କେଜ୍ରିଓ୍ବାଲ । ଏହା ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଟାର୍ଗେଟ କରିଥିଲେ । ସିସୋଦିଆ ଏବଂ କେଜ୍ରିଓ୍ବାଲ ମଦ ଦୁର୍ନୀତିର ସ୍ରଷ୍ଟା ବୋଲି କହିଥିଲେ ରାହୁଲ । 

 ସେ କହିଥିଲେ, କେଜ୍ରିଓ୍ବାଲ ଗୋଟିଏ ଦୁର୍ନୀତିଗ୍ରସ୍ତ ସରକାର ଚଳାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ସେ ମଧ୍ୟ ମିଛ କହୁଛନ୍ତି । ୫ ବର୍ଷ ପୂର୍ବରୁ ସେ (କେଜ୍ରିଓ୍ବାଲ) କହିଥିଲେ, ଯମୁନାରେ ସ୍ନାନ କରିବେ ଏବ ଏହାର ପାଣି ପିଇବେ ।   ଏହାରି ମଧ୍ୟରେ ୫ ବର୍ଷ ବିତିଥିବା ବେଳେ ସେ ଏଭଳି କରିପାରିଲେ ନାହିଁ । ଦିଲ୍ଲୀର ଲୋକେ ବିଷାକ୍ତ ପାଣି ପିଇବେ କିନ୍ତୁ କେଜ୍ରିଓ୍ବାଲ ଶୀଶମହଲ୍‌ରେ ରହିବେ ବୋଲି କହିଥିଲେ ରାହୁଲ ଗାନ୍ଧୀ । ଏହାର ଜବାବରେ କେଜ୍ରିଓ୍ବାଲ ନ୍ୟାସନାଲ୍‌ ହେରାଲ୍ଡ ମାମଲା ଏବଂ ରବର୍ଟ ଭଦ୍ରାଙ୍କୁ କ୍ଲିନ୍‌ ଚିଟ୍‌ କେମିତି ମିଳିଲା ବୋଲି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି । ଏକ୍ସରେ କେଜ୍ରିଓ୍ବାଲ କଂଗ୍ରେସକୁ ପ୍ରଶ୍ନ କରିଥିଲେ ଯେ, ‘ମୋଦୀଜୀ ମିଥ୍ୟା ମାମଲାରେ ଲୋକଙ୍କୁ ଜେଲରେ ପୂରାଉଛନ୍ତି । କିନ୍ତୁ ଆପଣଙ୍କ (ରାହୁଲ ଗାନ୍ଧୀ) ପରିବାରର କୌଣସି ସଦସ୍ୟ ଗିରଫ ହୋଇନାହାନ୍ତି । ନ୍ୟାସନାଲ୍‌ ହେରାଲ୍ଡ ମାମଲା ଭଳି ଆପଣ ସବୁ ମାମଲା ବନ୍ଦ କରିଦେଉଛନ୍ତି କି ? ଆପଣ ଭୟ ଓ ବୀରତା ଉପରେ ଉପଦେଶ ନଦେଲେ ଭଲ ହେବ । ଦେଶ ଜାଣିଛି କିଏ ଭୀରୁ ଏବଂ କିଏ ସାହସୀ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.